ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୨ରେ ବିହାରରୁ ରାଜ୍ୟସଭା ଯାଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକାଳ ଏପ୍ରିଲ ୧୨ରେ ଶେଷ ହେଉଛି। ସେ ପୁଣିଥରେ ରାଜ୍ୟସଭା ଯିବା ପାଇଁ ମଧ୍ୟପ୍ରଦେଶରୁ ପ୍ରାର୍ଥୀ ହୋଇଛନ୍ତି। ସୋମବାର ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟପ୍ରଦେଶରୁ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି। ସେ ଆଜି ଭୋପାଳରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ ବେଳେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଉପସ୍ଥିତ ଥିଲେ।

ଧର୍ମେନ୍ଦ୍ର ୨୦୧୨ରେ ବିହାରରୁ ରାଜ୍ୟସଭାକୁ ଯାଇଥିଲେ। ୨୦୧୪ରେ କେନ୍ଦ୍ରରେ ବିଜେପି ସରକାର ଗଠନ କରିବା ପରେ ଧର୍ମେନ୍ଦ୍ରଙ୍କୁ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ କରାଯାଇଥିଲା।

ଏପ୍ରିଲ ୧୨ରେ ଧର୍ମେନ୍ଦ୍ରଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଧର୍ମେନ୍ଦ୍ର କେଉଁଠୁ ରାଜ୍ୟସଭାକୁ ଯିବେ ବୋଲି କଳ୍ପନ ଜଳ୍ପନା ଲାଗି ରହିଥିଲା। ଶେଷରେ ଧର୍ମେନ୍ଦ୍ର ମଧ୍ୟପ୍ରଦେଶରୁ ରାଜ୍ୟସଭା ଯିବେ ବୋଲି କେନ୍ଦ୍ର ବିଜେପି ନେତାମାନେ ନିଷ୍ପତ୍ତି ନେଇଥିଲେ।

ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ଧର୍ମେନ୍ଦ୍ର ରବିବାର ଅପରାହ୍ଣରେ ମଧ୍ୟପ୍ରଦେଶରେ ପହଞ୍ଚିଥିଲେ। ତାଙ୍କୁ ବିଜେପି କର୍ମକର୍ତ୍ତାମାନେ ସ୍ୱାଗତ କରିଥିଲେ। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଏବହ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଧନ୍ୟବାଦ ଦେଇଥିଲେ।

ମାର୍ଚ୍ଚ ୨୩ରେ ୧୬ଟି ରାଜ୍ୟର ୫୮ଟି ରାଜ୍ୟସଭା ଆସନ ପାଇଁ ଭୋଟ ହେଉଛି। ମଧ୍ୟପ୍ରଦେଶରୁ ୨୦୧୨ରେ ରାଜ୍ୟସଭା ଯାଇଥିବା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର, ଏଲ୍ ଗଣେଶନ୍, ଥୱାରଚାନ୍ଦ ଗେହଲଟ, ମେଘରାଜ ଜୈନ ଏବଂ କଂଗ୍ରେସର ସତ୍ୟବ୍ରତ ଚତୁର୍ବଦେୀଙ୍କ କାର୍ଯ୍ୟକାଳ ଶେଷ ହେଉଛି।

Comment