ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀ ଏମ୍‌ସରେ କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସଫଳ ଅସ୍ତ୍ରୋପଚାର ପରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସୁଛି। ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଉଭୟ ଓଡ଼ିଶା ଫେରି ଆସିବେ। ଉଭୟଙ୍କୁ ବର୍ତ୍ତମାନ ସ୍ୱତନ୍ତ୍ର ନିରୀକ୍ଷଣରେ ରଖାଯାଇଛି।

ଖପୁରୀର ସୁରକ୍ଷା ପାଇଁ ଜଗା ଆଜି ହେଲମେଟ୍ ପିନ୍ଧିଛି। ଜଗା ପାଇଁ ଏମ୍‌ସ ପକ୍ଷରୁ ଏହି ହେଲମେଟ୍ ତିଆରି କରାଯାଇଛି। ହେଲେ କାଳିଆ ପାଇଁ ହେଲମେଟ୍ ତିଆରି କରାଯାଇ ନାହିଁ।

ଜଗା-କାଳିଆଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରିବା ପାଇଁ କଟକ ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ୫ ଜଣିଆ ଡାକ୍ତରୀ ଟିମ୍ ଶୁକ୍ରବାର ଦିଲ୍ଲୀ ଏମ୍‌ସ ଯିବେ।

୨୦୧୭ ଜୁଲାଇ ୧୬ରେ ଜଗା-କାଳିଆଙ୍କୁ ଦିଲ୍ଲୀ ଏମ୍‌ସ ପଠା ଯାଇଥିଲା। ରାଜ୍ୟ ସରକାର ସହାୟତାର ହାତ ବଢ଼ାଇଥିଲେ। ଅଗଷ୍ଟ ୨୬ତାରିଖରେ ୪୦ ଜଣିଆ ଡାକ୍ତରୀ ଟିମ୍ ୨୦ ଘଣ୍ଟା ଧରି ଅପରେସନ୍ କରିଥିଲେ। ଏହା ଥିଲା ପ୍ରାଥମିକ ପର୍ଯ୍ୟାୟ ଅପରେସନ୍। ଏହି ଟିମ୍‌ରେ ଜାପାନରୁ ଆସିଥିବା ବିଶେଷଜ୍ଞ ଟିମ୍ ମଧ୍ୟ ସାମିଲ୍ ହୋଇଥିଲେ। ମୁଖ୍ୟମନ୍ତ୍ରୀ ନିଜ ରିଲିଫ୍ ପାଣ୍ଡିରୁ ୧ କୋଟି ଟଙ୍କାର ସହାୟତା ଦେଇଥିଲେ। ଅକ୍ଟୋବର ୨୫ରେ ଦ୍ବିତୀୟ ପର୍ଯ୍ୟାୟ ଅପରେସନ କରାଯାଇ ଉଭୟଙ୍କୁ ଅଲଗା କରାଯାଇଥିଲା।

Comment