ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ବଲପୁର ଜିଲ୍ଲା ହୀରାକୁଦ ସହରରେ ଡାଇରିଆ ସ୍ଥିତି ଅଣାୟତ ହୋଇଛି। ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ଶନିବାର ସୁଦ୍ଧା ୧୨୭ରେ ପହଞ୍ଚିଛି। ଆକ୍ରାନ୍ତମାନଙ୍କୁ ଚିକିତ୍ସା ପାଇଁ ହୀରାକୁଦ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତଣ କରାଯାଇଛି। ଦୂଷିତ ପାଣି ଯୋଗୁଁ ଏହି ଝାଡ଼ାବାନ୍ତି ବ୍ୟାପୁ ଥିବା ଆଶଙ୍କା କରାଯାଇଛି।

ହୀରାକୁଦ ସହରର ଗୁରୁଦ୍ୱାରାପଡ଼ା, ଗୌଡ଼ପଡ଼ା, କାଲୋପଡ଼ା, ନ୍ୟୁ ମାର୍କେଟ କଲୋନି, ମାଛପଡ଼ା ଅଞ୍ଚଳରେ ଝାଡ଼ାବାନ୍ତି ସଂକ୍ରମଣ ବଢ଼ିଚାଲିଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାଇରିଆ ବ୍ୟାପୀବା ନେଇ ସମ୍ବଲପୁର ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଛନ୍ତି।

ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଟ୍ରିଟମେଣ୍ଟ ପ୍ଲାଣ୍ଟରେ ପାଣିକୁ ବିଶୁଦ୍ଧ କରାଯାଉ ନାହିଁ। ଫଳରେ ସଂକ୍ରମଣ ବ୍ୟାପୀବାରେ ଲାଗିଛି। ସଂକ୍ରମଣ ବଢ଼ୁଥିବା ୪ଟି ସ୍ଥାନରୁ ପରୀକ୍ଷା ପାଇଁ ପାନୀୟ ଜଳ ନମୁନା ସଂଗ୍ରହ କରାଯାଇଛି। ପରିସ୍ଥିତି ଉପରେ ନଜରର ରଖିବା ପାଇଁ ମୋବାଇଲ ହେଲଥ ୟୁନିଟ ନିୟୋଜିତ ହୋଇଥିବାବେଳେ ଘର ଘର ବୁଲି ଯାଞ୍ଚ କରୁଛି ସ୍ୱାସ୍ଥ୍ୟ ବିଭାଗ। ଏହା ସହ ଡାକବାଜି ଯନ୍ତ୍ର ସହାଯ୍ୟରେ ସତର୍କ ରହିବା ଲାଗି ସତର୍କ କରାଯାଇଛି।

Tags: #Hirakud #Diarrhea #Infection #Health #H&FWDept #Odisha #Sambalpur

LEAVE A REPLY

Please enter your comment!
Please enter your name here