ଓଡ଼ିଶାଲାଇଭ୍‌ ବ୍ୟୁରୋ

ପର୍ଣ୍ଣଷ୍ଟାରରୁ ଅଭିନେତ୍ରୀ ପାଲଟିଥିବା ସନ୍ନି ଲିଓନି ପୁଣିଥରେ ମା’ ହୋଇଛନ୍ତି। ଗତବର୍ଷ ଗୋଟିଏ ଝିଅକୁ ପୌଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିବାବେଳେ ଏବେ ସେ ଯାଆଁଳା ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି।

ଅଭିନେତ୍ରୀ ସନ୍ନି ଲିଓନି ମା’ ହୋଇଛନ୍ତି। କିଛି ସପ୍ତାହ ତଳେ ସରୋଗେସୀ ମାଧ୍ୟମରେ ଦୁଇ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି ସନ୍ନି।

କୁନି ଯାଆଁଳାଙ୍କ ନାମ ଆଶାର ସିଂ ୱେର୍ ଓ ନୁର୍ ସିଂହ ୱେର୍। ପୂର୍ବରୁ ନିଶା ନାମ୍ନୀ କନ୍ୟାକୁ ପୋଷ୍ୟ ଭାବେ ଗ୍ରହଣ କରିବା ପରେ ସନିଙ୍କ ଲୋକପ୍ରିୟତା ବଢ଼ିବାକୁ ଲାଗିଥିଲା। ଏବେ ୩ ସନ୍ତାନକୁ ନେଇ ବେଶ୍‌ ଖୁସି ଅଛନ୍ତି ସନ୍ନି ଓ ତାଙ୍କ ସ୍ୱାମୀ ଡାନିଏଲ୍‌।

ସନ୍ନି ନିଜ ଟୁଇଟର ଆକାଉଣ୍ଟ୍ ଫଟୋ ସେୟାର୍ କରି କହିଛନ୍ତି “ଝିଅର ଆଗମନ ପରେ ଘରେ ଯମଜ କୁନିପୁଅଙ୍କର ସ୍ଵାଗତ କରୁଛୁ। ଆମ ପରିବାର ସମ୍ପୂର୍ଣ୍ଣ ହୋଇଗଲା। ଆମେ ନିଜର ରକ୍ତର ପିଲା ଚାହୁଁଥିଲୁ। ସେଥିପାଇଁ ସରୋଗେସିର ସାହାରା ନେଲୁ”।

ଖବରକୁ ସମ୍ପୂର୍ଣ୍ଣ ଲୁଚାଇ ରଖିବାକୁ ଯଥାସାଧ୍ୟ ଚେଷ୍ଟା କରିଥିଲେ ସନି ଓ ଡାନିଏଲ୍‌। ସନି ଏବେ ମୁମ୍ବଇରେ ଥିବାବେଳେ ଖୁବଶୀଘ୍ର ଲଣ୍ଡନ ଯିବେ। ଏବେ କିଛିଦିନ ହେଲା ସୁଟିଂରୁ ବିରତି ନେଇଥିବାବେଳେ ଆସନ୍ତା ମାସ ଶେଷ ସପ୍ତାହରେ ସେ ପୁନଃ ସୁଟିଂରେ ଯୋଗଦେବେ। ସେ ପର୍ୟ୍ୟନ୍ତ ସନି ଲଣ୍ଡନରେ ରହିବେ।

 

Comment