ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶରୀର ପାଇଁ ଗ୍ରୀନ୍‌ ଟି ବହୁତ ଉପଯୋଗୀ। ଏଥିରେ ଅଧିକ ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ୍ ଥିବାରୁ ଶରୀର ପାଇଁ ଲାଭପ୍ରଦ ହୋଇଥାଏ।

ଆଜିକାଲି ଆମ ଦେଶରେ ଗ୍ରୀନ୍ ଟି ପିଇବାର ଚଳନ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି। ଗ୍ରୀନ-ଟି ଆମ ସ୍ୱାସ୍ଥ୍ୟ, ତ୍ୱଚା, ଏବଂ କେଶ ପାଇଁ ମଧ୍ୟ ବହୁତ ଉପକାରୀ।

ଗ୍ରୀନ୍ଟି ଆମ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ଆସନ୍ତୁ ନଜର ପକାଇବା

ଚିନ୍ତା ମୁକ୍ତ:

ଆମେରିକାରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଖାଲି ଚା’ ଅପେକ୍ଷା ଗ୍ରାନ୍‌‌ ଟି ପିଉଥିବା ବ୍ୟକ୍ତି ଚିନ୍ତା ମୁକ୍ତ ରହିଥାନ୍ତି। ମସ୍ତିଷ୍କ ଠିକ୍ ଭାବେ କାମ କରିବା ପାଇଁ ଗ୍ଲୁକୋଜର ଆବଶ୍ୟକତା ଥାଏ। ଗ୍ରିନ୍ ଟିରେ ପଲିଫେନୋଲ୍‌ ସେହି ଗ୍ଲକୋଜର ମାତ୍ରାକୁ ନିୟନ୍ତ୍ରଣ ରଖିଥାଏ।

ଓଜନ ହ୍ରାସ:

ଗ୍ରୀନ୍-ଟି ଓଜନ ହ୍ରାସରେ ସାହାଯ୍ୟ କରିଥାଏ। ସୁପରମଡେଲ ଏବଂ ସେଲିବ୍ରିଟି ମାନଙ୍କର ଓଜନ ହ୍ରାସର ଏହା ଏକ ରହସ୍ୟ।

କେଶ ଝଡ଼ିବା:

ଗ୍ରୀନ୍‌ ଟିରେ ଭିଟାମିନ୍‌-ଇ, ସି ଓ ପଲିଫିନୋଲ ଥିବାରୁ କେଶ ବୃଦ୍ଧି ହେବା ସହ ଝଡ଼ିବା ରୋକିବାରେ ସହାୟକ ହୋଇଥାଏ।

ଡାଏଟ୍‌ କଣ୍ଟ୍ରୋଲ୍‌:

ଗ୍ରୀନ୍-ଟିର ବ୍ୟବହାର ଦ୍ୱାରା ଡାଏଟ୍- କଂଟ୍ରୋଲ୍ ଠିକ୍ ରହି ବଡିର ସେପ୍ ମଧ୍ୟ ଠିକ୍ ରହିଥାଏ। ଗ୍ରୀନ୍-ଟି ଶରୀରର ବର୍ଜ୍ୟବସ୍ତୁକୁ ବାହାର କରିଥାଏ। ଗ୍ରୀନ୍-ଟି ବ୍ୟବହାର କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ଯୁବା ଦେଖାଯିବେ।

ଫ୍ରେସ ରଖିଥାଏ:

ଗ୍ରୀନ୍-ଟି ପିଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ମନ ମଧ୍ୟ ସତେଜ ରହିଥାଏ।

ଶରୀର ପିଡ଼ା:

ଶରୀରରେ କଷ୍ଟ ଅନୁଭବ ହେଲେ ଗ୍ରୀନ୍-ଟି ପିଇବା ଦ୍ୱାରା କଷ୍ଟ ଦୂର ହୋଇଥାଏ। ଆଣ୍ଠୁଗଣ୍ଠି ସମସ୍ୟା ହେଲେ ଗ୍ରୀନ୍-ଟି ପିଇବା ଦ୍ୱାରା କଷ୍ଟ ଲାଘଭ ହୋଇଥାଏ। ପ୍ରତ୍ୟେକ ଦିନ ଦୁଇଥର ଗ୍ରୀନ୍-ଟି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ସୁସ୍ଥ ରହେ।

ପାଟିରୁ ଦୁର୍ଗନ୍ଧ ଦୂର କରିଥାଏ:

୧୦୦ ଗ୍ରାମ୍ ଗ୍ରୀନ୍-ଟିକୁ ଗୋଟିଏ କପ ଗରମ ପାଣିରେ ୩୦ ମିନିଟ୍ ପକାଇ ରଖିଲା ପରେ ଏହି ପାନୀୟ ସହ ଗୋଟିଏ ଚାମଚ ବେକିଂଗ ସୋଡା ପକାଇ ଏକ ପେଷ୍ଟ ତିଆରି କରି ବ୍ୟବହାର କଲେ ପାଟି ଦୁର୍ଗନ୍ଧ ଆପେ ଆପେ ଦୂର ହୋଇଯିବ।

Comment