ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟସଭା କାର୍ଯ୍ୟକାଳ ସରୁଥିବା ସଭ୍ୟମାନଙ୍କୁ ହସିହସି ବିଦାୟ ସମ୍ବର୍ଦ୍ଧନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ରାଜ୍ୟସଭାରେ ବିଦାୟ ସମ୍ବର୍ଦ୍ଧନା। ରାଜ୍ୟସଭାର କାର୍ଯ୍ୟକାଳ ଶେଷ ହୋଇଥିବା ସାଂସଦମାନଙ୍କୁ ବୁଧବାରଦିନ ବିଦାୟୀ ସମ୍ବର୍ଦ୍ଧନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ନିଜ ଭାବପୂର୍ଣ୍ଣ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ ବିଦାୟୀ ସଭ୍ୟମାନଙ୍କ ବହୁମୂଲ୍ୟ ସହଯୋଗରୁ ଆମେ ବଞ୍ଚିତ ହେବୁ। ଓଡ଼ିଶାର ଦିଲୀପ ତିର୍କି ଜୀ ଓ ସଚ୍ଚିନ ତେନ୍ଦୁଲକର ଜୀଙ୍କ ଭଳି ସଭ୍ୟଙ୍କୁ ଆମେ ଭୁଲିପାରିବୁ ନାହିଁ। ଯେଉଁମାନେ ରାଜ୍ୟସଭାରୁ ଅବସର ନେଉଛନ୍ତି ଦୁର୍ଭାଗ୍ୟବଶତଃ ସେମାନେ ଐତିହାସିକ ତିନ୍ ତଲାକ୍ ବିଲ୍ ପାସ୍ ପ୍ରକ୍ରିୟାରେ ସାମିଲ୍ ହୋଇପାରିବେ ନାହିଁ। ନୂଆ ସାଂସଦମାନଙ୍କୁ ଏହି ମଉକା ମିଳିବ।”
ରାଜ୍ୟସଭାର ଥିବା ଉପାଧ୍ୟକ୍ଷ ପି ଜେ କ୍ୟୁରିୟାନଙ୍କ ହସ ହସ ମୁଖକୁ ଗୃହ ଝୁରିବ ବୋଲି ନିଜ ଭାଷଣରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।


















