ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡର ଆକ୍ସନ ହିରୋ ଅଜୟ ଦେବଗନଙ୍କ ଫିଲ୍ମ ପୁଣି ଚର୍ଚ୍ଚାରେ। ନିକଟରେ ମୁକ୍ତିଲାଭ କରିଥିବା ‘ରେଡ୍’ ଏବେ ବକ୍ସ ଅଫିସରେ ଧମାଲ୍ କରୁଛି।
ବକ୍ସ ଅଫିସରେ ହଇଚଇ କରୁଛି ବଲିଉଡର ଆକ୍ସନ ହିରୋ ଅଜୟ ଦେବଗନଙ୍କ ଫିଲ୍ମ ‘ରେଡ୍’। ପରଦାକୁ ଆସିବାର ପ୍ରଥମ ଦିନରେ ହିଁ ଏହି ଫିଲ୍ମ ବକ୍ସ ଅଫିସରେ ଧମାଲ କରିଛି। ଏହି ଫିଲ୍ମ ପ୍ରଥମ ଦିନରେ ସାରା ଦେଶରେ ୧୦ କୋଟି ୫୦ ଲକ୍ଷ ଟଙ୍କା କମେଇଥିବା ପ୍ରଡକ୍ସନ ହାଉସର ରମେଶ ବାଲା କହିଛନ୍ତି।
ଅଫିସିଆଲ ଟୁଇଟର୍ ଆକାଉଣ୍ଟରେ ରମେଶ ବାଲା ଉଲ୍ଲେଖ କରିଛନ୍ତି, “ଅଜୟ ଦେବଗନ ଏବଂ ଇଲିଆନା ଡିକ୍ରୁଜଙ୍କ ଫିଲ୍ମ ରେଡ୍ ଦର୍ଶକମାନଙ୍କୁ ଆକର୍ଷିତ କରୁଛି। ପ୍ରଥମ ଦିନରେ ଏହି ଫିଲ୍ମ ୧୦ କୋଟି ୫୦ ଲକ୍ଷ ଟଙ୍କାର ବ୍ୟବସାୟ କରିଛି।”
ଫିଲ୍ମ ‘ରେଡ୍’ରେ ଦର୍ଶକ ଅଜୟ ଦେବଗନଙ୍କ ଦମଦାର ଅଭିନୟକୁ ପ୍ରଶଂସା କରୁଛନ୍ତି। ସବୁ ଫିଲ୍ମରେ ଅଜୟ ଦେବଗନ କିଛି ନା କିଛି ନୂଆ ଆକ୍ସନ ଦେଖାଇ ଚର୍ଚ୍ଚାରେ ରହିଥାନ୍ତି। ହେଲେ ଫିଲ୍ମ ‘ରେଡ୍’ରେ ଅଜୟ କୌଣସି ଆକ୍ସନ ଦେଖାଇ ନଥିଲେ ବି ଦର୍ଶକଙ୍କ ହୃଦୟଙ୍କୁ ଏହି ଫିଲ୍ମ ବେଶ୍ ଜିଣିପାରିଛି।
ଭାରତ ସହ ଭାରତ ବାହାରେ ବି ଏହି ଫିଲ୍ମ ଜବରଦସ୍ତ ରେକର୍ଡ କରିଥିବା ପ୍ରଡକ୍ସନ ସଂସ୍ଥା ପକ୍ଷରୁ ଦାବି କରାଯାଉଛି। ଆମେରିକାରେ ଏହି ଫିଲ୍ମ ୨୬.୭୭ ଲକ୍ଷର ବ୍ୟବସାୟ କରିଥିବା ବେଳେ ଅଷ୍ଟ୍ରେଲିଆରେ ୧୩.୫୦ ଲକ୍ଷ, ନ୍ୟୁଜିଲାଣ୍ଡରେ ୬.୭୬ ଲକ୍ଷ ଟଙ୍କାର ବ୍ୟବସାୟ କରିଛି।
ଅଶୀ ଦଶକର କିଛି ବାସ୍ତବ ଘଟଣାକୁ ନେଇ ଫିଲ୍ମ ‘ରେଡ୍’ ନିର୍ମାଣ କରାଯାଇଛି।















