ଓଡ଼ିଶାଲାଇଭ୍‌ ବ୍ୟୁରୋ

ଛତୁ ନିୟମିତ ଖାଇଲେ ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଏକ ନୂଆ ରିପୋର୍ଟରୁ ଏହା ଦାବି କରାଯାଇଛି ଯେ, ଛତୁରେ ଏମିତି କିଛି ଔଷଧିୟ ଗୁଣ ରହିଛି ଯାହା ମସ୍ତିଷ୍କର କାର୍ଯ୍ୟକ୍ଷମତାକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ।

ସ୍ନାୟୁତନ୍ତ୍ର ସମ୍ବନ୍ଧୀୟ ସମସ୍ୟା, ସଂକ୍ରମକ ରୋଗ, ହୃଦ୍ ରୋଗ, ମଧୁମେହ, ଓଜନ ହ୍ରାସ ଭଳି ସମସ୍ୟା ଦୂର କରିବାରେ ଯଥେଷ୍ଟ ଭାବରେ ସହାୟକ ମଧ୍ୟ ହୋଇଥାଏ ଛତୁ।

ତେବେ ଛତୁ ଖାଇବା ଦ୍ୱାରା ଶରୀରକୁ ଆଉ କଣ ସବୁ ଉପକାର ମିଳିଥାଏ ଆସନ୍ତୁ ଜାଣିବା

ସଂକ୍ରମକ ରୋଗ

ଛତୁରେ ଉପଲବ୍ଧ ଥିବା ଆଂଟି-ଅକ୍ସିଡେଂଟ ଶରୀରକୁ ଭୟଙ୍କର ପ୍ରି-ରେଡିକଲ୍ସଠାରୁ ରକ୍ଷା କରିଥାଏ । ଏହାକୁ ଖାଇବା ଦ୍ୱାରା ଶରୀରର ଆଂଟି-ବାଇରଲ ଓ ବିଭିନ୍ନ ପ୍ରୋଟିନର ମାତ୍ରା ମଧ୍ୟ ବୃଦ୍ଧି ପାଇଥାଏ । ଯାହାକି ଶରୀରରେ ଥିବା କୋଷିକାଗୁଡିକୁ ସଜାଡି ଥାଏ । ଖାଲି ସେତିକି ନୁହେଁ ଏହା ଏକ ପ୍ରାକୃତିକ ଔଷଧ, ଯାହା ବିଭିନ୍ନ ସଂକ୍ରମିତ ରୋଗକୁ ଠିକ୍ କରିଥାଏ ।

କ୍ୟାନସର୍

ଛତୁ ସାଧାରଣତଃ ପ୍ରୋଷ୍ଟେଟ୍ ଏବଂ ବ୍ରେଷ୍ଟ କ୍ୟାନସର ଭଳି ମାରାତ୍ମକ ରୋଗରୁ ଶରୀରକୁ ରକ୍ଷା କରିଥାଏ । ଏଥିରେ ବିଶେଷ କରି ବିଟା ଗ୍ଲୁକନ ଓ କଂଜୁଗେଟ୍ ଲାନୋଲିକ୍ ଏସିଡ୍ ମିଶିକରି ରହିଥାଏ ଯାହା ଏକ ପ୍ରତିରୋଧକ ଶକ୍ତି ଭାବରେ କାର୍ଯ୍ୟ କରିଥାଏ । ଆଉ ଯାହା କ୍ୟାନସର ବା କର୍କଟ ଭଳି ସମସ୍ୟାକୁ ନିୟନ୍ତ୍ରଣ କରିଥାଏ।

ହୃଦ୍ ରୋଗ

ହୃଦ୍ ରୋଗ ଜନିତ ସମସ୍ୟାରୁ ରକ୍ଷା ପାଇବା ପାଇଁ ଛତୁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏଥିରେ ଥିବା ହାଇନ୍ୟୁଟ୍ରିୟର୍ସ ଯାହା ହୃଦୟ ପାଇଁ ଅଧିକ ଉପକାରୀ ହୋଇଥାଏ। ଏଥିରେ କିଛି ପ୍ରକାରର ଏନଜାଇମ ଓ ରସ ଥାଏ ଯାହା କୋଲେଷ୍ଟ୍ରଲର ସ୍ତରକୁ ହ୍ରାସ କରିଥାଏ ।

ମଧୁମେହ

ଛତୁରେ ସେ ସବୁ ଉପାଦାନ ମିଶିକରିଥାଏ ଯାହା ମଧୁମେହ ଭଳି ସମସ୍ୟାକୁ ନିୟନ୍ତ୍ରଣ କରିବା ସହ ଏହି ସମସ୍ୟାରୁ ମୁକ୍ତି ଦେବାରେ ସହାୟକ ହୋଇଥାଏ । ଏଥିରେ ସାଧାରଣତଃ ଭିଟାମିନ, ମିନେରାଲ ଏବଂ ଫାଇବର ମିଶିକରି ରହିଛି। ଏଥିସହ ଫ୍ୟାଟ୍,କାର୍ବୋହାଇଡ୍ରେଟ୍ ଏବଂ ସୁଗାରର ମାତ୍ରା ମଧ୍ୟ ନଥାଏ । ଯାହାକି ଜଣେ ମଧୁମେହ ରୋଗୀ ପାଇଁ ଉପଯୁକ୍ତ ହୋଇଥାଏ। ଏହା ଶରୀରରେ ଇନସୁଲିନର ମାତ୍ରାକୁ ବଢାଇଥାଏ।

ଓଜନ ହ୍ରାସ

ଛତୁରେ ଥିବା ଲିନ୍ ପ୍ରୋଟିନ୍ କାରଣରୁ ଏହା ଶରୀରର ଓଜନ ହଟାଇବାରେ ସହଯୋଗ କରିଥାଏ। ତେବେ ମୋଟାପଣ ହ୍ରାସ କରିବାକୁ ଚାହୁଁଥିବା ଲୋକଙ୍କୁ ପ୍ରୋଟିନ୍ ଡାଇଟରେ ରହିବାକୁ ସାଧାରଣତଃ ଡାକ୍ତର ପରାମର୍ଶ ଦେଇଥାନ୍ତି। ଆଉ ଏହିସମୟରେ ଛତୁ ଖାଇବା ହିଁ ଉପଯୁକ୍ତ ହୋଇଥାଏ।

Comment