ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନିଲ୍‌ କପୁର-ମାଧୁରୀ ଦୀକ୍ଷିତଙ୍କଠାରୁ ଆରମ୍ଭ କରି ଗୋବିନ୍ଦା-ରବିନା ଟଣ୍ଡନଙ୍କ ପର୍ଯ୍ୟନ୍ତ ହିଟ୍ ସିନେ ଯୋଡ଼ି ପରଦାରେ ବହୁ ସଫଳ ଚଳଚ୍ଚିତ୍ରରେ ନଜର ଆସିଛନ୍ତି।

ବଲିଉଡରେ ପ୍ରଯୋଜକ- ନିର୍ଦ୍ଦେଶକମାନେ ଅନେକ ସମୟରେ ନାୟକ-ନାୟିକାଙ୍କ ଯୋଡ଼ିକୁ ନିଜ ନିଜ ସିନେମାରେ ରିପିଟ୍ କରିଥାନ୍ତି। ଆସନ୍ତୁ ଜାଣିବା ବଲିଉଡର କେଉଁ ଚର୍ଚ୍ଚିତ ଯୋଡ଼ି କେତୋଟି ସିନେମାରେ ଅଭିନୟ କରିଛନ୍ତି।

ଅନିଲ୍‌ କପୁର-ମାଧୁରୀ ଦୀକ୍ଷିତ

ବଲିଉଡର ଏକଦା ସବୁଠୁ ଲୋକପ୍ରିୟ ଯୋଡ଼ି ଥିଲେ ଅନିଲ୍‌ କପୁର-ମାଧୁରୀ ଦୀକ୍ଷିତ। ଜାଣନ୍ତି ଏହି ଯୋଡ଼ିକୁ ଦର୍ଶକ କେତୋଟି ସିନେମାରେ ଏଯାବତ ଦେଖିବାକୁ ପାଇଛନ୍ତି। ହଁ ଏହି ହିଟ୍ ଯୋଡି ୧୬ଟି ଫିଲ୍ମରେ ନଜର ଆସିଛନ୍ତି। ଏହି ଫିଲ୍ମଗୁଡ଼ିକ ହେଲା-‘ହିଫାଜତ୍’, ‘ତେଜାବ୍’, ‘ରାମଲଖନ୍’, ‘ପରିନ୍ଦା’, ‘କିଶନ କହ୍ନେୟା’, ‘ଜୀବନ-ଏକ ସଂଘର୍ଷ’, ‘ଜମାଇ ରାଜା’, ‘ପ୍ରତିକାର’, ‘ବେଟା’, ‘ଜିନ୍ଦେଗୀ ଏକ ଜୁଆ’, ‘ଖେଲ୍’, ‘ଧାରାବୀ’, ‘ଦିଲ୍ ତେରା ଆଶିକ୍’, ‘ରାଜକୁମାର’, ‘ପୁକାର୍’ ଓ ‘ଲଜ୍ଜା’।

ଅମିତାଭ ବଚ୍ଚନ-ରେଖା

ସତୁରି ଦଶକର ଏହି ଲୋକପ୍ରିୟ ଯୋଡ଼ିକୁ ୧୨ଟି ହିନ୍ଦୀ ସିନେମାରେ ଦେଖିଛନ୍ତି ଦର୍ଶକ। ଏହି ଫିଲ୍ମଗୁଡ଼ିକ ହେଲା ‘ନମକହାରାମ୍’, ‘ଆଳାପ୍’, ‘ଦୋ ଅନ୍‌ଜାନେ’, ‘ଇମାନ୍ ଧରମ୍’, ‘ଖୁନ୍ ପସିନା’, ‘ରାମ ବଲରାମ୍’, ‘ଗଙ୍ଗାକି ସୌଗନ୍ଧ’, ‘ମୁକଦର୍‌କା ସିକନ୍ଦର’, ‘ସିଲସିଲା’, ‘ମିଷ୍ଟର ନଟବରଲାଲ୍’, ‘ସୁହାଗ୍’ ଓ ‘ଚଷମେଁ ବଦୁର୍’।

