ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡ ଗାୟକ ଆଦିତ୍ୟ ନାରାୟଣଙ୍କ ପିଛା ଛାଡ଼ୁନି ବିବାଦ। ୨୦୧୭ରେ ଆଦିତ୍ୟ ରାୟପୁର ବିମାନବନ୍ଦରରେ ଅଶାଳୀନ ଭାଷା ବ୍ୟବହାର କରି ଚର୍ଚ୍ଚାରେ ରହିବା ପରେ ଆଜି ଏକ ଅଟୋରିକ୍ସାକୁ ଧକ୍କା ଦେଇ ଗିରଫ ହୋଇଛନ୍ତି।
ବଲିଉଡ ଗାୟକ ଉଦିତ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣଙ୍କୁ ମୁମ୍ବାଇର ଭର୍ସୋବା ପୋଲିସ ଗିରଫ କରିଛି। ସୋମବାର ସକାଳେ ମୁମ୍ବାଇର ଆନ୍ଧେରି ଅଞ୍ଚଳରେ ଆଦିତ୍ୟଙ୍କ କାର୍ ଏକ ଅଟୋରିକ୍ସାକୁ ଧକ୍କା ଦେଇଥିଲା। ଏହି ଅଟୋରେ ଥିବା ଜଣେ ମହିଳା ଆହତ ହୋଇଥିଲେ।
ଅଟୋ ଚାଳକ ଥାନାରେ ଅଭିଯୋଗ କରିବା ପରେ ଆଦିତ୍ୟ ନାରାୟଣଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ବିରୋଧରେ ଆଇପିସି ଧାରା ୩୩୮ ଏବଂ ୨୭୯ରେ ମାମଲା ରୁଜୁ କରିଛି।
୨୦୧୭ ଅକ୍ଟୋବର ମାସରେ ବି ଆଦିତ୍ୟ ନାରାୟଣ ଚର୍ଚ୍ଚାରେ ରହିଥିଲେ। ଆଦିତ୍ୟ ରାୟପୁରକୁ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିଥିଲେ। କାର୍ଯ୍ୟକ୍ରମ ଶେଷ ହେବା ପରେ ରାୟପୁରରୁ ମୁମ୍ବାଇ ଯିବା ପାଇଁ ଏୟାରପୋର୍ଟରେ ପହଞ୍ଚିଥିଲେ।
ଆଦିତ୍ୟ ଅଧିକ ଲଗେଜ ରଖିଥିବାରୁ ତାଙ୍କୁ ୧୩ ହଜାର ଟଙ୍କା ମାଗିଥିଲେ ବିମାନ ବନ୍ଦର କର୍ମଚାରୀ। ହେଲେ ୧୦ ହଜାର ଟଙ୍କା ଦେବାକୁ ଆଦିତ୍ୟ ଜିଦ୍ ଧରିଥିଲେ। ଏହାକୁ ନେଇ ବିମାନ ବନ୍ଦର କର୍ମଚାରୀ ଏବଂ ଆଦିତ୍ୟଙ୍କ ବିରୋଧରେ ତୁତୁ ମେମେ ଚାଲିଥିଲା। ଆଦିତ୍ୟ ଆପତ୍ତିଜନକ ଭାଷାରେ ଗାଳି କରିଥିଲେ। ଏହି ସମୟରେ ଜଣେ ଯାତ୍ରୀ ଭିଡିଓ ସୁଟିଂ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।








ବଲିଉଡ ଗାୟକ ଆଦିତ୍ୟ ନାରାୟଣଙ୍କ ପିଛା ଛାଡ଼ୁନି ବିବାଦ। ୨୦୧୭ରେ ଆଦିତ୍ୟ ରାୟପୁର ବିମାନବନ୍ଦରରେ ଅଶାଳୀନ ଭାଷା ବ୍ୟବହାର କରି ଚର୍ଚ୍ଚାରେ ରହିବା ପରେ ଆଜି ଏକ ଅଟୋରିକ୍ସାକୁ ଧକ୍କା ଦେଇ ଗିରଫ ହୋଇଛନ୍ତି।





