ଓଡ଼ିଶାଲାଇଭ୍‌ ବ୍ୟୁରୋ

ସଲମାନ-ଶ୍ରୀଦେବୀଙ୍କଠାରୁ ଆରମ୍ଭ କରି ସଞ୍ଜୟ ଦତ୍ତ-ଲାରା ଦତ୍ତଙ୍କ ଭଳି ବଲିଉଡର ସୁପରଷ୍ଟାର୍ ଯୋଡ଼ି ପରଦାରେ ଫ୍ଲପ୍ ସାବ୍ୟସ୍ତ ହୋଇଛନ୍ତି।

ବଲିଉଡ୍‌ରେ ପ୍ରତିବର୍ଷ ଶତାଧିକ ହିନ୍ଦୀ ସିନେମା ନିର୍ମିତ ହୁଏ ଏବଂ ରିଲିଜ୍ ମଧ୍ୟ ହୋଇଥାଏ। ଏହିସବୁ ସିନେମାରେ କେତେକ ନାୟକ-ନାୟିକା ଯୋଡ଼ିଙ୍କୁ ଦେଖିବାକୁ ମିଳିଥାଏ। ବେଳେବେଳେ ଷ୍ଟାର ପେଆର୍ ବି ଫ୍ଲପ୍ ହୋଇଥାଏ। ସଲମାନ୍ ଖାନ୍-ଶ୍ରୀଦେବୀ ଯୋଡ଼ି ବି ଫ୍ଲପ୍ ଥିଲା। ଆସନ୍ତୁ ଜାଣିବା ଏଭଳି କେଉଁ ହିଟ୍‌ ଷ୍ଟାର ପେଆର୍ ବକ୍ସ ଅଫିସରେ ହଙ୍ଗାମା କରିପାରିନଥିଲେ…

ସଲମାନ୍ ଖାନ୍- ଶ୍ରୀଦେବୀ

ଯେତେବେଳେ ସଲମାନ୍ ଖାନ୍ ଜଣେ ସୁପରଷ୍ଟାର ବୋଲି ପରିଗଣିତ ହେଉନଥିଲେ ସେତେବେଳେ ତାଙ୍କୁ ବଲିଉଡ଼ର ହିରୋଇନ୍ ନମ୍ବର ଓ୍ବାନ୍‌ ହିରୋଇନ୍ ଶ୍ରୀଦେବୀଙ୍କ ସାଥ୍‌ ମିଳିଥିଲା। ସଲମାନ୍ ଓ ଶ୍ରୀଦେବୀ ଯୋଡ଼ି ଗୋଟିଏ ନୁହେଁ, ବରଂ ଦୁଇଟି ସିନେମା ‘ଚନ୍ଦ୍ରମୁଖୀ’ ଓ “ଚାନ୍ଦ୍‌ କା ଟୁକୁଡ଼ା’ରେ ଏକାଠି ଅଭିନୟ କରିଥିଲେ। ଏ ଦୁଇଟି ଫିଲ୍ମ ଭଲ ଚାଲିନଥିଲା।

