ଓଡ଼ିଶାଲାଇଭ୍ ବ୍ୟୁରୋ

ଛତିଶଗଡ଼ର ବିଜାପୁର-ସୁକମା ସୀମାରେ ମାଓବାଦୀଙ୍କ ଆକ୍ରମଣରେ ୩ ଜଣ ଯବାନ ସହିଦ ହୋଇଥିବାବେଳେ ୧୪ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ଜଗଦଲପୁରସ୍ଥିତ ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଗୁରୁତର ଥିବା ଯାବାନମାନଙ୍କୁ ଏୟାର ଲିଫ୍ଟ କରାଯାଇ ରାୟପୁର ସ୍ଥାନାନ୍ତର କରାଯାଇଛି।

ବିଜାପୁର-ସୁକମା ସୀମାନ୍ତ ଜୋନାଗୁଡ଼ା ଓ ଅଲୀଗୁଡ଼ା ନିକଟରେ ମାଓବାଦୀଙ୍କ ଉପସ୍ଥିତିକୁ ନେଇ ଯାବନମାନେ ସେଠାରେ ଶିବିର ଲଗାଇବା ସହ ନିକଟ ଜଙ୍ଗଲରେ ସର୍ଚ୍ଚ ଅପରେସନ କରିଥିଲେ। ସର୍ଚ୍ଚ ଅପରେସନ ବେଳେ ମାଓବାଦୀମାନେ ଅତର୍କିତ ଭାବେ ଯବାନମାନଙ୍କ ଉପରକୁ ଆକ୍ରମଣ କରିଥିଲେ। ପରେ ଉଭୟଙ୍କ ପକ୍ଷରୁ ଗୁଳିବିନିମୟ ହୋଇଥିଲା।

ମଙ୍ଗଳବାର ଦିନ ମାଓବାଦୀଙ୍କ ଗୁଳିରେ ୩ ଜଣ ଯବାନ ସହିଦ ହୋଇଥିବାବେଳେ ୧୪ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି।

Tags: #MaoistAttack #Chhattisgarh #ThreeJawanMartyred #SearchOperation

Comment