ଓଡ଼ିଶାଲାଇଭ୍‌ ବ୍ୟୁରୋ

୩ ଦିନ ପରେ ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କ ମରଶରୀର ମୁମ୍ବାଇରେ ପହଞ୍ଚିଛି। ଦୁବାଇରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ତାଙ୍କ ମରଶରୀରକୁ ମୁମ୍ବାଇ ଅଣା ଯାଇଥିଲା। ରାତି ୧୦ଟାରେ ମୁମ୍ବାଇ ଏୟାରପୋର୍ଟରେ ମରଶରୀର ପହଞ୍ଚିବା ପରେ ଲୋଖଣ୍ଡଓ୍ବାଲାସ୍ଥିତ ଘରକୁ ନିଆଯାଇଛି। ବୁଧବାର ସକାଳେ ମରଶରୀରକୁ ସେଲିବ୍ରେସନ କ୍ଲବକୁ ନିଆଯିବ। ସେଠାରେ ବହୁ ଶୁଭେଚ୍ଛୁ ଓ ଫ୍ୟାନ୍‌ମାନେ ଶ୍ରୀଦେବୀଙ୍କ ଶେଷ ଦର୍ଶନ କରିବେ।

ସକାଳ ୯ଟା୩୦ରୁ ୧୨ଟା୩୦ ପର୍ଯ୍ୟନ୍ତ ଶୁଭେଚ୍ଛୁ ଏବଂ ଫ୍ୟାନ୍‌ମାନେ ଶେଷ ଦର୍ଶନ କରିବା ପାଇଁ ସେଲିବ୍ରେସନ କ୍ଲବରେ ବ୍ୟବସ୍ଥା କରାଯାଇଛି। ୩ଟା୩୦ରୁ ଅପରାହ୍ମଣ ୫ଟା୩୦ ଭିତରେ ପବନ ହଂସ ଶ୍ମଶାନରେ ଶ୍ରୀଦେବୀଙ୍କ ଅନ୍ତିମ ସଂସ୍କାର କରାଯିବ।

ଅନ୍ତ୍ୟଷ୍ଟିକ୍ରିୟାରେ ବୋନିକପୁର୍‌ଙ୍କ ପରିବାର, ବଲିଉଡର ବହୁ ଅଭିାନେତା, ଅଭିନେତୀ ଏବଂ ନିର୍ଦ୍ଦେଶକ ସାମିଲ ହେବେ।

ଶନିବାର ବିଳମ୍ବିତ ରାତିରେ ଦୁବାଇରେ ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିଲା। ହାର୍ଟ ଆଟାକ୍ ଯୋଗୁ ମୃତ୍ୟୁ ହୋଇଥିବା କୁହାଯାଇଥିଲା। କିନ୍ତୁ ରବିବାର ପୋଷ୍ଟମର୍ଟମ ଣିପୋର୍ଟ ଆରମ୍ଭ ହୋଇଥିଲା। ସୋମବାର ପୋଷ୍ଟମର୍ଟମ ରିପୋର୍ଟ ଆସିଥିଲା। ତାଙ୍କ ଶରୀରରେ ଆଲକହଲ ମାତ୍ରା ଅଧିକ ରହିଥିବା ଜଣାପଡ଼ିଥିଲା। ଅଧିକ ମଦ୍ୟପାନ ଯୋଗୁ ଶ୍ରୀଦେବୀ ବାଥ୍‌ଟବ୍‌ରେ ପଡ଼ି ପ୍ରାଣ ହରାଇଥିବା ରିପୋର୍ଟରୁ ଜଣାପଡ଼ିଥିଲା।

ମଙ୍ଗଳବାର ଅପରାହ୍ଣରେ ଦୁବାଇ ପୋଲିସ ସମସ୍ତ କାଗଜପତ୍ର ଯାଞ୍ଚ କରିବା ପରେ ମାମଲା ବନ୍ଦ କରିଥିଲା। ପରେ ପରିବାର ଲୋକଙ୍କୁ ଶ୍ରୀଦେବୀଙ୍କ ମୃତଦେହ ହସ୍ତାନ୍ତର କରାଯାଇଥିଲା।

Comment