ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜଙ୍ଗଲ ନିଆଁ ରୋକିବା ପାଇଁ ରାଜ୍ୟ ସରକାର ଟାସ୍କ ଫୋର୍ସ ଗଠନ କରିଛନ୍ତି। ପୂର୍ବତନ ପିସିସିଏଫ୍‌ (ଦ ପ୍ରିନ୍ସପଲ ଚିଫ୍‌ କନଜରଭେର୍ଟର ଅଫ୍‌ ଫରେଷ୍ଟ) ସନ୍ଦୀପ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ଟାସ୍କ ଫୋର୍ସ ଗଠନ କରାଯାଇଛି। ଏଥିରେ ସନ୍ଦୀପଙ୍କ ସମେତ ମୋଟ ୯ ଜଣ ସଦସ୍ୟ ଅଛନ୍ତି। ୯ ଜଣିଆ ଟାସ୍କ ଫୋର୍ସରେ ଡେରାଡୁନ ଓ ହାଇଦ୍ରାବାଦର ୩ ଜଣ ବିଶେଷଜ୍ଞ ଥିବା ସୂଚନା ମିଳିଛି।

ଏହି ଟାସ୍କଫୋର୍ସ ଜଙ୍ଗଲ ନିଆଁ ସମ୍ପର୍କରେ ଦୈନିକ ଅନୁଧ୍ୟାନ କରିବା ସହିତ ଏହାର ନିରାକରଣ ବ୍ୟବସ୍ଥା କରିବେ। ଏହାସହିତ ପ୍ରତିଦିନ ଅପରାହ୍‌ଣରେ ଟାସ୍କ ଫୋର୍ସ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେବେ।

‘‘ଜଙ୍ଗଲରେ ନିଆଁ ଲାଗିବା ଘଟଣା କିଛି ନୂଆ ନୁହେଁ। ପ୍ରତିବର୍ଷ ଏଭଳି ଘଟଣା ଘଟେ। ନିଆ ଲାଗିବା ଘଟଣା ଏକ ପ୍ରାକୃତିକ ପ୍ରକ୍ରିୟା। ଓଡ଼ିଶାରେ ନିଆଁ ବଡ଼ ଗଛରେ ଲାଗେନି’’, କହିଛନ୍ତି ସନ୍ଦୀପ ତ୍ରିପାଠୀ।

ସେହିପରି ଶିମିଳିପାଳରେ ନିଆଁ ନିନ୍ତ୍ରଣାଧୀନ ରହିଛି ବୋଲି ସେ କହିଛନ୍ତି।

ରାଜ୍ୟର ବିଭିନ୍ନ ଜଙ୍ଗଲରେ ଦିନକୁ ଦିନ ନିଆଁ ବ୍ୟାପିବାରେ ଲାଗିଛି। ଶିମିଳିପାଳ ଅଭୟାରଣ୍ୟ ସ୍ଥିତି ଏବେ ସରକାରଙ୍କୁ ଚିନ୍ତାରେ ପକାଇଛି। ଏହାକୁ ଦୃଷ୍ଟିରେ ରଖି ଟାସ୍କ ଫୋର୍ସ ଗଠନ କରାଯାଇଛି।

Comment