ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ବାଗି-୨’ ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି। ୨୪ ଘଣ୍ଟା ମଧ୍ୟରେ ୬୦ ମିଲିୟନ୍ ଦର୍ଶକ ଏହି ଟ୍ରେଲରକୁ ଦେଖିସାରିଲେଣି।

ରିଲିଜ ହୋଇଛି ଆକ୍ସନ୍‌-ରୋମାଣ୍ଟିକ ଫିଲ୍ମ ‘ବାଗି-୨’ର ଟ୍ରେଲର। ରିଲିଜ୍‌ ହେବାର ମାତ୍ର ଦୁଇ ଦିନ ଭିତରେ ମାର୍କେଟରେ ଧୁମ୍‌ ମଚାଇଛି ଫିଲ୍ମର ଟ୍ରେଲର୍‌।

୨୦୧୬ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ବାଗି’ର ସିକ୍ଵେଲ ‘ବାଗି-୨’ ଟ୍ରେଲରକୁ ଦୁଇଦିନରେ ୮୦ ମିଲିୟନ ଦେଖିସାରିଲେଣି। ‘ବାଗି’ରେ ଶ୍ରଦ୍ଧା କପୁରଙ୍କ ସହ ଟାଇଗର ଶ୍ରଫ୍ ନଜର ଆସିଥିଲେ। ବକ୍ସ ଅଫିସରେ ଭଲ କଲେକ୍ସନ୍ ମଧ୍ୟ କରିଥିଲା।

ଡିଜିଟାଲ୍ ଫ୍ଲାଟଫର୍ମ (ଫେସବୁକ୍, ହ୍ଵାଟ୍ସଆପ୍ ଓ ୟୁଟ୍ୟୁବ) ଓ ବ୍ରଡକାଷ୍ଟ (ଷ୍ଟାର୍ ଟିଭି ନେଟୱାର୍କ)ର ଦର୍ଶକ ସଂଖ୍ୟାକୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ ୮୦ ମିଲିୟନରୁ ଅଧିକ ଦର୍ଶକ ଟ୍ରେଲରକୁ ଦେଖିସାରିଲେଣି।

ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ବଲିଉଡ ଅଭିନେତା ଟାଇଗର ଶ୍ରଫ୍‌ ଏବଂ ତାଙ୍କ ପ୍ରେମିକା ଦିଶା ପଟାନୀ।

ଟ୍ରେଲର୍‌ ରିଲିଜ ପରେ ଟାଇଗରଙ୍କ ଲୁକ୍‌ ଏବଂ ତାଙ୍କ ଆକ୍ସନ୍‌ଙ୍କୁ ବେଶ ପସନ୍ଦ କରିଛନ୍ତି ଦର୍ଶକେ।

‘ବାଗି’ ଠାରୁ ଏହା ସମ୍ପୁର୍ଣ୍ଣ ଅଲଗା ଲାଗୁଛି ବୋଲି ପ୍ରଶଂସକମାନେ ମତ ରଖିଛନ୍ତି। ଖାସ୍‌ କରି ଏଥିରେ ଥିବା ଟାଇଗର୍‌ଙ୍କର ଆକ୍ସନ୍‌ ସିକ୍ୟୁଏନ୍ସକୁ ଦେଖି ଦର୍ଶକମାନେ ବେଶ ପସନ୍ଦ କରିବା ସହ ତାଙ୍କ ଭଲପାଇବା ମଧ୍ୟ ବଢ଼ି ଯାଇଛି ବୋଲି ଅନେକ ପ୍ରଶଂସକ ମତ ରଖିଛନ୍ତି ।

ଫିଲ୍ମରେ ନିଜର ନାୟିକା ପାଇଁ ନାୟକ କିପରି ସମସ୍ତଙ୍କ ସହ ଲଢ଼ୁଛି, ତାହା ଦେଖିବାକୁ ମିଳିଛି।ଏହା ପୂର୍ବରୁ ଟାଇଗର୍‌ ଏବଂ ଦିଶା ଏକ ମ୍ୟୁଜିକାଲ ଭିଡ଼ିଓରେ ଏକା ସାଙ୍ଗରେ ନଜର ଆସି ସାରିଛନ୍ତି।

ଦୁହେଁ ଅସଲ ଜୀବନରେ ପ୍ରେମୀ ହୋଇଥିବା ବେଳେ ପରଦା ଉପରେ ମଧ୍ୟ ତାଙ୍କ ପ୍ରେମ କାହାଣୀକୁ ଦର୍ଶକମାନେ ପସନ୍ଦ କରିବେ ବୋଲି ଆଶା କରାଯାଉଛି।

ଏହି ଫିଲ୍ମରେ ଟାଇଗର୍‌ ଏବଂ ଦିଶାଙ୍କ ବ୍ୟତୀତ ରଣଦୀପ ହୁଡା, ମନୋଜ ବାଜପାୟୀ ଏବଂ ପ୍ରତୀକ ବବ୍‌ର ମଧ୍ୟ ନଜର ଆସୁଛନ୍ତି।

ଅହମଦ ଖାନଙ୍କ ନିର୍ଦ୍ଦେଶିତ ‘ବାଗି-୨’ ରିଲିଜ ନ ହେଉଣୁ ଏହାର ତୃତୀୟ ଭାଗ କରିବା ପାଇଁ ଫିଲ୍ମ ନିର୍ମାତା ମନସ୍ଥିର କରି ସାରିଛନ୍ତି।

ଏଥିରେ ବି ଟାଇଗର୍‌ ମୁଖ୍ୟ ଭୂମିକାରେ ଆସିବେ ବୋଲି ଜଣାପଡ଼ିଛି। କିନ୍ତୁ ତାଙ୍କ ବିପକ୍ଷରେ କେଉଁ ନାୟିକା କାମ କରିବେ ତାହା ସ୍ପଷ୍ଟ ହୋଇ ନାହିଁ।

Comment