ଅମିତାଭ ବଚ୍ଚନ-ହେମାମାଳିନୀ

ଅମିତାଭ-ହେମା ଏଯାବତ୍ ଏକାଠି ୧୬ଟି ସିନେମାରେ ନଜର ଆସିଛନ୍ତି। ଏହି ଫିଲ୍ମଗୁଡ଼ିକ ହେଲା ‘ଗରମ ମସଲା’, ‘ଗହରୀ ଚାଲ୍’, ‘କୁଆଁରା ବାପ୍’, ‘ଦୋସ୍ତ’, ‘କସୌଟି’, ‘ଶୋଲେ’, ‘ତ୍ରିଶୁଲ୍’, ‘ଦୋ ଓୗର ଦୋ ପାଞ୍ଚ୍’, ‘ନସିବ୍’, ‘ସତ୍ତେ ପେ ସତ୍ତା’, ‘ଦେଶ୍ ପ୍ରେମୀ’, ‘ବାବୁଲ୍’, ‘ବାଗବାନ୍’, ‘ବୀର-ଜାରା’, ‘ଆରକ୍ଷଣ୍’ ଓ ‘ବୁଢ଼ା ହୋଗା ତେରା ବାପ୍’ ଆଦି।

ଋଷି କପୁର – ନୀତୁ ସିଂହ

ରିଲ୍ ଯୋଡିରୁ ରିଅଲ୍ କପୁଲ୍ ବନିଥିବା ଋଷି କପୁର ଓ ନୀତୁ ସିଂହ ଏକାଠି ୧୪ଟି ହିନ୍ଦୀ ସିନେମାରେ ସ୍କ୍ରିନ୍ ସେଆର୍ କରିଛନ୍ତି। ଏହି ଫିଲ୍ମ ଗୁଡ଼ିକ ହେଲା- ଜହରିଲେ ଇନସାନ୍, ‘ଜିନ୍ଦା ଦିଲ୍’, ‘ଖେଲ ଖେଲ ମେଁ’, ‘କଭି କଭି’, ‘ରଫୁ ଚକ୍କର ଦୁସରା ଆଦମୀ’, ‘ଚଲା ମୁରାରୀ ହିରୋ ବନ୍‌ନେ’, ‘ଅମର ଆକବର ଆନ୍ଥୋନୀ’, ‘ପତି ପତ୍ନୀ ଔର’ ଓ ‘ଅଞ୍ଜାନେ ମେଁ’, ‘ଝୁଠା କହିଁକା’, ‘ଦୁନିୟା ମେରୀ ଜେବ୍ ମେଁ’, ‘ଧନଦୌଲତ’ ଓ ‘ଦୋ ଦୁନି ଚାର୍’।

ଅନିଲ୍ କପୁର-ଶ୍ରୀଦେବୀ

‘ଜାନ୍‌ବାଜ୍’, ‘କର୍ମା’, ‘ମିଷ୍ଟର ଇଣ୍ଡିଆ’, ‘ରାମ ଅବତାର’, ‘ଜୋଶିଲେ’, ‘ଲମ୍‌ହେ’, ‘ହୀରା-ରାଞ୍ଝା’, ‘ରୂପ କି ରାନୀ ଚୋରୋଁ କି ରାଜା’, ‘ଗୁରୁଦେବ’, ‘ଲାଡଲା’, ‘ମିଷ୍ଟର ବେଚାରା’ ଓ ‘ଜୁଦାବର’ ଆଦି ୧୨ଟି ସିନେମାରେ ଦର୍ଶକ ଭେଟିଛନ୍ତି ଅନୀଲ-ଶ୍ରୀଦେବୀ ଯୋଡ଼ିକୁ।

ଗୋବିନ୍ଦା-କରିସ୍ମା କପୁର

ନବେ ଦଶକର ହିଟ୍ ଯୋଡ଼ି ଗୋବିନ୍ଦା-କରିସ୍ମା କପୁର ଏକାଠି ୧୧ଟି ଫିଲ୍ମରେ କାମ କରିଛନ୍ତି। ଏହି ସିନେମାଗୁଡ଼ିକ ହେଲା ମୁକାବିଲା, ପ୍ରେମଶକ୍ତି, ରାଜା ବାବୁ, ଦୁଲାରା, ଖୁଦ୍ଦାର, କୁଲି ନମ୍ବର ୱାନ୍, ସାଜନ୍ ଚଲେ ଶଶୁରାଲ୍, ହିରୋ ନମ୍ବର ୱାନ୍, ହସିନା ମାନଜାଏଗି ଓ ଶିକାରୀ।

