ଓଡ଼ିଶାଲାଇଭ୍‌ ବ୍ୟୁରୋ

ହ୍ରିତିକ୍ ରୋଶନ୍‌ ଓ କାଟ୍ରିନା କୈଫ୍‌ଙ୍କ ଅଭିନୀତ ‘ବ୍ୟାଙ୍ଗ୍‌ ବ୍ୟାଙ୍ଗ୍’ର ସିକ୍ୱେଲ୍‌ ନିର୍ମାଣ ହେବାକୁ ଯାଉଛି। ଏଥିରେ ଦୁହେଁ ପୁଣି ଥରେ ପରଦାରେ ନଜର ଆସିବେ।

ହ୍ରିତିକ୍ ରୋଶନ୍‌ ଓ କାଟ୍ରିନା କୈଫ୍‌ଙ୍କର ଫ୍ୟାନ୍‌ମାନଙ୍କ ପାଇଁ ଖୁସି ଖବର। ଚାରିବର୍ଷ ପୂର୍ବରୁ ହ୍ରିତିକ୍ -କାଟ୍ରିନାଙ୍କ ଅଭିନୀତ ସୁପର ଆକସନ୍‌ ଫିଲ୍ମ ‘ବ୍ୟାଙ୍ଗ୍‌ ବ୍ୟାଙ୍ଗ୍‌’ର ସିକ୍ୱେଲ୍‌ ନିର୍ମାଣ ହେବାକୁ ଯାଉଛି।

ହ୍ରିତିକ୍-କାଟ୍ରିନାଙ୍କ ଯୋଡ଼ି ପୁଣି ‘ବ୍ୟାଙ୍ଗ୍‌ ବ୍ୟାଙ୍ଗ୍‌’ର ସିକ୍ୱେଲ୍‌ ସିନେମାରେ କାମ କରିବେ। ଏହି ଫିଲ୍ମର ସ୍କ୍ରିପ୍ଟ୍‌ କାମ ଇତିମଧ୍ୟରେ ଆରମ୍ଭ ହୋଇ ଯାଇଥିବା ନେଇ ଟ୍ରେଡ଼୍‍ ଆନାଲିଷ୍ଟ୍‍ ଅତୁଲ ମୋହନ ସୋସିଆଲ୍‌ ମିଡ଼ିଆରେ ସୂଚନା ଦେଇଛନ୍ତି।

୧୪୦ କୋଟି ଟଙ୍କା ବଜେଟ୍‌ରେ ନିର୍ମିତ ‘ବ୍ୟାଙ୍ଗ୍‌ ବ୍ୟାଙ୍ଗ୍‌’ ସିନେମା ୩୬୫ କୋଟି ଟଙ୍କାର କଲେକ୍‌ସନ୍‌ କରିଥିଲା। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବ୍ଲକ୍‌ବଷ୍ଟର ହୋଇଥିଲା। ଏହାଆଗରୁ ପ୍ରଥମଥର ପାଇଁ ୨୦୧୧ରେ ହ୍ରିତିକ୍ ଓ କାଟ୍ରିନା ଏକାଠି ‘ୟେ ଜିନ୍ଦେଗି ନା ମିଲେଗା ଦୋବାରା’ ଫିଲ୍ମରେ କାମ କରିଥିଲେ। ଜୋୟା ଅଖତରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବି ସୁପରହିଟ୍‌ ହୋଇଥିଲା।

ଏହି ଫିଲ୍ମର ଟାଇଟଲ୍‌ ‘ବ୍ୟାଙ୍ଗ୍‌ ବ୍ୟାଙ୍ଗ୍‌-ରିଲୋଡେଡ଼୍‍’ ରଖା ଯାଇଥିବା ଜଣାଯାଇଛି। ହ୍ରିତିକ୍ -କାଟ୍ରିନା ଯୋଡ଼ିଙ୍କର ଏହି ସିକ୍ୱେଲ୍‌ ବି ବକ୍ସ ଅଫିସ୍‌ରେ ସଫଳତାକୁ ଦୋହରାଇବ।

ହ୍ରିତିକ୍ ରୋଶନ୍‌ ସଂପ୍ରତି ‘ସୁପର୍‌-୩୦’ର ସୁଟିଂ ରେ ବ୍ୟସ୍ତ ଅଛନ୍ତି। ତେଣେ କାଟ୍ରିନା ‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ୍‌’ରେ ବ୍ୟସ୍ତ ଅଛନ୍ତି। କାଟ୍ରିନା ବରୁଣ ଧଓ୍ଵନ୍‌ଙ୍କ ସହ ମଧ୍ୟ ଏକ ଫିଲ୍ମ ସାଇନ୍‌ କରିଛନ୍ତି। ତେଣେ ହ୍ରିତିକ୍ ରୋଶନ୍‌ଙ୍କ ‘କ୍ରିସ୍‌-୪’ ବି ଲାଇନ୍‌ରେ ଅଛନ୍ତି।

 

Comment