ଓଡ଼ିଶାଲାଇଭ୍ ବ୍ୟୁରୋ
ଜଙ୍ଗଲୀ ନିଆଁ ରୋକିବାକୁ ରାଜ୍ୟ ସରକାର ଆଣିଛନ୍ତି ଏକ ସ୍ଵତନ୍ତ୍ର ଆପ୍। ଏହାସହ ଜଙ୍ଗଲ ବିଭାଗ ପକ୍ଷରୁ ହ୍ଵାଟ୍ସଆପ୍ରେ ଫରେଷ୍ଟ୍ଫାୟାର୍ ଆଲର୍ଟ ନାଁରେ ଏକ ସ୍ଵତନ୍ତ୍ର ଗ୍ରୁପ୍ କରାଯାଇଛି।
ଖରାଦିନ ଆସିବା କ୍ଷଣି ଜଙ୍ଗଲୀ ନିଆଁର ପ୍ରକୋପ। ଶିମିଳିପାଳ ଅଭ୍ୟାରଣ ଓ ନୟାଗଡ଼ ସମତେ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଛି ନିଆଁ।
ଜଙ୍ଗଲ ନିଆଁ ରୋକିବାକୁ ରାଜ୍ୟ ଜଙ୍ଗଲ ବିଭାଗ ଏକ ନୂଆ ଆପ୍ ଲଞ୍ଚ୍ କରାଯାଇଛି। ଏହା ସାହାଯ୍ୟରେ ନିଆଁକୁ ଠାବ କରାଯିବା ସହ ଲିଭାଇବା ପାଇଁ ଉପାୟ କରାଯିବ। ସେହିପରି ଜଙ୍ଗଲ ବିଭାଗ ପକ୍ଷରୁ ହ୍ଵାଟ୍ସଆପ୍ରେ ଫରେଷ୍ଟଫାୟାର୍ ଆଲର୍ଟ ନାଁରେ ଏକ ସ୍ଵତନ୍ତ୍ର ଗ୍ରୁପ୍ କରାଯାଇଛି।
ଜଙ୍ଗଲରେ ଲାଗୁଥିବା ନିଆଁ ଯୋଗୁଁ କେବଳ ଗଛଲତା, ଜୀବଜନ୍ତୁ କ୍ଷତିଗସ୍ତ ହେଉନାହାନ୍ତି ଆଖପାଖ ଅଞ୍ଚଳରେ ବାସ କରୁଥିବା ଲୋକେ ମଧ୍ୟ ଅସୁବିଧାର ସାମ୍ନା କରୁଛନ୍ତି। ଜଙ୍ଗଲ ନିଆଁରୁ ବାହାରୁଥିବା ଧୂଆଁ ଯୋଗୁ ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରିଛି।
ନିଆଁରେ ପୋଡ଼ି ଅନେକ ଜୀବନଜନ୍ତୁ ମୃତ୍ୟୁବରଣ କରୁଥିବାବେଳେ ସେମାନେ ଜନବସତି ମୁହାଁ ହେଉଛନ୍ତି। ଏଥିପାଇଁ ଗତବର୍ଷ ରାଜ୍ୟରେ ବିଭିନ୍ନ ଜଙ୍ଗଲରେ ୨୪ ହଜାର ୮୮ଟି ଅଗ୍ନିକାଣ୍ଡ ଘଟଣା ରିପୋର୍ଟ ହୋଇଥିଲା। ତେବେ ଚଳିତବର୍ଷ ଏହି ସଂଖ୍ୟାକୁ କମାଇବା ପାଇଁ ଜଙ୍ଗଲ ବିଭାଗ ଅଣ୍ଟା ଭିଡ଼ିଛି।
ଏଥିପାଇଁ ୨୦କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସାଟେଲାଇଟ୍ ମାଧ୍ୟମରେ ଜଙ୍ଗଲ ନିଆଁକୁ ଠାବ କରିବା ପାଇଁ ବ୍ୟବସ୍ଥା ହୋଇଛି। ଜଙ୍ଗଲ ବିଭାଗ ମୁଖ୍ୟାଳୟରେ ଫାୟାର୍ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ନିଆଁ ଲିଭାଇବା ପାଇଁ ବିଭିନ୍ନ ବନଖଣ୍ଡରେ ୨୧୬ଟି ସ୍କ୍ଵାଡ୍ ଗଠନ ହୋଇଛି। ଅଗ୍ନିପ୍ରବଣ ଅଞ୍ଚଳରେ ଅଧିକ ୫୩ଟି ସ୍କ୍ଵାଡ୍ ନିୟୋଜିତ କରାଯାଇଛି।








ଜଙ୍ଗଲୀ ନିଆଁ ରୋକିବାକୁ ରାଜ୍ୟ ସରକାର ଆଣିଛନ୍ତି ଏକ ସ୍ଵତନ୍ତ୍ର ଆପ୍। ଏହାସହ ଜଙ୍ଗଲ ବିଭାଗ ପକ୍ଷରୁ ହ୍ଵାଟ୍ସଆପ୍ରେ ଫରେଷ୍ଟ୍ଫାୟାର୍ ଆଲର୍ଟ ନାଁରେ ଏକ ସ୍ଵତନ୍ତ୍ର ଗ୍ରୁପ୍ କରାଯାଇଛି।









