ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାତି ଉଦ୍ଦେଶ୍ୟରେ ଆନନ୍ଦ ଭବନ ସଂଗ୍ରହାଳୟକୁ ଲୋକାର୍ପଣ କରିବା ପରେ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟର ତୃତୀୟ ପ୍ରତିଷ୍ଠା ଦିବସରେ ଯୋଗଦେଇ ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ଦେଇଛନ୍ତି ବିଭିନ୍ନ ପରାମର୍ଶ।

“ଆଇନଜୀବୀମାନେ କୋର୍ଟର ଜଣେ ଜଣେ ଆଇନ ଅଫିସର। କେବଳ ମହକିଲମାନଙ୍କ ପାଇଁ ଓକିଲାତି ନକରି କୋର୍ଟରୁ କିପରି ଠିକ୍ ସମୟରେ ଉଚିତ୍ ନ୍ୟାୟ ମିଳିବ ସେଦିଗରେ ଆଇନଜୀବୀମାନେ କୋର୍ଟକୁ ସହଯୋଗ କରିବା ଉଚିତ୍”, କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।

କଟକସ୍ଥିତ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟର ତୃତୀୟ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଷ୍ଟ୍ରପତି। ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଆଇନର ବିଭିନ୍ନ ଦିଗ ସମ୍ପର୍କରେ ଉଦବୋଧନ ଦେଇଥିଲେ।

ରାଷ୍ଟ୍ରପତି କହିଥିଲେ, ” ବର୍ତ୍ତମାନ ଆଇନର ପରିସର ବୃଦ୍ଧି ପାଉଛି। ବାଣିଜ୍ୟ ଆଇନ୍, ସାଇବର ଆଇନ ଏବେ ଆସିଛି। ଏଥିପ୍ରତି ଆଇନ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନେ ସଚେତନ ହେବା ଦରକାର। ଏହାସହ ଅବହେଳିତ, ନିଷ୍ପେସିତଙ୍କ ହକ୍ ପାଇଁ ପିଲାମାନେ ଲଢ଼େଇ କରିବା ଦରକାର। ନୂଆ ସମ୍ଭାବନା ଏବଂ ନୂଆ କ୍ଷେତ୍ର ସମ୍ପର୍କରେ ଆଇନ୍ ବି୍ଶ୍ୱବିଦ୍ୟାଳୟ ଶିକ୍ଷାଦାନ କରୁଥିବାରୁ ମୁଁ ବହୁତ ଖୁସି।”

ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ର ପ୍ରମୁଖ ଯୋଗ ଦେଇ ଆଇନ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ।

Comment