ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ବିଶ୍ୱ ଶ୍ରବଣ ଶକ୍ତି ଦିବସ ୨୦୨୪। ଶ୍ରବଣ ଜନିତ ସମସ୍ୟା ଏବଂ କାନର ଯତ୍ନ ନେବା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ମାର୍ଚ୍ଚ ୩ ତାରିଖକୁ ‘ବିଶ୍ୱ ଶ୍ରବଣ ଶକ୍ତି ଦିବସ’ ପାଳନ କରାଯାଉଛି।

ସାଧାରଣତଃ କାନରେ ମଳି ଜମିବା, ଥଣ୍ଡା, ସଂକ୍ରମଣ ଓ ଅନ୍ୟାନ୍ୟ କାରଣରୁ କାନ ବିନ୍ଧା ହୋଇପାରେ। ତେଣୁ କାନକୁ ସଫା ରଖିବା ନିହାତି ଜରୁରୀ। ତେବେ କାନର ଯତ୍ନ କିପରି ନେବେ, ସେ ବିଷୟରେ କର୍ଣ୍ଣ, ନାଶା, ଗଳା ଡାକ୍ତର ରାଜଲକ୍ଷ୍ମୀ ପାଣିଗ୍ରାହୀଙ୍କଠାରୁ ଜାଣିବା ସ୍ୱାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

‘ବିଶ୍ୱ ଶ୍ରବଣ ଶକ୍ତି ଦିବସ’ ପାଳନ ଅବସରରେ ଶ୍ରବଣ ଜନିତ ସମସ୍ୟା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆଇଏଫଆଇ ଫାଉଣ୍ଡେସନ, ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଆନୁକୂଲ୍ୟରେ ଏକ କାର୍ଯ୍ୟକ୍ରମ କରାଯାଉଛି। ଶ୍ରବଣ ଜନିତ ସମସ୍ୟା ଏବଂ କାନର ଯତ୍ନ ବାବଦରେ ବିଭିନ୍ନ ସଚେତନତାମୂଳକ ଭିଡିଓ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟପ୍ଲସର ସୋସିଆଲ ଚ୍ୟାନେଲରେ ପ୍ରସାରଣ କରାଯାଉଛି। ବିଶିଷ୍ଟ ଡାକ୍ତରମାନଙ୍କର ସାକ୍ଷାତକାରକୁ ଆଧାର କରି ଏହି ଭିଡିଓ ପ୍ରସ୍ତୁତ କରାଯାଇଛି।

Tags: #WorldHearingDay2024 #EarCare #HearingCare #Health #WHO

LEAVE A REPLY

Please enter your comment!
Please enter your name here