ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାଶ୍ୱେତା-ଅପରାଜିତାଙ୍କଠାରୁ ଆରମ୍ଭ କରି ଝିଲିକ୍-ଏଲିନାଙ୍କ ପର୍ଯ୍ୟନ୍ତ ଓଲିଉଡ ନାୟିକା ଯୋଡ଼ି ଗୋଟିଏ ମାତ୍ର ଫିଲ୍ମରେ ଏକତ୍ର ନଜର ଆସିଛନ୍ତି।

ଓଡ଼ିଆ ସିନେ ଜଗତର ଅଧିକାଂଶ ଲୋକପ୍ରିୟ ନାୟିକାମାନେ ସୋଲୋ ହିରୋଇନ୍ ଭାବେ ଫିଲ୍ମରେ ଆସିବାକୁ ଚାହାଁନ୍ତି। କିନ୍ତୁ କେତେକଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଘଟିଛି। ଆଉ ଦୁଇ ଟପ୍ ହିରୋଇନ୍ କେବଳ ଗୋଟିଏ ସିନେମାରେ ଏକାଠି କାମ କରିଛନ୍ତି। ଆସନ୍ତୁ ଜାଣିବା ସେଭଳି ନାୟକ-ନାୟିକା ଯୋଡ଼ିଙ୍କ କଥା..

ମହାଶ୍ୱେତା-ଅପରାଜିତା

ଓଡ଼ିଆ ସିନେମାର ଦୁଇ ଲୋକପ୍ରିୟ ଥିଲେ ମହାଶ୍ୱେତା ଏବଂ ଅପରାଜିତା। ହେଲେ ଆପଣ କ’ଣ ଜାଣନ୍ତି କି ଅଶି ଦଶକର ଏ ଦୁଇ ହିଟ୍ ନାୟିକା କେବଳ ଗୋଟିଏ ସିନେମାରେ ସ୍କ୍ରିନ୍ ସେଆର୍ କରିଛନ୍ତି। ଉଭୟ ମହାଶ୍ୱେତା ଓ ଅପରାଜିତାକୁ ବସନ୍ତ ନାୟକଙ୍କ ପ୍ରଯୋଜିତ ତଥା ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ‘ପକା କମ୍ବଳ ପୋତ ଛତା’ରେ ଏକାଠି ଦେଖିବାକୁ ମିଳିଥିଲା। ଏହି ସିନେମାରେ ମହାଶ୍ୱେତା ପ୍ରଶାନ୍ତ ନନ୍ଦଙ୍କ ବିପକ୍ଷରେ ଓ ଅପରାଜିତା ଉତ୍ତମ ମହାନ୍ତିଙ୍କ ନାୟିକା ସାଜିଥିଲେ।

ଅନୁ ଚୌଧୁରୀ-ଅର୍ଚ୍ଚିତା

ଓଲିଉଡର ଦୁଇ ଟପ୍ ହିରୋଇନ୍ ହେଲେ ଅନୁ ଚୌଧୁରୀ ଓ ଅର୍ଚ୍ଚିତା। ଏ ଦୁଇ ଟପ୍ ନାୟିକା ବି କେବଳ ଗୋଟିଏ ଓଡ଼ିଆ ଛବିରେ ନଜର ଆସିଛନ୍ତି। ଅନୁ ଓ ଅର୍ଚ୍ଚିତା ବାଲୁଙ୍କେଶ୍ୱର ଫିଲ୍ମର ବ୍ୟାନରରେ ନିର୍ମିତ ‘ବାବୁ ଆଇ ଲଭ୍ ୟୁ’ରେ ଅଭିନୟ କରିଥିଲେ। ଏଥିରେ ଅନୁ ସିଦ୍ଧାନ୍ତଙ୍କ ସହିତ ଓ ଅର୍ଚ୍ଚିତାକୁ ନବାଗତ ଚନ୍ଦନଙ୍କ ସହ ଦେଖିବାକୁ ମିଳିଥିଲା। ଏହାପରେ ଏ ଦୁଇ ନାୟିକା କେବେ ବି କୌଣସି ସିନେମାରେ ଏକାଠି ଆସି ନାହାଁନ୍ତି।

