ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଗଠନ ହୋଇଛି ମହାନଦୀ ଟ୍ରିବ୍ୟୁନାଲ। ଏଥିପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର। ସୁପ୍ରିମକୋର୍ଟ ବିଚାରପତି ଏ ଏନ୍ ଖନୱିଲକରଙ୍କ ଅଧ୍ୟକ୍ଷତାରେ ଟ୍ରିବ୍ୟୁନାଲ ଗଠନ ହୋଇଛି।

ମହାନଦୀ ଟ୍ରିବ୍ୟୁନାଲ ଗଠନ ନେଇ ଲାଗି ରହିଥିବା ଅନିଶ୍ଚିତତାର ଅନ୍ତ ଘଟିଛି। ଟ୍ରିବ୍ୟୁନାଲ ଗଠନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ସୁପ୍ରିମକୋର୍ଟ ବିଚାରପତି ଏ ଏନ୍ ଖନୱିଲକରଙ୍କ ଅଧ୍ୟକ୍ଷତାରେ ଟ୍ରିବ୍ୟୁନାଲ ଗଠନ ହୋଇଛି।

ଏଥିରେ ପାଟଣା ହାଇକୋର୍ଟ ବିଚାରପତି ରବି ରଞ୍ଜନ ଏବଂ ଦିଲ୍ଲୀ ହାଇକୋର୍ଟ ବିଚାରପତି ଆଇ କେ କୋଚର ସଦସ୍ୟ ଅଛନ୍ତି।

ମହାନଦୀ ଟ୍ରିବ୍ୟୁନାଲ ଗଠନ ପାଇଁ ସୁପ୍ରିମକୋର୍ଟ ଜାନୁଆରୀ ୨୪ରେ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଫେବ୍ରୁଆରି ୨୦ରେ କେନ୍ଦ୍ର କ୍ୟାବିନେଟ୍ କ୍ୟାବିନେଟ ଗଠନ ପ୍ରସ୍ତାବକୁ ଅନୁମୋଦନ କରିଥିଲେ।

ମହାନଦୀ ଜଳ ଆବଣ୍ଟନକୁ ନେଇ ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ବିବା ଲାଗି ରହିଥିଲା। ଛତିଶଗଡ଼ ସରକାର ମହାନଦୀର ଉପରମୁଣ୍ଡରେ ବ୍ୟାରେଜ ନିର୍ମାଣ କରୁଥିବାରୁ ଓଡ଼ିଶାର କ୍ଷତି ହେଉଛି ବୋଲି ଓଡ଼ିଶା ସରକାର ଅଭିଯୋଗ କରିଥିଲେ। ଏହାକୁ ନେଇ ଶାସକ ବିଜେଡି ମହାନଦୀ ଅବବାହିକା ଜିଲ୍ଲାରେ ଆନ୍ଦୋଳନ କରିଥିଲା। ସମସ୍ୟା ସମାଧାନ ନହେବାରୁ ଓଡ଼ିଶା ସରକାର ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ।

ଓଡ଼ିଶା ସରକାର ଆବଶ୍ୟକୀୟ ତଥ୍ୟ ଦେଉ ନଥିବାରୁ ଟ୍ରିବ୍ୟୁନାଲ ଗଠନ ଅସମ୍ଭବ ବୋଲି କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ। ଏହାର ପ୍ରତିବାଦ କରିଥିଲା ବିଜେଡି। କେନ୍ଦ୍ର ଅସହଯୋଗ କରୁଥିବା ଅଭିଯୋଗ କରି ଓଡ଼ିଶା ସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ।

ଶେଷରେ ସୁପ୍ରିମକୋର୍ଟ ସବୁ ଦିଗକୁ ବିଚାର କରି ଟ୍ରିବ୍ୟୁନାଲ ଗଠନ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Comment