ଓଡ଼ିଶାଲାଇଭ୍‌ ବ୍ୟୁରୋ

ରୋଷେଇ ଘରେ ବ୍ୟବହୃତ ହେଉଥିବା ଗୋଲମରିଚର ବହୁ ଔଷଧୀୟ ଗୁଣ ରହିଛି। ଏଥିରେ ପିପରିନ୍ ନାମକ ଏକ ତତ୍ତ୍ଵ ରହିଥାଏ। ଯାହା ସ୍ଵାସ୍ଥ୍ୟ ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ।

ଗୋଲମରିଚରେ ଆଇରନ, ପୋଟାସିୟମ, ମ୍ୟାଗ୍ନେସିୟମ, ମାଙ୍ଗାନିଜ, ଜିଙ୍କ୍, କ୍ରୋମିୟମ୍, ଭିଟାମିନ୍ ଏ, ସି ଓ ଅନ୍ୟ ପୋଷକ ତତ୍ତ୍ଵ ଭରି ରହିଥାଏ। ଯାହା ସ୍ଵାସ୍ଥ୍ୟ ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ

ଏହାର କିଛି ଔଷଧିୟ ଗୁଣ ରହିଛି ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।

କ୍ୟାନସର ସମସ୍ୟା

ଗୋଲମରିଚ କ୍ୟାନସର ରୋଗରୁ ବ୍ୟକ୍ତିକୁ ସୁରକ୍ଷା ଦେଇଥାଏ। ୟୁନିଭରସିଟି ଅଫ୍ ମିଶିଗନ କ୍ୟାନ୍ସର ସେଣ୍ଟର ଦ୍ଵାରା କରାଯାଇଥିବା ଏକ ପରୀକ୍ଷଣରୁ ଜଣାପଡ଼ିଛି ଯେ, ବ୍ରେଷ୍ଟ୍ କ୍ୟାନସର ଭଳି ରୋଗ ପାଇଁ ଗୋଲମରିଚ ବେଶ୍ ସହାୟକ ହୋଇଥାଏ। ପ୍ରତିଦିନ ଗୋଲମରିଚ ଖାଇବା ଦ୍ଵାରା ବ୍ରେଷ୍ଟ କ୍ୟାନସର ହେବାର ଆଶଙ୍କା କମ୍ ଥାଏ। ଗୋଲମରିଚରେ ଭିଟାମିନ୍ ସି, ଏ, କାରୋଟେନ୍ସ ଓ ଅନ୍ୟାନ୍ୟ ଆଣ୍ଟି-ଅକ୍ସିଡେଣ୍ଟ୍ ଥିବାରୁ କ୍ୟାନସର ରୋକିବାରେ ସକ୍ଷମ ହୋଇଥାଏ।

ମୁଣ୍ଡବିନ୍ଧା ସମସ୍ୟା

ଗୋଲମରିଚକୁ ନିଆଁରେ ଜଳାଇ ତାର ଧୂଆଁକୁ ନାକବାଟେ ନେଲେ ମୁଣ୍ଡବିନ୍ଧା ଦୂର ହୁଏ।

ଓଜନ ସମସ୍ୟା

ନିୟମିତ ଗୋଲମରିଚ ସେବନ କରିବା ଦ୍ଵାରା ଓଜନ ଉପରେ ନିୟନ୍ତ୍ରିତ କରାଯାଇପାରିବ। ଏଥିରେ ଶକ୍ତିଶାଳୀ ଫାଇଟ୍ରୋନ୍ୟୁଟ୍ରିସିୟନ୍ସ ରହିଥାଏ ଯାହା ଓଜନ କମାଇବାରେ ସହାୟକ ହୋଇଥାଏ।

ଗ୍ୟାସ୍ ସମସ୍ୟା

ଗୋଲମରିଚ ପେଟ ଗ୍ୟାସ୍ ସମସ୍ୟା ଦୂର କରିଥାଏ। ଗ୍ୟାସ୍ ସମସ୍ୟା ଥିଲେ ଗୋଲମରିଚକୁ ଗୁଣ୍ଡ କରି ଗରମପାଣି ସହ ପିଇଲେ ଯନ୍ତ୍ରଣା ଉପଶମ ହୁଏ।

ଦାନ୍ତ ସମସ୍ୟା

ଗୋଲମରିଚ ଓ ଲୁଣ ଚୂର୍ଣ୍ଣରେ ଦାନ୍ତ ଘଷିଲେ ଅନେକ ପ୍ରକାର ଦାନ୍ତରୋଗ ଦୂର ହୁଏ ।

କାଶ ସମସ୍ୟା

ଗୋଲମରିଚ ଚୂର୍ଣ୍ଣ ଓ ମହୁ ମିଶାଇ ଖାଇଲେ କାଶ ନିବାରଣ ହୋଇଥାଏ ।

ଗଳା ଦରଜ

ଗଳା ଦରଜ ବଢିବା ହେଲେ ଗୋଲମରିଚ ଚୂର୍ଣ୍ଣ ଓ ଲୁଣକୁ ପାଣିରେ ପକାଇ ଗରମକରି ଉଷୁମ ଉଷୁମ ପାଣି ଦିନରେ ଦୁଇ ତିନି ଥର ଗଗଲିଂ କରିବା ଦ୍ୱାରା ଏଭଳି ସମସ୍ୟା ଦୂର ହୋଇଥାଏ।

କେଶ ସମସ୍ୟା

ପିଆଜ,ଗୋଲମରିଚ ଓ ଲୁଣକୁ ଏକତ୍ର ବାଟି ମୁଣ୍ଡରେ ଲେପନ କରିବା ଦ୍ୱାରା ଚନ୍ଦାମୁଣ୍ଡରେ କେଶ ଉଠିଥାଏ ।

Comment