ଅକ୍ଷୟ କୁମାର-କରିସ୍ମା କପୁର

ଏହି ଯୋଡି ଦିଦାର, ସୁହାଗ୍, ମୈଦାନ-‘ଏ ଜଙ୍ଗ ସପୁତ୍ର୍’, ‘ଲହୁ କେ ଦୋ ରଙ୍ଗ’, ‘ଦିଲ୍ ତୋ ପାଗଲ ହେ’, ‘ଜାନବର୍’, ‘ଏକ ରିସ୍ତା’, ‘ହାଁ ମୈନେ ଭି  ପ୍ୟାର୍  କିୟା’ ଓ ‘ମେରେ ଜୀବନ ସାଥୀ’ ଭଳି ୧୦ଟି ସିନେମାରେ ଯୋଡ଼ି ହୋଇଛନ୍ତି।

ସଲମାନ୍  ଖାନ୍-କରିସ୍ମା କପୁର

ଏହି ଲୋକପ୍ରିୟ ଯୋଡ଼ିକୁ ଦର୍ଶକ ‘ଜାଗୃତି’, ‘ନିଶ୍ଚୟ’, ‘ଅନ୍ଦାଜ୍ ଅପନା ଅପନା’, ‘ଜିତ୍’, ‘ଜୁଡ଼ୱା’, ‘ବିବି ନମ୍ବର ୱାନ୍’, ‘ହମ୍ ସାଥ୍ ସାଥ୍ ହେ’, ‘ଦୁଲହନ୍ ହମ୍ ଲେ ଜାଏଙ୍ଗେ’ ଓ ‘ଚଲ୍‌ ମେରେ ଭାଇ’ ଭଳି ୨ଟି ସିନେମାରେ ଦେଖିବାକୁ ପାଇଛନ୍ତି।

ଶାହାରୁଖ୍ ଖାନ୍-ଜୁହି ଚାୱାଲା

ନବେ ଦଶକର ଏକ ଲୋକପ୍ରିୟ ଯୋଡ଼ି ଥିଲେ ଶାହାରୁଖ୍ ଖାନ୍-ଜୁହି ଚାୱାଲା। ଏହି ଯୋଡ଼ି ୯ଟି ସିନେମାରେ ସ୍କ୍ରିନ୍ ସେଆର୍ କରିଥିଲେ। ସେହି ସିନେମାଗୁଡ଼ିକ ହେଲା-‘ରାଜୁ ବନଗୟା ଜେଣ୍ଟଲମ୍ୟାନ୍’, ‘ଡର୍’, ‘ରାମ୍‌ଜାନେ’, ‘ୟେସ୍ ବସ୍’, ‘ଡୁପ୍ଲିକେଟ୍’, ‘ଫିର୍ ଭି ଦିଲ୍ ହେ  ହିନ୍ଦୁସ୍ତାନୀ’ ଏବଂ ‘ୱାନ୍ ଟୁ କା ଫୋର୍’।

ଗୋବିନ୍ଦା-ରବିନା ଟଣ୍ଡନ

ଏହି କମିକ୍ ଯୋଡ଼ିକୁ ଦର୍ଶକ ଯେଉଁ ନଅଟି ସିନେମାରେ ଏଯାବତ୍ ଦେଖିବାକୁ ପାଇଛନ୍ତି, ତାହା ହେଲା- ‘ଆଣ୍ଟି ନମ୍ବର ୱାନ୍’, ‘ଦୁଲହେ ରାଜା’, ‘ବଡେ ମିୟାଁ ଛୋଟେ ମିଆଁ’, ‘ଅନାଡି ନମ୍ବରୱାନ୍’, ‘ପରଦେଶୀ ବାବୁ’, ‘ରାଜାଜୀ’, ‘ଆଖିୟୋଁ ସେ ଗୋଲିମାରେ’ ଓ ‘ବାହ ତେରା କ୍ୟା କେହେନା’ ଓ ‘ସ୍ୟାଣ୍ଡୱିଚ୍’।

Comment