ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ଅବସ୍ଥାପିତ ହାଇକମିଶନର୍ ସୋହେଲ୍ ମେହମୁଦଙ୍କୁ ପ୍ରତ୍ୟାହାର କରି ନେଇଛି ପାକିସ୍ତାନ। ନୂଆଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନୀ କୂଟନୀତିଜ୍ଞଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରି ଏହି ପଦକ୍ଷେପ ନେଇଛି ପାକିସ୍ତାନ।
ପାକିସ୍ତାନର ଡେପୁଟି ହାଇକମିଶନର୍ଙ୍କ କାର୍ ଉପରେ ଆକ୍ରମଣ ସହ ତାଙ୍କ ଡ୍ରାଇଭରଙ୍କୁ ଦିଲ୍ଲୀରେ ଗାଳି ଗୁଲଜ ହୋଇଥିବା ଅଭିଯୋଗ ହୋଇଥିଲା। ପାକିସ୍ତାନୀ ଦୂତାବାସରେ କାର୍ଯ୍ୟରତ କର୍ମଚାରୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ବାରମ୍ବାର ହଇରାଣ କରାଯାଉଥିବା ପାକିସ୍ତାନ ପକ୍ଷରୁ ଅଭିଯୋଗ ହୋଇଛି।
ପାକିସ୍ତାନର ଅଭିଯୋଗକୁ ଖଣ୍ଡନ କରିଛି ଭାରତ। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଇସଲାମବାଦରେ ଅବସ୍ଥାପିତ ଭାରତର କୂଟନୀତିଜ୍ଞମାନଙ୍କୁ ପାକିସ୍ତାନ ଦୀର୍ଘଦିନ ହେଲା ହଇରାଣ କରି ଆସୁଛି। ଫେବ୍ରୁଆରି ୧୬ରେ ଇସଲାମବାଦରେ ଅବସ୍ଥାପିତ ଭାରତୀୟ ହାଇକମିଶନର୍ ପାକ୍ ବୈଦେଶିକ ସଚିବଙ୍କୁ ଭେଟି ତୀବ୍ର ପ୍ରତିବାଦ ଜଣାଇଥିଲେ।