ଶାହାରୁଖ୍ ଖାନ୍‌-ଶ୍ରୀଦେବୀ

୧୯୯୬ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଆର୍ମି’ ରେ ପ୍ରଥମ ଥର ପାଇଁ ଶାହାରୁଖ୍ ଖାନ୍-ଶ୍ରୀଦେବଙ୍କ ଯୋଡ଼ିକୁ ଦର୍ଶକ ଦେଖିବାକୁ ପାଇଥିଲେ। ନିତିନ ମନମୋହନ ଓ ମୁକୁଲ୍ ଆନନ୍ଦଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶନା ଦେଇଥିଲେ ରାମ ସେଟ୍ଟୀ। ଏହି ଫିଲ୍ମର କଥାବସ୍ତୁ ଅନୁଯାୟୀ ମେଜର ଅର୍ଜୁନ ସିଂହ (ଶାହାରୁଖ୍ ଖାନ୍)ଙ୍କୁ ପ୍ରେମ ବିବାହ କରିଥିଲେ ଗୀତା (ଶ୍ରୀଦେବୀ)। ହେଲେ ଗ୍ୟାଙ୍ଗ ଷ୍ଟାର୍ ନାଗରାଜ (ଡାନି ଡେଂଜା ଗପ୍ପା) ଅର୍ଜୁନଙ୍କୁ ହତ୍ୟା କରିଲେ। ସ୍ଵାମୀ ହତ୍ୟାର ପ୍ରତିଶୋଧ ନେଉଛନ୍ତି ଗୀତା। କିନ୍ତୁ ‘ଆର୍ମି’ ବକ୍ସ ଅଫିସରେ ଧମାଲ୍ କରିପାରିନଥିଲା। ଏହା ସୁପରଫ୍ଲପ୍ ହୋଇଥିଲା।

ଶାହାରୁଖ୍ ଖାନ-ରବିନା ଟଣ୍ଡନ

ବଲିଉଡର ଅନ୍ୟ ଏକ ଫ୍ଲପ୍ ଯୋଡ଼ି ହେଲେ ଶାହାରୁଖ୍‌ ଖାନ୍-ରବିନା ଟଣ୍ଡନଙ୍କ ଯୋଡ଼ି। ଏହି ଯୋଡ଼ିକୁ ଦର୍ଶକ ‘ୟେ ଲମ୍‌ହେ’ ଓ ‘ଜମାନା ଦିୱାନା’ ସିନେମାରେ ଦେଖିବାକୁ ପାଇଛନ୍ତି। କିନ୍ତୁ ଦୁଇଟି ଯାକ ସିନେମା ସୁପରଫ୍ଲପ୍ ହୋଇଥିଲା। ଏହାପରେ ଶାହାରୁଖ୍ ଅନ୍ୟ ନାୟିକାଙ୍କ ସହିତ କାମ କରିଥିଲେ ଏବଂ ରବିନା ଟଣ୍ଡନ୍ ଅନ୍ୟ ନାୟକଙ୍କ ବିପକ୍ଷରେ ନାୟିକା ସାଜି ସଫଳତା ହାସଲ କରିଥିଲେ।

ଶାହାରୁଖ୍ ଖାନ୍ -ସୋନାଲି ବେନ୍ଦ୍ରେ

ସୁପରଷ୍ଟାର୍ ଶାହାରୁଖ୍ ଖାନ ସେକ୍ସି ସୋନାଲି ବେନ୍ଦ୍ରେଙ୍କ ସହ ଦୁଇଟି ସିନେମାରେ ନଜର ଆସିଥିଲେ। ଏହି ଯୋଡ଼ିର ପ୍ରଥମ ଫିଲ୍ମ ହେଲା ‘ଇଂଲିଶ୍ ବାବୁ ଦେଶୀ ମେମ୍’। ଯାହା ସୁପରଫ୍ଲପ୍ ହୋଇଥିଲା। ତା’ପରେ ଶାହାରୁଖ୍ ଖାନ୍-ସୋନାଲି ବେନ୍ଦ୍ରେ ପୁଣି ପ୍ରଖ୍ୟାତ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ‘ଡୁପ୍ଲିକେଟ୍‌’ରେ ନଜର ଆସିଥିଲା। ଏଥିରେ ଅବଶ୍ୟ ଜୁହି ଚାୱାଲା ବି ଥିଲେ। ଡୁପ୍ଲିକେଟ୍ ବି ଫ୍ଲପ୍ ହୋଇଥିଲା।

ଗୋବିନ୍ଦା-ମନିଷା କୋଇରାଲା

ନବେ ଦଶକରେ ଗୋବିନ୍ଦା ଓ ମନିଷା କୋଇରାଲା ଅନେକ ହିଟ୍ ସିନେମା ଦେଇଛନ୍ତି। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଗୋବିନ୍ଦା-ମନିଷାଙ୍କ ଯୋଡ଼ି କିନ୍ତୁ ବକ୍ସ ଅଫିସରେ ଧାମାକା କରିପାରିନଥିଲେ। ଏହି ଯୋଡ଼ି ‘ଅଚାନକ’ ଓ ‘ମହାରାଜା’ ଭଳି ସିନେମାରେ ନଜର ଆସିଥିଲେ।

