ଓଡ଼ିଶାଲାଇଭ୍ ବ୍ୟୁରୋ
ମାଓବାଦୀ-ଯବାନଙ୍କ ଭିତରେ ଚାଲିଛି ଲୁଚକାଳି ଖେଳ। ମାଓବାଦୀଙ୍କୁ ନିପାତ କରିବା ପାଇଁ ଘଞ୍ଚ ଜଙ୍ଗଲରେ ଯବାନମାନେ ଡେରା ପକାଇଥିବା ବେଳେ ମାଓବାଦୀମାନେ ତାଙ୍କ ପରାକ୍ରମ ଦେଖାଉଛନ୍ତି। ଛତିଶଗଡ, ଝାଡଖଣ୍ଡ, ଓଡ଼ିଶା ଏବଂ ପଶ୍ଚିମବଙ୍ଗର ମାଓ ଅଧ୍ୟୁଷିତ ଜିଲ୍ଲାରେ ବର୍ବର କାଣ୍ଡ ଘଟାଇ ଯବାନଙ୍କ ଜୀବନ ନେବାକୁ ପଛାଉ ନାହାନ୍ତି।
୨୦୧୮ରେ ସୁକ୍ମା
ଛତିଶଗଡର ସୁକ୍ମାରେ ମାଓବାଦୀମାନେ ଘଟାଇଥିଲେ ଘଟାଇଛନ୍ତି ଆତ୍ମଘାତି ବିସ୍ଫୋରଣ। ଯବାନମାନେ ଆଣ୍ଟି ଲ୍ୟାଣ୍ଡମାଇନ୍ ଗାଡ଼ିରେ କିସ୍ତାରାମରୁ ପାଲୋଡି ଯାଉଥିବା ବେଳେ ମାଓବାଦୀମାନେ ଆଇଆଇଡି ବିସ୍ଫୋରଣ କରିଥିଲେ। ଫଳରେ ୯ ଜଣ ଯବାନ ସହିଦ ହୋଇଥିଲେ। ଗାଡ଼ିଟି ଭାଙ୍ଗିରୁଜି ଚୁର୍ମାର୍ ହୋଇଯାଇଛି। ନକ୍ସଲମାନେ ଆମ୍ବୁସ୍ କରି ଯବାନଙ୍କୁ ଟାର୍ଗେଟ କରିଥିଲେ। ଆମ୍ବୁସ୍ରେ ୧୦୦ରୁ ଅଧିକ ମାଓବାଦୀ ସାମିଲ ହୋଇଥିଲେ।
୨୦୧୭ରେ ସୁକ୍ମା
୨୦୧୭ ମାର୍ଚ୍ଚ ୧୧ରେ ୧୨ ଜଣ ସିଆର୍ପିଏଫ୍ ଯବାନ ସହିଦ ହୋଇଥିଲେ। ଆଇଇଡି ସିରିଜ ବିସ୍ଫୋରଣ ହେବାରୁ ଯବାନ ପ୍ରାଣ ହରାଇଥିଲେ।
୨୦୧୭ରେ କୋରାପୁଟ
କୋରାପୁଟ ଜିଲ୍ଲା ସୁଙ୍କି ଘାଟି ନିକଟରେ ମାଓବାଦୀମାନେ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ କରିବାରୁ ୭ ଜଣ ପୋଲିସ କର୍ମଚାରୀ ସହିଦ ହୋଇଥିଲେ। ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ ୨୬ ନମ୍ବର ଜାତୀୟ ରାଜପଥରେ ଗର୍ତ୍ତ ସୃଷ୍ଟି ହୋଇଯାଇଥିଲା।
୨୦୧୪ରେ ପୁଣି ସୁକ୍ମା
ସୁକ୍ମା ନିକଟସ୍ଥ କସଲପାରା ଗ୍ରାମରେ ମାଓବାଦୀମାନେ କରିଥିଲେ ଜୋରଦାର ଆକ୍ରମଣ। ମାଓବାଦୀ ଓ ପୋଲିସଙ୍କ ଭିତରେ ଗୁଳିବିନିମୟ ହେବାରୁ ୧୪ ଜଣ ଯବାନ ସହିଦ ହୋଇଥିଲେ। ଏହାସହ ୬ ଜଣ ମାଓବାଦୀ ମଧ୍ୟ ପୋଲିସ ଗୁଳିରେ ନିହତ ହୋଇଥିଲେ।
୨୦୧୨ରେ ଝାଡଖଣ୍ଡ
୨୦୧୨ରେ ଝାଡଖଣ୍ଡରେ ମାଓବାଦୀମାନେ ଘଟାଇଥିଲେ ଆତ୍ମଘାତି ବିସ୍ଫୋରଣ। ଗଡୱା ଜିଲ୍ଲାର ବାରିଗନୱା ଜଙ୍ଗଲରେ ମାଓବାଦୀମାନେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟାଇଥିଲେ। ଏହି ବିସ୍ଫୋରଣରେ ୧୩ ଜଣ ପୋଲିସ କର୍ମଚାରୀ ସହିଦ ହୋଇଥିଲେ।
