ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ୱର: ଓଟି ରୋଡର ତେଲେଙ୍ଗା ସାହିରେ ବିଜି ଆସୋସିଏଟ୍ସର ‘ନିଟ୍‌କୋ ଲୁକ୍’ ଟାଇଲ୍ ସୋରୁମ୍ ଉଦଘାଟିତ ହୋଇଯାଇଛି। ଏହି ସୋରୁମକୁ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଉଦଘାଟନ କରିଛନ୍ତି। ଅଭିନେତା ସାତ୍ୟକି ମିଶ୍ର ଯୋଗ ଦେଇଥିଲେ।

ଏହି ‘ନିଟ୍‌କୋ ଲୁକ୍’ ଟାଇଲ ସୋରୁମ ଓଡ଼ିଶାରେ ୨ ନମ୍ବର ଓ ସର୍ବଭାରତୀୟ ସ୍ତରରେ ୧୦ ନମ୍ବର ସ୍ଥାନରେ ରହିଛି। ଟାଇଲ ବ୍ୟବସାୟରେ ଏହା ନିଜର ସ୍ୱାତନ୍ତ୍ର୍ୟତା ବଜାୟ ରଖିଥିବା ବେଳେ ସର୍ବପୁରାତନ ଏହି କମ୍ପାନିର ଟାଇଲ ଗ୍ରାହକଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଛି।

ଉଦଘାଟନୀ ଉତ୍ସବରେ ଅତିଥି ଭାବେ ନିଟ୍‌କୋର ରିଜିଓନାଲ ମ୍ୟାନେଜର ସୁରଞ୍ଜନ ଚକବର୍ତ୍ତୀ, ରିଜିଓନାଲ ମ୍ୟାନେଜର ଦୁର୍ଗାପ୍ରସାଦ, ସେଲ୍ସ ମ୍ୟାନେଜର ସୁରଜଭାନ ସିଂ, ମାର୍କେଟିଂ ଇନଚାର୍ଜ ହେମନ୍ତ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମକୁ ବୀରେନ୍ଦ୍ର ବାରିକ, ଡୁଡୁଲ ସାଇମନ, ରବୀନ୍ଦ୍ର ବାରିକ, ଭାଗବତ ସାହୁ, ଜ୍ଞାନେନ୍ଦ୍ର ମହାନ୍ତି, ବାବୁଲି ସିଂ ପରିଚାଳନା କରିଥିଲେ।

Comment