ଓଡ଼ିଶାଲାଇଭ୍‌ ବ୍ୟୁରୋ

କେଶରେ ରୁପି ଭଳି ସମସ୍ୟା ଦେଖାଦେବା ଏବେ ଏକ ସାଧାରଣ ସମସ୍ୟା ହୋଇ ଗଲାଣି। କେବଳ କିଛି ପ୍ରାକୃତିକ ତଥା ଘରୋଇ ଉପଚାର ସହାୟତାରେ ଏହି ସମସ୍ୟାକୁ ଦୂର କରାଯାଇପାରିବ।

ତେବେ ଆସନ୍ତୁ ଜାଣିବା ଏହାର କିଛି ଘରୋଇ ଉପଚାର ସମ୍ପର୍କରେ।

ମେଥି

ଏହା କେଶ ପାଇଁ ଅତ୍ୟନ୍ତ ଉପକାରୀ। କେଶ ଜନିତ ସମସ୍ୟା ତଥା ରୁପି ପାଇଁ ମଧ୍ୟ ଭଲ କାମ କରିଥାଏ। ତେବେ ମୁଣ୍ଡ ସଫା କରିବା ପୂର୍ବଦିନ ରାତିରେ ଦୁଇ ମୁଠା ମେଥି ପାଣିରେ ଭିଜାଇ ଦିଅନ୍ତୁ। ସକାଳେ ଏହାର ପେଷ୍ଟ୍ ପ୍ରସ୍ତୁତ କରି ଦିଅନ୍ତୁ ଆଉ ଏହି ପେଷ୍ଟକୁ ମୁଣ୍ଡରେ ଲଗାଇ ପାଖାପାଖି ୧ଘଣ୍ଟା ରଖନ୍ତୁ ତାପରେ ସଫା କରିଦିଅନ୍ତୁ। ଏଭଳି କରିବା ଦ୍ୱାରା ରୁପିଜନିତ ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇଥାଏ।

କଞ୍ଚା କ୍ଷୀର

କଞ୍ଚା କ୍ଷୀରରେ ସାଧାରଣତଃ ଅନେକ ଉପକାରୀ ଗୁଣ ମିଶି କରିଥାଏ। ଏହା ବ୍ୟବହାର କରିବା ଦ୍ୱାରା ଏଥିରେ ଥିବା ପୋଷଣ ଅଂଶ କେଶକୁ ମଜବୁତ୍ କରିବା ସହ କେଶ ଜନିତ ବିଭିନ୍ନ ସମସ୍ୟାକୁ ଦୂର ମଧ୍ୟ କରିବାରେ ସହାୟକ ହୋଇଥାଏ। ତେବେ ଏହାକୁ ଆପଣ ରୁପି ସମସ୍ୟାରୁ ମୁକ୍ତି ପାଇଁ ମଧ୍ୟ ବ୍ୟବହାର କରିପାରିବେ। ଗାଧୋଇବାର କିଛି ସମୟ ପୂର୍ବରୁ ଆପଣଙ୍କ କେଶ ମୁତାବକ କଞ୍ଚା କ୍ଷୀରକୁ ମୁଣ୍ଡରେ ଭଲ ଭାବରେ ଲଗାଇଦିଅନ୍ତୁ। ଆଉ ପରେ ତାକୁ ସଫା କରିଦିଅନ୍ତୁ। ଦେଖିବେ ନିଶ୍ଚୟ ରୁପି ସମସ୍ୟା ଦୂର ହେବ।