୨୦୧୦ରେ ଦାନ୍ତେୱାଡା ଓ ପଶ୍ଚିମବଙ୍ଗ
୨୦୧୦ରେ ମାଓବାଦୀମାନେ ଯେଉଁ ବିସ୍ଫୋରଣ କରିଥିଲେ ତାହା ଥିଲା ସବୁଠୁ ଭୟଙ୍କର। ଛତିଶଗଡର ଦାନ୍ତେୱାଡା ଜିଲ୍ଲାରେ ମାଓବାଦୀମାନେ ସିରିଜ ବିସ୍ଫୋରଣ ଘଟାଇ ୭୬ ଜଣଙ୍କ ଜୀବନ ନେଇଥିଲେ। ଏଥିରେ କିଛି ସାଧାରଣ ଲୋକଙ୍କ ସମେି ସିଆର୍ପିଏଫ୍ ଯବାନ ରହିଥିଲେ।
ସେହି ୨୦୧୦ରେ ପଶ୍ଚିମବଙ୍ଗର ସିଲଦା ଅଞ୍ଚଳରେ ମାଓବାଦୀମାନେ ଯବାନଙ୍କ କ୍ୟାମ୍ପ ଉପରେ ଅତର୍କିତ ଆକ୍ରମଣ କରି ୨୪ ଜଣଙ୍କ ଜୀବନ ନେଇଥିଲେ।
୨୦୦୯ରେ ଗଡଚିରୋଲି
ମହାରାଷ୍ଟ୍ରର ଗଡଚିରୋଲିରେ ଘଟିଥିଲା ଅଭାବନୀୟ ଘଟଣା। ସିଆର୍ପିଏଫ୍ ଯବାନ ମାଓ ଦମନରେ ଯାଉଥିବା ବେଳେ ପୁଷତୋଳା ଅଞ୍ଚଳରେ ମାଓବାଦୀମାନେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଥିଲେ। ଫଳରେ ୧୫ ଜଣ ସିଆର୍ପିଏଫ୍ ଯବାନ ସହିଦ ହୋଇଥିଲେ।
୨୦୦୮ରେ ନୟାଗଡ଼
ଓଡ଼ିଶାର ନୟାଗଡ଼ ଜିଲ୍ଲାରେ ମାଓବାଦୀମାନେ ଘଟାଇଥିଲେ ବର୍ବୋରିଚିତ କାଣ୍ଡ। ନୟାଗଡ଼ ହମଲାକୁ ଭାରତର ସବୁଠୁ ଭ଼ୟଙ୍କର ମାଓବାଦୀ ଆକ୍ରମଣ ବୋଲି କୁହାଯାଉଛି। ମାଓବାଦୀମାନେ ଏହି ଜିଲ୍ଲାରେ ପ୍ରବେଶ କରି ପୋଲିସ କ୍ୟାମ୍ପକୁ ଛାରଖାର କରି ଦେଇଥିଲେ। ଖାଲି ସେତିକି ନୁହେଁ, ମାଓବାଦୀଙ୍କ ଗୁଳିରେ ୧୪ ଜଣ ପୋଲିସ ସହିଦ ହୋଇଥିଲେ।
୨୦୦୭ରେ ଛତିଶଗଡ
ଛତିଶଗଡର ରାଣିବୋଦି ଗାଁରେ ମାଓବାଦୀମାନେ ଘଟାଇଥିଲେ ଆଉ ଏକ ଭୟଙ୍କର କାଣ୍ଡ। ପୋଲିସ ଆଉଟପୋଷ୍ଟ ଉପରକୁ ଲାଲବାହିନୀ ଆଖିବୁଜା ଗୁଳି ଚାଳନା କରିବାରୁ ୫୫ ଜଣ ପୋଲିସ କର୍ମଚାରୀ ସହିଦ ହୋଇଥିଲେ।








ମାଓବାଦୀ-ଯବାନଙ୍କ ଭିତରେ ଚାଲିଛି ଲୁଚକାଳି ଖେଳ। ମାଓବାଦୀଙ୍କୁ ନିପାତ କରିବା ପାଇଁ ଘଞ୍ଚ ଜଙ୍ଗଲରେ ଯବାନମାନେ ଡେରା ପକାଇଥିବା ବେଳେ ମାଓବାଦୀମାନେ ତାଙ୍କ ପରାକ୍ରମ ଦେଖାଉଛନ୍ତି। ଛତିଶଗଡ, ଝାଡଖଣ୍ଡ, ଓଡ଼ିଶା ଏବଂ ପଶ୍ଚିମବଙ୍ଗର ମାଓ ଅଧ୍ୟୁଷିତ ଜିଲ୍ଲାରେ ବର୍ବର କାଣ୍ଡ ଘଟାଇ ଯବାନଙ୍କ ଜୀବନ ନେବାକୁ ପଛାଉ ନାହାନ୍ତି।