ଅମୀର ଖାନ୍-ଟ୍ୱିଙ୍କଲ୍ ଖାନ୍ନା

ବଲିଉଡର ମିଷ୍ଟର ପରଫେକସନିଷ୍ଟ ଅମୀର ଖାନ୍ ତାଙ୍କର ସୁଦୀର୍ଘ କ୍ୟାରିଅର ମଧ୍ୟରେ ବହୁ ନାୟିକାଙ୍କ ସହ କାମ କରିଛନ୍ତି। ଠିକ୍ ସେହିପରି ସ୍ୱଳ୍ପ କ୍ୟାରିଅର୍ ଭିତରେ ଟ୍ୱିଙ୍କଲ୍ ଖାନ୍, ସଲ୍‌ମାନ ଖାନ୍, ଶାହାରୁଖ୍‌ ଖାନ୍ ଓ ଅମୀର ଖାନଙ୍କ ଭଳି ତିନି ସୁପର ଖାନଙ୍କ ସହିତ ଯୋଡ଼ି ବନାଇଛନ୍ତି। ଏମାନଙ୍କ ଭିତରୁ ସଲମାନ୍ ଓ ଶାହାରୁଖଙ୍କ ସହି ଟ୍ୱିଙ୍କଲଙ୍କର ଯୋଡ଼ି ସୁପରହିଟ୍ ହୋଇଥିଲା, ହେଲେ ଅମୀର ଖାନଙ୍କ ସହ ସେ ବକ୍ସ ଅଫିସରେ ଫେଲ୍ ମାରିଥିଲେ।

ଅମୀର ଖାନ୍-ଟ୍ୱିଙ୍କଲ ଖାନ୍ନାଙ୍କ ଯୋଡ଼ିକୁ ଦର୍ଶକ କେବଳ ଗୋଟିଏ ସିନେମାରେ ଦେଖିବାକୁ ପାଇଥିଲେ। ତାହା ହେଲା ୨୦୦୦ ମସିହାରେ ରିଲିଜ୍ ହୋଇଥିବା ‘ମେଲା’। ଏହାର ନିର୍ଦ୍ଦେଶନା ଦେଇଥିଲେ ‘ରାଜା ହିନ୍ଦୁସ୍ତାନୀ’ ଫେମ୍ ଧର୍ମେଶ ଦର୍ଶନ।

ସଞ୍ଜୟ ଦତ୍ତ-ଲାରା ଦତ୍ତ

ବଲିଉଡର ମୁନ୍ନା ଭାଇ ରେଫ୍ ସଞ୍ଜୟ ଦତ୍ତ କେତେକ ହିଟ୍ ନାୟିକାଙ୍କ ସହିତ କାମ କରିଛନ୍ତି। ସେମାନଙ୍କ ଭିତରୁ ଜଣେ ହେଲେ ଲାରା ଦତ୍ତ। କିନ୍ତୁ ସଞ୍ଜୟଙ୍କ ସହିତ ଲାରାଙ୍କ ଯୋଡ଼ିକୁ ଦର୍ଶକ ପସନ୍ଦ କରିନଥିଲେ। ଯେଉଁ କାରଣରୁ ସଞ୍ଜୟ-ଲାରାଙ୍କ ଯୋଡ଼ି ଫ୍ଲପ୍ ହୋଇଥିଲା। ଏହି ଯୋଡ଼ି ‘ବ୍ଲୁ’ ଓ ‘ଜିନ୍ଦା’ରେ ନଜର ଆସିଥିଲେ। ଉଭୟ ସିନେମା ସୁପର ଫ୍ଲପ୍ ତାଲିକାଭୁକ୍ତ ହୋଇଥିଲା।

Comment