ଓଡ଼ିଶାଲାଇଭ୍‌ ବ୍ୟୁରୋ

ତ୍ୱଚା, ବ୍ରଣ, ଡାଇବେଟିସ୍, ହାଡ଼, ପେଟ ଓ ଆଖି ତଳ କଳା ପଡ଼ିବା ଭଳି ସମସ୍ୟା ଦୂର କରିବାରେ ଦହି ସହାୟକ ହୋଇଥାଏ।

ଦହିକୁ ସାଧାରଣତଃ ସର୍ବତ ଭାବରେ ବ୍ୟବହାର କରାଯାଏ । ମାତ୍ର କେବଳ ଯେ ଏହା ପାଟିର ସ୍ୱାଦ ପାଇଁ ବ୍ୟବହାର କରାଯାଇଥାଏ ତାହା ନୁହେଁ, ଏହାର ମଧ୍ୟ ଅନେକ ଉପକାରୀ ଗୁଣ ରହିଛି । ଯାହା ଆପଣଙ୍କ ଶରୀରର ବିଭିନ୍ନ ସମସ୍ୟା ଦୂର କରିବା ସହ ଆପଣଙ୍କ ମୁହଁର ମଧ୍ୟ ସୌନ୍ଦର୍ଯ୍ୟ ବଢାଇଥାଏ ।

ଦହିର କିଛି ଉପକାରୀ ଗୁଣ ସମ୍ପର୍କରେ ଯାହାକୁ ନିୟମିତ ଭାବରେ ବ୍ୟବହାର କଲେ ଆପଣ ଏହାର ଲାଭ ପାଇପାରିବେ।

ତ୍ୱଚା ସମସ୍ୟା

ଦହିରେ ଗାଜର, କାକୁଡି, ଅମୃତଭଣ୍ଡା ରସ ମିଶ୍ରଣ କରି ନିୟମିତ ତ୍ୱଚାରେ ଲଗାନ୍ତୁ । ଶୀତଦିନେ ଏହି ମିଶ୍ରଣ ତ୍ୱଚା ପାଇଁ ଭଲ । ଏହା
ତ୍ୱଚାକୁ ଉଜ୍ଜଳ କରାଏ । ମୁହଁ, ହାତ ଓ ଗଳାରେ ଲେମ୍ବୁ ରସ ସହ ଦହି ମିଶ୍ରଣ କରି ଲଗାଇବା ଦ୍ୱାରା ମୃତ କୋଷିକା ବାହାରିଯିବା ସହ ତ୍ୱଚାର ଚମକ ବଢିଥାଏ ।

ଆଖି ତଳ କଳା ପଡ଼ୁଥିଲେ

ଆଖି ତଳ କଳା ଦାଗ ଦୂର ପାଇଁ ଦହିରେ ବେସନ ମିଶାଇ ରାତିର୍ ଶୋଇବା ପୂର୍ବରୁ ଲଗାନ୍ତୁ। ପାଖାପାଖି ଅଧ ଘଣ୍ଟା ଏହାକୁ ରଖିବା ପରେ ଏହାକୁ ଥଣ୍ଡା ପାଣିରେ ଭଲଭାବରେ ସଫା କରି ଦିଅନ୍ତୁ। ଏହାକୁ ସପ୍ତାହରେ ୩-୪ ଥର ବ୍ୟବହାର କରିବାଦ୍ୱାରା ଆଖି ତଳେ ଦେଖା ଯାଉଥିବା କଳା ଦାଗ ଭଳି ସମସ୍ୟା ସବୁଦିନ ପାଇଁ ଦୂର ହୋଇଥାଏ। ଏଥିସହ ବୟସ ରେଖା ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ।

ବ୍ରଣ ସମସ୍ୟା

ମୁହଁରେ ହେଉଥିବା ବ୍ରଣ ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ ଥିଲେ ଦହି। ଏଥିପାଇଁ ସପ୍ତାହରେ ୨-୩ ଥର ଦହିକୁ ମୁହଁରେ ଧୀରେ ଧୀରେ ମାଲିସ କରିବାଦ୍ୱାରା ଏହି ସମସ୍ୟା ଚାଲିଯାଇ ଥାଏ।

ନଖ ଓ କେଶ ସମସ୍ୟା

ନଖ ଓ କେଶ ପାଇଁ ମଧ୍ୟ ଦହି ଉପକାରୀ। ଏହାକୁ ନିୟମିତ ଭାବରେ ବ୍ୟବହାର କରିବାଦ୍ୱାରା କେଶ ଜନିତ ବିଭିନ୍ନ ସମସ୍ୟା ଦୂର କରିବା ସହ ନିଖକୁ ମଧ୍ୟ କୋମଳ କରିଥାଏ।

ହାଡ଼ ସମସ୍ୟା

ଦହିରେ କ୍ୟାଲସିୟମ ମାତ୍ରା ଅଧିକ ଥିବାରୁ ଏହା ହାଡ଼ ଶକ୍ତ କରିବାରେ ସହାୟକ ହୋଇଥାଏ। ଦହି ଖାଇବା ଦ୍ଵାରା ଦାନ୍ତ ବି ମଜବୁତ ହୋଇଥାଏ।

ଡାଇବେଟିସ୍ ସମସ୍ୟା

ଡାଇବେଟିସ୍ ରୋଗୀଙ୍କ ପାଇଁ ଦହି ଖାଇବା ଖୁବ୍ ଭଲ। ନିୟମିତ ଦହି ସେବନ କଲେ ଡାଇବେଟିସ୍ ସମସ୍ୟା କିଛି ମାତ୍ରାରେ ନିୟନ୍ତ୍ରିତ ହୋଇଥାଏ। ଦହିରେ ପ୍ରୋଟିନ୍, ଭିଟାମିନ୍, କ୍ୟାଲସିୟମ୍ ଭରପୁର ମାତ୍ରାରେ ଥିବାରୁ ଡାଇବେଟିସ୍ ରୋଗୀଙ୍କ ପାଇଁ ସ୍ଵାସ୍ଥ୍ୟପ୍ରଦ ସାବ୍ୟସ୍ତ ହୋଇଥାଏ।

ପେଟ ସମସ୍ୟା

ପେଟ ସମସ୍ୟା ସହ ଜଡ଼ିତ ବ୍ୟକ୍ତିମାନେ ଖାଦ୍ୟାରେ ନିୟମିତ ଭାବେ ଦହି ସାମିଲ କରନ୍ତୁ। ସମସ୍ତ ପ୍ରକାର ପେଟ ସମସ୍ୟା ଦୂର କରେ ଦହି। ହଜମ ପ୍ରକ୍ରିୟାରେ ତ୍ଵରାନ୍ଵିତ କରିବାରେ ସହାୟକ ହୁଏ ଦହି।

 

Comment