ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ରେଞ୍ଜରୋଭର୍ ପରିବାରର ଦ୍ରୁତତମ ଗାଡ଼ି
  • ୨-ଡୋର୍, ୪ ସିଟର୍ ଆକର୍ଷଣୀୟ ଏସୟୁଭି
  • ୨୦୧୮ ଶେଷ ସୁଦ୍ଧା ଆସିବ ଏହି ଲିମିଟେଡ୍ ଏଡିସନ୍

ଏସୟୁଭି-ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ବିଶ୍ଵର ଜଣାଶୁଣା ଅଟୋମୋବାଇଲ କମ୍ପାନି ରେଞ୍ଜରୋଭର୍ ଆଣୁଛି ଆକର୍ଷଣୀୟ ମଡେଲ୍ ଏସଭି କୁପେ। ଏହି ଲିମିଟେ ଏଡିସନ୍ ଗାଡ଼ି ବିଶ୍ଵର ବଛାବଛା ଗ୍ରାହକଙ୍କ ପାଇଁ ପ୍ରସ୍ତୁତ ହେଉଛି। ପ୍ରଥମ ଦଫାରେ ୯୯୯ଟି କାର୍ ବଜାରକୁ ଆସୁଛି।

ନାମୀଦାମୀ କାର୍ ବଜାରରେ ରେଞ୍ଜରୋଭର୍ ବ୍ରାଣ୍ଡ୍‌ର ବେଶ୍ ଚାହିଦା ରହିଛି। ଏହି ଚାହିଦାକୁ ଆଖି ଆଗରେ ରଖି ରେଞ୍ଜରୋଭର କମ୍ପାନି ତାର ଜ୍ଞାନ କୌଶଳ, ଅନୁଭୂତି ଏବଂ କଳାକୁଶଳତା ଲଗାଇ ପ୍ରସ୍ତୁତ କରୁଛି ନୂଆ ମଡେଲ ଏସଭି କୁପେ। ସବୁପ୍ରକାର ସଡ଼କ ପାଇଁ ଏହି ଗାଡ଼ି ଉପଯୋଗୀ ହେବ ବୋଲି କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି।

ଦୁଇ ଡୋର୍ ବିଶିଷ୍ଟ ରେଞ୍ଜରୋଭର୍ ଏସଭି କୁପେରେ ୪ଜଣ ଯାତ୍ରୀ ବସିବା ପାଇଁ ଆରାମଦାୟକ ବ୍ୟବସ୍ଥା ରହିଛି। ତା’ସାଙ୍ଗକୁ ଗାଡ଼ିର କ୍ୟାବିନ୍‌ର ଆକର୍ଷଣୀୟ ସାଜସଜ୍ଜା ମାଲିକଙ୍କ ମନକୁ ଛୁଇଁବ।

ଏହି ଅତ୍ୟାଧୁନିକ କାର୍‌ର ସିଗନେଚର୍ ଫ୍ଲୋଟିଙ୍ଗ୍ ରୁଫ୍ ଗାଡ଼ିର ଟେଲ୍ ଲ୍ୟାମ୍ପ୍ ମଧ୍ୟ ଦର୍ଶକଙ୍କୁ ଗାଡ଼ି ପ୍ରତି ଆକର୍ଷିତ କରିବ। ତା’ସାଙ୍ଗକୁ ଏହାର ଫ୍ରେମଲେସ୍ ଡୋର୍ ପାନାରୋନିକ୍ ସନରୁପ୍ ଏବଂ ସମସାମୟିକ ଲୁକ୍ ଏହାକୁ ରେଞ୍ଜରୋଭର୍ ପରିବାରରେ କରିପାରଛି ସ୍ପେଶାଲ୍।

ଏସଭି କୁପେ ମଧ୍ୟ ଫୁଲ୍ ସାଇଜ୍ ରେଞ୍ଜରୋଭର ବର୍ଗରେ ସବୁଠାରୁ ଦ୍ରୁତଗାମୀ ଗାଡ଼ି। ୫୬୫ପିଏସ୍, ୫.୦ଲିଟର ସୁପର ଚାର୍ଜଡ ଭି୮ ପେଟ୍ରୋଲ ଇଞ୍ଜିନ୍ ଏହାକୁ କରିଛି ସ୍ଵତନ୍ତ୍ର। ମାତ୍ର ୫ସେକେଣ୍ଡ୍ ମଧ୍ୟରେ ୦-୧୦୦ କିମି ପତି ଘଣ୍ଟା ବେଗ ଧରିପାରେ।

ଏସଭି କୁପେ ମଧ୍ୟ ହେଉଛି ରେଞ୍ଜରୋଭର ପରିବାରର ପ୍ରଥମ ଗାଡ଼ି ଯାହାର ହ୍ଵିଲ୍ ସାଇଜ୍ ରହିଛି ୨୩ଇଞ୍ଚ୍। ୨୦୧୮ ଶେଷ ସୁଦ୍ଧା ବିଶ୍ଵ ବଜାରକୁ ଏହି ଗାଡ଼ି ଆସିବ। ଭାରତରେ ମଧ୍ୟ ଏହି ଗାଡ଼ି ହୁଏତ ଦେଖିବାକୁ ମିଳିବ।

Comment