ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ପୁଣି ମାଓବାଦୀଙ୍କ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡର ଜରେଇକେଲାର ସମଠା ଗାଁରେ ମଙ୍ଗଳବାର ରାତିରେ ମାଓବାଦୀମାନେ ଜଣେ ବ୍ୟକ୍ତିଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ଗୁଳି କରି ହତ୍ୟା କରିଛନ୍ତି। ମାଓବାଦୀଙ୍କ ଏହି ଘଟଣା ଉକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ତେବେ ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କର ନାଁ ମନସେନ ଭେଙ୍ଗରା ରହିଛି। ମାଓବାଦୀମାନେ ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ। ଗୋଟିଏ ଗୁଳି ତାଙ୍କ ମୁଣ୍ଡରେ ଓ ଅନ୍ୟଟି ଛାତିରେ ବାଜିଥିଲା। ହତ୍ୟା କରିବା ପରେ ଉକ୍ତ ସ୍ଥାନରେ ମାଓବାଦୀମାନେ ପୋଷ୍ଟର ଛାଡ଼ି ଯାଇଥିଲେ।

ତେବେ ମୃତ ଯୁବକ ଜଣଙ୍କ ୨୦୨୩ ମସିହା ମେ’ ମାସରେ ମାଓବାଦୀଙ୍କ ନାଁରେ ଚାନ୍ଦା ମାଗି ଜେଲ ଯାଇଥିଲେ। ଗତ ଦୁଇ ମାସ ତଳେ ସେ ଜେଲରୁ ବାହାରିଥିଲେ।

ସିଆରପିଏଫ ଓ ଝାରଖଣ୍ଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏହି ଘଟଣାକୁ ନେଇ ଭୟଭୀତ ନହେବା ପାଇଁ ପୋଲିସ ପକ୍ଷରୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି।

Tags: #MaoistAttack #Odisha-JharkhandBorder #Murder

LEAVE A REPLY

Please enter your comment!
Please enter your name here