ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ବୃହତ୍ତମ ବାଣିଜ୍ୟିକ ଯାନ ନିର୍ମାତା ଟାଟା ମୋଟର୍ସ ପକ୍ଷରୁ ଅକ୍ଟୋବର ୨୩ରୁ ୩୧ ତାରିଖ ପର୍ଯ୍ୟନ୍ତ ‘ଗ୍ରାହକ ସମ୍ବାଦ ଅଭିଯାନ-୨୦୨୦’ ଆରମ୍ଭ ହେବାକୁ ଯାଉଛି। ଉନ୍ନତ ଗ୍ରାହକ ଅନୁଭୁତି ସହିତ ବିଶ୍ୱସ୍ତରୀୟ ଉତ୍ପାଦ ଅଫର କରିବା ପାଇଁ ଏହି ଅଭିଯାନ କରାଯାଉଛି।

ଆସନ୍ତା ଅକ୍ଟୋବର ୨୩ ତାରିଖରେ ‘ରାଷ୍ଟ୍ରୀୟ ଗ୍ରାହକ ଯତ୍ନ ଦିବସ’ ପାଳନ କରାଯିବ। ସେହିପରି ଆସନ୍ତା ନଭେମ୍ବର ୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଟାଟା ମୋଟର୍ସ ପକ୍ଷରୁ ଦେଶବ୍ୟାପୀ ‘ଗ୍ରାହକ ସେବା ଅଭିଯାନ’ ମଧ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ଟାଟା ମୋଟର୍ସର ଏହି ପଦକ୍ଷେପଗୁଡ଼ିକ ଗ୍ରାହକ ଏବଂ ଚାନେଲ ଭାଗୀଦାରମାନଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇପାରିଛି। ଏଥିରେ ଗ୍ରାହକଙ୍କ ମତାମତ ଅଧିବେଶନ, ଚାନେଲ ଭାଗୀଦାରମାନଙ୍କୁ ପ୍ରୋତ୍ସାହନ ଏବଂ ଟାଟା ମୋଟର୍ସର ସମସ୍ତ ବାଣିଜ୍ୟିକ ଯାନର ରାଷ୍ଟ୍ରବ୍ୟାପୀ ଚେକ୍‌ ଅପ୍ ଶିବିର ଆଦି ଅନ୍ତର୍ଭୁକ୍ତ। ବିଗତ ବର୍ଷଗୁଡ଼ିକରେ ଟାଟା ମୋଟର୍ସର ଏହି କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ସାମିଲ ହେବା ସହ ଲାଭାନ୍ଵିତ ହୋଇଛନ୍ତି।ଚଳିତବର୍ଷ କରୋନା ମହାମାରୀର ଏହି ସଙ୍କଟ ସମୟରେ ଟାଟା ମୋଟର୍ସ ନିଜ ବାଣିଜ୍ୟକ ଯାନ ଗ୍ରାହକମାନଙ୍କୁ ଏକ ଅସୁବିଧା-ମୁକ୍ତ ସେବା ପ୍ରଦାନ କରିବାକୁ ଗୁରୁତ୍ଵ ଦେଉଛି। ଗ୍ରାହକ ଏବଂ ଫ୍ଲିଟ ସଞ୍ଚାଳକମାନଙ୍କ ସହିତ ନିୟୋଜିତ ହେବା ପାଇଁ କମ୍ପାନି ସେମାନଙ୍କୁ ସର୍ବୋତ୍ତମ ସେବା ପ୍ରଦାନ କରିବାକୁ ନିରନ୍ତର ପ୍ରୟାସ କରୁଛି।

‘ଗ୍ରାହକ ସମ୍ବାଦ ଅଭିଯାନ’ ହେଉଛି ଏକ ଗ୍ରାହକ ନିୟୋଜନ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ କମ୍ପାନି ନିଜ ଏଏମସି ପ୍ୟାକେଜ୍ ଅପ୍‌ଟାଇମ୍ ଗ୍ୟାରେଣ୍ଟି ଏବଂ ଟିଏଟି ଗ୍ୟାରେଣ୍ଟି (ବଦଳେଇବା ସମୟ), ଅପଗ୍ରେଡ ହୋଇଥିବା ବିଏସ୬ ରେଞ୍ଜର ଯାନ ସମେତ ନୂଆ କରି ଲଞ୍ଚ୍ ହୋଇଥିବା ବିଭିନ୍ନ ଉତ୍ପାଦ ବିଷୟରେ ଗ୍ରାହକଙ୍କୁ ଶିକ୍ଷା ଦେଇଥାଏ।

