ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟରୁ ହେପାଟାଇଟିସ୍ ଅନ୍ୟତମ। ଏହା ଲିଭର ବା ଯକୃତରେ ହେଉଥିବା ଏକପ୍ରକାର ସଂକ୍ରମଣ ଯାହାକି ହେପାଟାଇଟିସ୍ ଭାଇରସ ଯୋଗୁଁ ହୋଇଥାଏ। ଏହା ଯକୃତ କର୍କଟ ଭଳି ଗୁରୁତର ରୋଗର ରୂପ ନେଇପାରେ।

ହେପାଟାଇଟିସ୍‌ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜୁଲାଇ ୨୮ରେ ବିଶ୍ୱ ହେପାଟାଇଟିସ୍‍ ଦିବସ  ପାଳନ କରାଯାଉଛି।

ହେପାଟାଇଟିସ୍‌ ୫ ପ୍ରକାରର ହୋଇଥାଏ ଯଥା:- ଏ, ବି, ସି, ଡି, ଇ। ଏଥିମଧ୍ୟରୁ ହେପାଟାଇଟିସ୍‌ ବି ଓ ସି ସବୁଠୁ କ୍ଷତିକାରକ। ଦୂଷିତ ଖାଦ୍ୟ, ପାଣି, ଅସୁରକ୍ଷିତ ଯୌନ ସମ୍ପର୍କ, ଅନ୍ୟମାନଙ୍କ ଦ୍ୱାରା ବ୍ୟବହୃତ ହୋଇଥିବା ଛୁଞ୍ଚି ଦ୍ୱାରା ହେପାଟାଇଟିସ୍‌ ‘ଏ’ ହେବାର ଆଶଙ୍କା ଥାଏ। ଅଧିକାଂଶ ପିଲାଙ୍କଠାରେ ଏହା ଦେଖାଯାଇଥାଏ। କାରଣ ଡାକ୍ତରଙ୍କ କହିବା ଅନୁସାରେ ଏହା ମା’ଙ୍କଠାରୁ ନବଜାତ ଶିଶୁଙ୍କୁ ହୋଇଥାଏ।

ଯଦି ଆପଣଙ୍କ ଥକ୍କା ଅନୁଭବ କରୁଛନ୍ତି, ଗଣ୍ଠି ଦର ହେଉଥାଏ, ଜ୍ୱର ୧୦୦ ଡିଗ୍ରୀରୁ ଅଧିକ ରହୁଥାଏ, ଆଖି ହଳଦିଆ, ପରିସ୍ରା ହଳଦିଆ ହେଲେ ଡାକ୍ତରଙ୍କ ପରାମର୍ଶ କରିବା ଆବଶ୍ୟକ। ଲିଭର ଫଙ୍କସନ୍‌ ଟେଷ୍ଟ ଏଲଏଫଟି ଏବଂ ଭାଇରାଲ ସିରୋଲୋଜି ପରୀକ୍ଷା କରିବା ପରେ ହିଁ ହେପାଟାଇଟିସ୍‌ ‘ଏ’ ଚିହ୍ନଟ ହୋଇଥାଏ।

ପାଣି ଏବଂ ବାହାର ଖାଦ୍ୟ ଯୋଗୁଁ ସାଧାରଣତଃ ଏହି ଭାଇରସ ଶରୀର ମଧ୍ୟକୁ ଆସିଥାଏ। ତେଣୁ ଖାଦ୍ୟ ଖାଇବା ପୂର୍ବରୁ ଭଲ ଭାବେ ହାତ ଧୋଇବା ଜରୁରୀ। ଫଳ ଏବଂ ପନିପରିବାକୁ ଭଲ ଭାବେ ଧୋଇ ଖାଇବା ଆବଶ୍ୟକ। ପରିଷ୍କାର ପରିଚ୍ଛନ ରହିବା ସହ ହେପାଟାଇଟିସ୍‌ ‘ଏ’ ଟିକା ନେଇ ଏହି ରୋଗରୁ ସୁରକ୍ଷିତ ରହିପାରିବେ।

LEAVE A REPLY

Please enter your comment!
Please enter your name here