ଦହି

ରୁପି ଜନିତ ସମସ୍ୟାରୁ ରକ୍ଷା ପାଇବାକୁ ଦହି ଏକ ସହଜ ଓ ଉପକାରୀ ଜିନିଷ ହୋଇଥାଏ । ଏହାକୁ ସପ୍ତାହରେ ଦୁଇ ଥର କେଶ ବା ଖପୁରୀରେ ଭଲଭାବରେ ଲଗାଇବା ଉଚିତ । ଯଦି ଏହାକୁ ଆପଣ ନିୟମିତ ଭାବେ ବ୍ୟବହାର କରନ୍ତି ତେବେ ଆପଣ ରୁପିରୁ ମୁକ୍ତି ପାଇବା ସହ ଆପଣଙ୍କ କେଶ ଝଡ଼ିବା ସମସ୍ୟା ମଧ୍ୟ ଦୂର ହୋଇଥାଏ। ଏଥିସହ କେଶ ମଧ୍ୟ ବଢ଼ିଥାଏ।

ଲେମ୍ବୁ ଓ ନଡ଼ିଆତେଲ

ଲେମ୍ବୁ ସାଧାରଣତଃ ଏକ ଉପକାରୀ ଫଳ ଅଟେ। ଏହାକୁ ବିଭିନ୍ନ ସମସ୍ୟାରେ ବ୍ୟବହାର କରାଯାଇଥାଏ। ଆପଣ ଏହାକୁ ମଧ୍ୟ କେଶରୁ ରୁପି ଦୂର କରିବାକୁ ବ୍ୟବହାର କରିପାରିବେ। ଲେମ୍ବୁ ସହ କିଛି ପରିମାଣରେ ନଡ଼ିଆତେଲକୁ ମିଶ୍ରଣ କରି ମୁଣ୍ଡ ଖପୁରୀରେ ଭଲ ଭାବରେ ମାଲିସ କରନ୍ତୁ। ପରେ ଏହାକୁ ପାଖାପାଖି ୨ ଘଣ୍ଟା ଯାଏଁ ଛାଡ଼ିଦିଅନ୍ତୁ। ଏହାପରେ ସାମ୍ଫୁରେ ଭଲଭାବରେ ସଫାକରି ଦିଅନ୍ତୁ। ଏଭଳି କିଛିଦିନ କରନ୍ତୁ ଆଉ ଫଳ ଦେଖନ୍ତୁ।

ତୁଳସୀ ତେଲ

ରୁପି ଭଳି ସମସ୍ୟାରୁ ସବୁଦିନ ପାଇଁ ଦୂର କରିବାକୁ ତୁଳସୀର ତେଲ ସବୁଠାରୁ ଭଲ ଔଷଧ। ଏହା ରୁପି ଦୂର କରିବା ସହ କେଶପାଇଁ କଣ୍ଡିସନର ଭାବେ କାମ କରିଥାଏ। ଏଥିସହ କେଶକୁ ମୁଲାୟମ କରିବା ସହ ସୁସ୍ଥ ମଧ୍ୟ କରିଥାଏ। ତେବେ ଏହା ବଜାରରେ ଉପଲବ୍ଧ ହୋଇଥାଏ।

ଏଲୋବେରା

ଏହା କେଶପାଇଁ ଏକ ଉପକାରୀ ଔଷଧ। ଏହାକୁ ମଧ୍ୟ ରୁପି ସମସ୍ୟାରେ ବ୍ୟବହାର କରାଯାଇଥାଏ। ତେବେ ଗାଧୋଇବାର ମାତ୍ର ୩୦ ମିନିଟ୍ ପୂର୍ବରୁ ଏହାକୁ ଭଲଭାବରେ କେଶ ତଥା ମୁଣ୍ଡ ଖପୁରୀରେ ମାଲିସ କରନ୍ତୁ। ତାପରେ ଏହାକୁ ସଫାକରି ଦିଅନ୍ତୁ। ଏହିପରି ଲଗାତର ଭାବେ କରିବାଦ୍ୱାରା କେଶରୁ ରୁପି ଜନିତ ସମସ୍ୟା ସବୁଦିନପାଇଁ ଦୂର ହୋଇଯାଇଥାଏ। ଖାଲି ସେତିକି ନୁହେଁ ଏଥିସହ କେଶ ମଧ୍ୟ ସତେଜ ଦେଖାଦେବା ସହ ସାଇନ୍ ମଧ୍ୟ କରିଥାଏ।

Comment