ଓଡ଼ିଶାଲାଇଭ୍ ବ୍ୟୁରୋ

ମାଓବାଦୀଙ୍କ ଭୟଙ୍କର ବିସ୍ଫୋରଣରେ ୯ ଜଣ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଛନ୍ତି। ୯ ଜଣଙ୍କ ଭିତରେ ଅଛନ୍ତି ଜଣେ ଓଡ଼ିଆ।

ଛତିଶଗଡ ସୁକମାରେ ନକ୍ସଲମାନେ ମଙ୍ଗଳବାର ଭୟଙ୍କର ବିସ୍ଫୋରଣ ଘଟାଇଛନ୍ତି। ଏଥିରେ ୯ ଜଣ ସିଆର୍‌ପିଏଫ୍ ଯବାନ ସହିଦ ହୋଇଛନ୍ତି। ୯ ଜଣ ସହିଦଙ୍କ ଭିତରେ ଜଣେ ଓଡ଼ିଆ ରହିଥିବା ସୂଚନା ମିଳିଛି।

ସହିଦ ଓଡ଼ିଆ ଯବାନ ଜଣକ ହେଲେ ମନୋରଞ୍ଜନ ଲେଙ୍କା। ତାଙ୍କ ଘର ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ରେବଣା ନୂଆଗାଁରେ। କିଛିଦିନ ତଳେ ମନୋରଞ୍ଜନଙ୍କ ବାପା ଦୁର୍ଯ୍ୟୋଧନ ଲେଙ୍କାଙ୍କର ଦେହାନ୍ତ ହୋଇଥିଲା। ବାପାଙ୍କ ଶୁଦ୍ଧିକ୍ରିୟା ଶେଷ କରି ମନୋରଞ୍ଜନ ୧୫ ଦିନ ତଳେ ଚାକିରିରେ ଯୋଗ ଦେଇଥିଲେ। ହେଲେ ଆଜି ସେ ମାଓବାଦୀଙ୍କ ବିସ୍ଫୋରଣରେ ସହିଦ ହୋଇଛନ୍ତି।

ସୁକ୍‌ମାର କିସ୍ତାରା ଅଞ୍ଚଳରେ ମଙ୍ଗଳବାର ସିଆରପିଏଫ୍ ଯବାନମାନେ ପାଟ୍ରୋଲିଂ କରିବାକୁ ଆସୁଥିଲେ। ହେଲେ ମାଓବାଦୀମାନେ ସେହି ସମୟରେ ଆଇଆଇଡି ବିସ୍ଫୋରଣ କରିଥିଲେ।

ଯବାନମାନେ ଆଣ୍ଟି ଲ୍ୟାଣ୍ଡମାଇନ୍ ଗାଡ଼ିରେ କିସ୍ତାରାମରୁ ପାଲୋଡି ଯାଉଥିବା ବେଳେ ମାଓବାଦୀମାନେ ଆଇଆଇଡି ବିସ୍ଫୋରଣ କରିଥିଲେ। ଫଳରେ ଗାଡ଼ିଟି ଭାଙ୍ଗିରୁଜି ଚୁର୍‌ମାର୍‌ ହୋଇଯାଇଛି। ନକ୍ସଲମାନେ ଆମ୍ବୁସ୍ କରି ଯବାନଙ୍କୁ ଟାର୍ଗେଟ କରିଥିଲେ। ଆମ୍ବୁସ୍‌ରେ ୧୦୦ରୁ ଅଧିକ ମାଓବାଦୀ ସାମିଲ ହୋଇଥିଲେ।

Comment