ଓଡ଼ିଶାଲାଇଭ୍ ବ୍ୟୁରୋ

ମଣିପୁର ହିଂସା ପ୍ରସଙ୍ଗକୁ ନେଇ ଏବେ ସାରା ଦେଶରେ ରାଜନୈତିକ ମାହୋଲ ସରଗରମ ରହିଛି। ଏହାର ପ୍ରଭାବ ସଂସଦର ମୌସୁମୀ ଅଧିବେଶନର ଦ୍ଵିତୀୟ ଦିନରେ ମଧ୍ୟ ଦେଖିବାକୁ ମିଳିଛି। ଏହି ହିଂସା ପ୍ରସଙ୍ଗକୁ ନେଇ ଶୁକ୍ରବାର ସଂସଦରେ ବିରୋଧୀ ନେତାମାନେ ହଟ୍ଟଗୋଳ କରିଥିଲେ। ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଉଭୟ ଲୋକସଭା ଓ ରାଜ୍ୟସଭାକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି।

ଶୁକ୍ରବାର ସଂସଦର କାର୍ଯ୍ୟ ଆରମ୍ଭରୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳର ନେତାମାନେ ମଣିପୁର ହିଂସାକୁ ନେଇ ଉଭୟ ଗୃହରେ ହଟ୍ଟଗୋଳ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁର ଘଟଣାକୁ ନେଇ ସଂସଦରେ ବୟାନ ରଖନ୍ତୁ ବୋଲି ବିରୋଧୀମାନେ ଦାବି କରିଥିଲେ।

ତେବେ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ସଂସଦରେ ଅନ୍ୟ କୌଣସି ବିଷୟରେ ଚର୍ଚ୍ଚା ହୋଇପାରିନଥିଲା। ଏହାପରେ ଉଭୟ ଗୃହକୁ ସୋମବାର ସକାଳ ୧୧ଟା ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା।

ଏହାପୂର୍ବରୁ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ମଧ୍ୟ ବିରୋଧୀଙ୍କ ହୋ ହଲ୍ଲା ପାଇଁ ସଂସଦ ଚାଲିପାରିନଥିଲା। କେନ୍ଦ୍ର ସରକାର ମଣିପୁର ହିଂସା ଘଟଣାକୁ ନେଇ ସର୍ବାଦଳୀୟ ବୈଠକ ପାଇଁ ସହମତ ହୋଇଛନ୍ତି। ତେବେ ଏହି ମାମଲାରେ ସଂସଦରେ ଚର୍ଚ୍ଚା ପାଇଁ ବିରୋଧୀମାନେ ଅଡ଼ି ବସିଛନ୍ତି।

Tags: #ParliamentofIndia #MonsoonSession #LokSabha #RajyaSabha #Politics #India

LEAVE A REPLY

Please enter your comment!
Please enter your name here