ଓଡ଼ିଶାଲାଇଭ୍ ବ୍ୟୁରୋ

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି। ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଦୁଇ ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି। ଗୁରୁବାର ରାତିରେ ସୁକୁମା ଜିଲ୍ଲାର ଦୁଲେଡ ଗାଁରେ ଏହି ଘଟଣା ଘଟିଛି। ଏହାକୁ ନେଇ ସ୍ଥାନୀୟ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

ତେବେ ମୃତ ଗ୍ରାମବାସୀ ଦୁଇ ଜଣ ହେଲେ ସୋଡି ହୁଙ୍ଗା ଓ ମାଡଭି ନନ୍ଦା। ଛତିଶଗଡ଼ର ପାମେଡ ଅଞ୍ଚଳର ମାଓବାଦୀ ସଂଗଠନ ଏହି ହତ୍ୟାକାଣ୍ଡ ଘଟାଇଥିବା ସ୍ୱୀକାର କରିଛି। କିଛି ଦିନ ପୂର୍ବେ ମାଓବାଦୀମାନେ ମୃତକ ଦୁଇ ଜଣଙ୍କୁ ହତ୍ୟା ଧମକ ଦେଇଥିଲେ।

ହତ୍ୟାର ଖବର ମିଳିବା ପରେ ସୁକମା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ପୋଲିସ ଘଟଣା ବାବଦରେ କିଛି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଥିଲା।

ତଦନ୍ତ ପରେ ଏହି ଘଟଣାର ଅଧିକ ତଥ୍ୟ ସାମ୍ନାକୁ ଆସିବା। ତେବେ ମାଓବାଦୀଙ୍କ ଏହି ବର୍ବର କାଣ୍ଡକୁ ନେଇ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

Tags: #MaoistAttack #Murder #Odisha-ChhattisgarhBorder #Malkangiri

LEAVE A REPLY

Please enter your comment!
Please enter your name here