ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିଜ ଅଭିନୟ ଦ୍ଵାରା ଦର୍ଶକଙ୍କ ମନ ଜିଣିଥିବା ବଲିଉଡ ଅଭିନେତ୍ରୀ ଶ୍ରୀଦେବୀ ଆମ ଗହଣରେ ଆଉ ନାହାନ୍ତି। ଅଚାନକ ହୃଦଘାତରେ ମୃତ୍ୟୁବରଣ କରିଥିବା ଶ୍ରୀଦେବୀଙ୍କ ମୃତ୍ୟୁର କାରଣକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଶ୍ରୀଦେବୀଙ୍କ ଆକସ୍ମିକ ଦେହାନ୍ତରେ ପୁରା ବଲିଉଡ ବିସ୍ମିତ ହୋଇଯାଇଛି।

ନିଜକୁ ସର୍ବଦା ଫିଟ୍ ରଖୁଥିବା ଶ୍ରୀଦେବୀଙ୍କ ଅଚାନକ ହୃଦ୍‌ଘାତ ହେବା ପଛରେ ଅନେକ କିଛି କାରଣ ଦାୟୀ ବୋଲି କୁହାଯାଉଛି।

ନିଜକୁ ସେକ୍ସି ଦେଖାଯିବା ପାଇଁ ଶ୍ରୀଦେବୀ ବହୁ ପ୍ରକାର ଆଣ୍ଟି ଏଜିଂ ଔଷଧ ସେବନ କରୁଥିଲେ। ସୁନ୍ଦର ଦେଖାଯିବା ପାଇଁ ସେ ଶରୀରରେ ପାଖାପାଖି ୨୯ଟି ଅସ୍ତ୍ରୋପ୍ରଚାର ମଧ୍ୟ କରିଥିଲେ।

ଏଥିମଧ୍ୟରୁ ଗୋଟିଏ ସର୍ଜରୀ ଠିକ୍ ଭାବେ ହୋଇପାରି ନଥିଲା। ଏଥିପାଇଁ ଶ୍ରୀଦେବୀଙ୍କୁ ବହୁ ଯନ୍ତ୍ରଣା ସହିବାକୁ ପଡ଼ିଥିଲା। ଏହି କଷ୍ଟକୁ ଉପଶମ ପାଇଁ ଗତ କିଛି ଦିନ ହେବ ସେ ‘ଡାଏଟ୍ ପିଲ୍ସ’ ନାମକ ଔଷଧ ଖାଉଥିଲେ।

ଶ୍ରୀଦେବୀ ନିଜ ପେଟ କମାଇବା ପାଇଁ ଚିକିତ୍ସିତ ହେଉଥିଲେ। ମୁହଁ ସୁନ୍ଦର ଦେଖାଯିବା ପାଇଁ ସେ ବୋଟାକ୍ସ ବ୍ୟବହାର କରୁଥିଲେ।

ଗତ କିଛିଦିନ ହେବ ଶ୍ରୀଦେବୀ ଓଠ ସର୍ଜରୀ କରିଥିବା ଚର୍ଚ୍ଚା ମଧ୍ୟ ହେଉଥିଲା। ଅବଶ୍ୟ ସେ ଏହାକୁ ଖଣ୍ଡନ କରିଥିଲେ।

“ଋତୁସ୍ରାବ ବନ୍ଦ ହେବା ପରେ ମହିଳାଙ୍କର ହୃଦ୍‌ଘାତ ସମସ୍ୟା ବଢିଯାଇଥାଏ”, କହିଛନ୍ତି ଡାକ୍ତର।

ସାଧାରଣତଃ ପୁରୁଷ ଓ ମହିଳାଙ୍କ ମଧ୍ୟରେ ହୃଦ୍‌ଘାତ ସମସ୍ୟାର ଅନୁପାତ ୩:୧। କିନ୍ତୁ ଋତୁସ୍ରାବ ବନ୍ଦ ହେବା ପରେ ଏହି ଅନୁପାତ ସମାନ ହୋଇଯାଏ।

କେବଳ ଶ୍ରୀଦେବୀ ନୁହଁନ୍ତି, ବଲିଉଡର ଆହୁରି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ସୁନ୍ଦର ଦେଖାଯିବା ପାଇଁ ଅସ୍ତ୍ରୋପଚାର କରିଛନ୍ତି। ଏହି ଲିଷ୍ଟରେ କାଜଲ, ଶିଳ୍ପା ସେଟ୍ଟୀ, ପ୍ରିୟଙ୍କା ଚୋପ୍ରା, ଅନୁଷ୍କା ଶର୍ମା, ବାଣୀ କପୁର, ବିପାସା ବସୁଙ୍କ ଭଳି ଅଭିନେତ୍ରୀର ସାମିଲ ଅଛନ୍ତି।

ନିଜ ଭଣଜାଙ୍କ ବିବାହରେ ସାମିଲ୍‌ ହେବା ପାଇଁ ଦୁବାଇ ଯାଇଥିଲେ ଶ୍ରୀଦେବୀ। ଗତ ଶନିବାର ଦିନ ସେଠାରେ ହୃଦଘାତରେ ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିଲା।

Comment