ଅର୍ଚ୍ଚିତା-ପ୍ରିୟା

ଓଲିଉଡର ଦୁଇ ଲୋକପ୍ରିୟ ନାୟିକା ହେଲେ ଅର୍ଚ୍ଚିତା ଏବଂ ପ୍ରିୟା। ଦୁହେଁ ବେଶ୍ ଗ୍ଲାମରସ୍। ଏ ଦୁଇ ନାମୀ ନାୟିକା ବି କେବଳ ଗୋଟିଏ ଓଡ଼ିଆ ସିନେମାରେ ଏକାଠି ନଜର ଆସିଛନ୍ତି। ଶ୍ରୀ ବଳଦେବଜୀଉ ପ୍ରଡକ୍ସନସ ବ୍ୟାନରରେ ନିର୍ମିତ ଏହି ସିନେମାର ଟାଇଟଲ୍ ହେଲା ‘ଆଲୋ ମୋର କଣ୍ଢେଇ’। ଏଥିରେ ଆକାଶ ନାୟକ ଭୂମିକାରେ ଅଭିନୟ କରିଥିଲେ। ଏହି ସିନେମାରେ ଅର୍ଚ୍ଚିତାକୁ ଜଣେ ଆଇନଜୀବୀ ଭୂମିକାରେ ଦେଖିବାକୁ ମିଳିଥିଲା। ‘ଆଲୋ ମୋର କଣ୍ଢେଇ’ର ନିର୍ଦ୍ଦେଶନା ଦେଇଥିଲେ ହିମାଂଶୁ ପରିଜା (ଚଣ୍ଡୀ)।

 

ବର୍ଷା ପ୍ରିୟଦର୍ଶିନୀ-ଅର୍ଚ୍ଚିତା

ବର୍ଷା ଓ ଅର୍ଚ୍ଚିତା ଓଲିଉଡରେ ଏଣ୍ଟ୍ରି ଦେବାର ଢେର ବର୍ଷ ପରେ ଏକାଠି ଗୋଟିଏ ସିନେମାରେ ସ୍କ୍ରିନ୍ ସେଆର କରିଥିଲେ। ମଞ୍ଜରୀ ମୁଭିଜ୍ ପ୍ରଯୋଜିତ ତଥା ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଛାତି ତଳେ ଡିଂ ଡଙ୍ଗ’ (୨୦୧୬)ରେ ଏକାଠି ନଜର ଆସିଥିଲେ ଏହି ଦୁଇ ନାୟିକା।

 

ଝିଲିକ୍-ଏଲିନା

ଏବେକାର ଦୁଇ ନାୟିକା ହେଲେ ଝିଲିକ୍ ଓ ଏଲିନା। ଏ ଦୁହେଁ ବି କେବଳ ଥରଟିଏ ଗୋଟିଏ ସିନେମାରେ ଏକାଠି କାମ କରିଛନ୍ତି। ଏ ଦୁହେଁ ତରଙ୍ଗ ସିନେ ପ୍ରଡକ୍ସନସ ବ୍ୟାନରରେ ନିର୍ମିତ ଫିଲ୍ମ ‘ଜଗା ହାତରେ ପଘା’ରେ ସ୍କ୍ରିନ୍ ସେଆର୍ କରିଛନ୍ତି। ଏଥିରେ ଅନୁଭବ ମହାନ୍ତି ଓ ବୁଦ୍ଧାଦିତ୍ୟ ମହାନ୍ତି ଥିଲେ ଲିଡ୍ ରୋଲ୍‌ରେ। ମୁରଲୀ କ୍ରିଷ୍ଣା ଏହାର ନିର୍ଦ୍ଦେଶକ।

Comment