ଏଥିସହ ଗ୍ରାହକଙ୍କଠାରୁ ମତାମତ ସଂଗ୍ରହ କରିବା ଏବଂ କମ୍ପାନିଠାରୁ ସେମାନଙ୍କର ଆଶା ବୁଝିବା ପାଇଁ ମଧ୍ୟ ଟାଟା ମୋଟର୍ସ ଏହି ପ୍ଲାଟଫର୍ମକୁ ବ୍ୟବହାର କରିଥାଏ। ଗ୍ରାହକଙ୍କଠାରୁ ମିଳୁଥିବା ମୂଲ୍ୟବାନ ମତାମତଗୁଡ଼ିକୁ ଉତ୍ପାଦର ଉନ୍ନତୀକରଣ ଏବଂ ବୃହତ୍ତର ଫ୍ଲିଟ ଉପଯୋଗ ପାଇଁ ବ୍ୟବହାର କରାଯାଇଥାଏ।୧୯୫୪ ମସିହା ଅକ୍ଟୋବର ୨୩ ତାରିଖରେ ଜାମସେଦପୁର କାରଖାନାରୁ ଟାଟା ମୋଟର୍ସର ପ୍ରଥମ ଟ୍ରକ୍ ବାହାରିଥିଲା। ପ୍ରଥମ ଟ୍ରକର ସ୍ମରଣିକା ପାଳନ କରିବା ପାଇଁ ପ୍ରତିବର୍ଷ ୨୩ ଅକ୍ଟୋବରରେ ଟାଟା ମୋଟର୍ସ ‘ରାଷ୍ଟ୍ରୀୟ ଗ୍ରାହକ ଯତ୍ନ ଦିବସ’ ପାଳନ କରିଥାଏ। ଏହି ଦିବସରେ ଟାଟା ମୋଟର୍ସର ସଫଳତାରେ ସହଯୋଗୀ ଚାନେଲ ଅଂଶୀଦାର, କର୍ମଚାରୀ ଏବଂ ଗ୍ରାହକମାନଙ୍କର ଦୀର୍ଘ ସମ୍ପର୍କ ଓ ଯୋଗଦାନ ପାଇଁ ସମ୍ମାନିତ କରାଯାଏ।

ଭାରତରେ ଏହାର ବାଣିଜ୍ୟକ ଯାନ ମାଲିକମାନଙ୍କ ପାଇଁ ୧୫୦୦ରୁ ଅଧିକ ଡିଲର ଏବଂ ଟାଟା ପ୍ରାଧିକୃତ ସେବା ଷ୍ଟେସନରେ ୧ ନଭେମ୍ବରରୁ ୩୦ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ଗ୍ରାହକ ସେବା ମହୋତ୍ସବ ଆୟୋଜିତ ହେବ। ଏହି ମହୋତ୍ସବ ହେଉଛି ଏକ ସେବା ଶିବିର। ଏହି ସେବା ଶିବିର ଟାଟା ମୋଟର୍ସ ଗ୍ରାହକମାନଙ୍କୁ ବ୍ୟାପକ ଯାନ ଚେକ୍ ଅପ୍ ପ୍ରଦାନ କରିବ। ୨୦୧୯ରେ ଗ୍ରାହକ ସେବା ମହୋତ୍ସବରେ ୧,୬୦,୦୦୦ରୁ ଅଧିକ ଗ୍ରାହକ ଶିବିର ପରିଦର୍ଶନ କରି ନିଜର ମତାମତ ଦେଇଥିଲେ।

ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଟାଟା ମୋଟର୍ସର ବୈଶ୍ଵିକ ମୁଖ୍ୟ ଆର୍ ରାମକୃଷ୍ଣନ କହିଛନ୍ତି, “ଏକ ଗ୍ରାହକ-କୈନ୍ଦ୍ରୀକ କମ୍ପାନି ଭାବରେ ଗ୍ରାହକମାନଙ୍କର ଆବଶ୍ୟକତା ଶୁଣିବାରେ ଏବଂ ସର୍ବୋତ୍ତମ ସମାଧାନ ପ୍ରଦାନ କରିବାରେ ଆମେ ସର୍ବଦା ଆଗରେ ରହୁ। ଗ୍ରାହକ ସମ୍ବାଦର ସଫଳତା କେବଳ ମାଲିକ ଏବଂ ଡ୍ରାଇଭରମାନଙ୍କୁ ସର୍ବୋତ୍ତମ ଗ୍ରାହକ ସେବା, ସନ୍ତୁଷ୍ଟି ଓ ସ୍ୱାଧୀନତା ସୁନିଶ୍ଚିତ କରିନଥାଏ, ବରଂ ଆମେ ବଜାର ପାଇଁ ବିଶ୍ୱସ୍ତରୀୟ ଉତ୍ପାଦ ମଧ୍ୟ ବିକାଶ କରିଥାଉ। ସମ୍ପୁର୍ଣ୍ଣ ସେବା ୨.୦ ଏକ ଅଦ୍ୱିତୀୟ ଗ୍ରାହକ ଅନୁଭୂତି ଏବଂ ସୁବିଧା ପ୍ରଦାନ କରିବା ପାଇଁ ଆମର ପ୍ରୟାସକୁ ସମ୍ପ୍ରସାରିତ କରିଛି।”ସମ୍ପୂର୍ଣ୍ଣ ସେବା ୨.୦ ବାଣିଜ୍ୟକ ଯାନ ଗ୍ରାହକମାନଙ୍କୁ ‘ମାନସିକ ଶାନ୍ତି’ ପ୍ରଦାନ କରିଥାଏ। ସମ୍ପୂର୍ଣ୍ଣ ସେବା ପ୍ୟାକେଜ୍‌ରେ ଯେ କୌଣସି ସ୍ଥାନରେ (ଅସୁବିଧାଜନକ ଅଞ୍ଚଳ ବ୍ୟତୀତ) ସୁନିଶ୍ଚିତ ପହଞ୍ଚ ସହିତ ବ୍ରେକ୍‌ଡାଉନ ସହାୟତା, ଏକ ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ଧକ୍କା ହୋଇଥିବା ଯାନର ପୁନରୁଦ୍ଧାର, ବାର୍ଷିକ ରକ୍ଷଣାବେକ୍ଷଣ ଚୁକ୍ତି, ଲମ୍ବା ୱାରେଣ୍ଟି ଅବଧି ଆଦି ସୁବିଧା ଉପଲବ୍ଧ।

Comment