ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ସବୁଠାରୁ ବଡ଼ ବାଣିଜ୍ୟିକ ପରିବହନ ଯାନ ନିର୍ମାଣକାରୀ କମ୍ପାନି ଟାଟା ମୋଟର୍ସ ଛୋଟ ଇଲେକ୍ଟ୍ରୋନିକ ପରିବହନ ଯାନ ‘ଏସିଇ ଇଭି’ର ବଜାର ପ୍ରବେଶ କରିଛି। ଟାଟା ମୋଟର୍ସର ନୂତନ ‘ଏସିଇ ଇଭି’ ଭାରତର ସବୁଠାରୁ ଆଧୁନିକ ଏବଂ ଚାରି ଚକା ବିଶିଷ୍ଟ କ୍ଷୁଦ୍ର ବ୍ୟବସାୟୀକ ଯାନ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ଏସିଇ ଇଭିର ଶୁଭାରମ୍ଭ ଅବସରରେ ଟାଟା ସନ୍ସ ଆଣ୍ଡ ଟାଟା ମୋଟର୍ସର ଚେୟାରମ୍ୟାନ ଏନ୍ ଚନ୍ଦ୍ରଶେଖରନ୍ କହିଛନ୍ତି, “ଟାଟା ମୋର୍ଟର ଇ-କାର୍ଗୋ ବ୍ୟବସାୟୀଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ପରିବହନ କ୍ଷେତ୍ରରେ ଏହା ଅନେକ ପରିବର୍ତ୍ତନ ଆଣିପାରିବ”।

କମ୍ ମୂଲ୍ୟରେ ସଠିକ ପରିବହନ ସୁବିଧା ପ୍ରଦାନ ସହିତ ଏସିଇ ଇଭି ନିଜ ଗ୍ରାହକମାନଙ୍କର ଆବଶ୍ୟକତା ପୂରଣ କରିବ ବୋଲି ଏନ ଚନ୍ଦ୍ରଶେଖରନ କହିଛନ୍ତି।

ଇ-କମର୍ସ କମ୍ପାନି ଓ ଲଜିଷ୍ଟିକ୍ ସେବା ପ୍ରଦାନକାରୀ ଆମାଜନ, ବିଗବାସ୍କେଟ, ସିଟି ଲିଙ୍କ, ଡଟ୍, ଫ୍ଲିପକାର୍ଟ, ଲେଟ୍ସ ଟ୍ରାନ୍ସପୋର୍ଟ, ମୁଭିଂ ଓ ୟେଲୋ ଇଭି ପରିବହନ ନିମନ୍ତେ ଟାଟା ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଥିବା ଟାଟା ମୋର୍ଟ ପକ୍ଷରୁ କୁହାଯାଇଛି। ଏହି ବୁଝାମଣା ଅନ୍ତର୍ଗତ ୩୯,୦୦୦ ୟୁନିଟ୍ ଏସିଇ ଇଭି ପ୍ରଦାନ କରାଯିବ। ଏହା ସହିତ ଇଲେକ୍ଟ୍ରିକ ଭେଇକିଲ୍ ସପୋର୍ଟ ସେଣ୍ଟରର ସ୍ଥାପନ କରାଯିବ ବୋଲି କୁହାଯାଇଛି।

ଟାଟା ମୋଟର୍ସର ଇଲେକ୍ଟ୍ରୋନିକ ବସର ଅଭିଜ୍ଞତା ଆଧାରରେ ଏହି ଏସିଇ ଇଭି ଇଲେକ୍ଟ୍ରୋନିକ ପରିବହନ ଯାନ ନିର୍ମାଣ କରାଯାଇଛି। ଏହି ଯାନ ସହର ମଧ୍ୟରେ ମାଲ ପରିବହନ ପାଇଁ ଉତ୍କୃଷ୍ଟ। ଏହା ସହାୟତାରେ କମ ମୂଲ୍ୟରେ ଉତ୍କୃଷ୍ଟ ସେବା ମିଳିପାରିବ ବୋଲି କହିଛନ୍ତି ଟାଟା ମୋଟର୍ସର ଏକଜିକ୍ୟୁଟିଭ ଡାଇରେକ୍ଟର ଗିରିଶ ୱାଘ।

ଟାଟା ଏସିଇ ଇଭି ଇଲେକ୍ଟ୍ରୋନିକ ବ୍ୟବସାୟୀକ ଯାନର ନିରାପଦ ଏବଂ ଫାଷ୍ଟ ଚାର୍ଜିଂ କ୍ଷମତା ରହିଛି। ଏହା ଏକକାଳୀନ ୧୫୪ କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Tags: #TataMotors #ACEEV #CommercialVehicle #SmallCommercilaVehicle

Comment