ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯଦି ଆପଣ ଖାଦ୍ୟପଦାର୍ଥକୁ ବାରମ୍ବାର ଗରମ କରି ଖାଉଛନ୍ତି ତେବେ ସାବଧାନ ହୋଇଯାନ୍ତୁ। ନଚେତ୍ ଶରୀର ପାଇଁ ଏହା ଘାତକ ସାବ୍ୟସ୍ତ ହୋଇପାରେ।

କେଉଁ ଖାଦ୍ୟ ସବୁ ଗରମ କରି ଖାଇବା ଅନୁଚିତ ଆସନ୍ତୁ ଜାଣିବା…

ସବୁଜ ପନିପରିବା ଓ ଶାଗ

ନାଇଟ୍ରେଟ୍ ଅଧିକ ଥିବା ସବୁଜ ପନିପରିବା କିମ୍ବା ସାଗ ଯେପରି ପାଳଙ୍ଗ, ଗାଜର, ଶଜନା ଛୁଇଁ ଭଳି ପରିବାରୁ ପ୍ରସ୍ତୁତ ଖାଦ୍ୟକୁ ଗରମ କରି ଖାଆନ୍ତୁ ନାହିଁ। ଏହା ଶରୀର ପାଇଁ ହାନିକାରକ ହୋଇପାରେ। ପାଳଙ୍ଗ ଶାଗରେ ଅଧିକ ମାତ୍ରାରେ ଆଇରନ ଥାଏ। ଏଥିପାଇଁ ପାଳଙ୍ଗ ଶାଗକୁ ଗରମକରି ଖାଇବା ଦ୍ଵାରା ସେଥିରୁ ଆଇରନ୍ ମାତ୍ରା କମିଯାଏ।

ଭାତ

ଖାଦ୍ୟ ସୁରକ୍ଷା ଏଜେନ୍ସି ମୁତାବକ ଭାତ ଗରମ କରି ଖାଆନ୍ତୁ ନାହିଁ। ଏହି ଖାଦ୍ୟ ବିଷାକ୍ତ ହେବାର ସମ୍ଭାବନା ଥାଏ।

ଛତୁ

ଛତୁରୁ ପ୍ରସ୍ତୁତ ହେଉଥିବା ଖାଦ୍ୟ ଯେତେ ଶିଘ୍ର ସମ୍ଭ ଖାଇଦିଅନ୍ତୁ। ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ ଓ ମିନେରାଲ୍ସ ଥିବାରୁ ଏହାକୁ ଗରମ କରି ଖାଇଲେ ତାହା ହ୍ରାସ ପାଏ।

ଅଣ୍ଡା

ଅଣ୍ଡାରେ ପ୍ରଚୁର ପରିମାଣରେ ପ୍ରୋଟିନ ଥାଏ। ଅଣ୍ଡା ଜାତୀୟ ଖାଦ୍ୟକୁ ଗରମ କରି ଖାଇଲେ ପ୍ରୋଟିନ୍ ସବୁ ନଷ୍ଟ ହୋଇଯାଏ।

ଚିକେନ୍

ଚିକେନ ତରକାରୀକୁ ବାରମ୍ବାର ଗରମ କରି ଖାଆନ୍ତୁ ନାହିଁ। ଚିକେନକୁ ଫ୍ରିଜରୁ ବାହାର କରି ଗରମ କରି ଖାଇବା ଦ୍ଵାରା ଏଥିରେ ଥିବା ପ୍ରୋଟିନ୍ କମ୍ପୋଜିସନ୍ ବଦଳି ଯାଇଥାଏ। ଏହାଦ୍ଵାରା ପାଚନ ତନ୍ତ୍ରରେ ସମସ୍ୟା ଦେଖାଯିବାର ସମ୍ଭାବନା ଥାଏ। ଯଦି ଚିକେନ ତରକାରୀ ଗରମ କରି ଖାଉଛନ୍ତି ତେବେ ଅତ୍ୟଧିକ ତାପମାତ୍ରାରେ ଆଦୌ ଗରମ କରନ୍ତୁ ନାହିଁ।

ଆଳୁ

ଆଳୁ ଜାତୀୟ ଖାଦ୍ୟକୁ ଯଦି ଗରମ କରି ଖାଉଛନ୍ତି ତେବେ ସାବଧାନ ହୋଇଯାନ୍ତୁ। କାରଣ ଆଳୁରେ ଥିବା ଭିଟାମିନ୍ ବି୬, ପୋଟାସିୟମ ଓ ଭିଟାମିନ ସି ପ୍ରଚୁର ପରିମାଣରେ ଥାଏ। କିନ୍ତୁ ବାରମ୍ବାର ଗରମ କରି ଖାଇବା ଦ୍ଵାରା ‘କ୍ଲୋସଟ୍ରିଡିୟମ ବୋଟୁଲିନମ’ ଜୀବଣୁ ଜନ୍ମ ନିଅନ୍ତି। ଯାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ।

Comment