ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ଼ରେ ଏମିତି କିଛି ହିନ୍ଦୀ ସିନେମା ନିର୍ମିତ ହୋଇଛି, ଯାହା ହଲିଉଡ଼ ଫିଲ୍ମର ରିମେକ୍ ବା ସେହି କାହାଣୀ ଦ୍ଵାରା ପ୍ରେରିତ। କିଛି ହଲିଉଡ଼ ରିମେକ୍ ଦର୍ଶକଙ୍କ ଦ୍ଵାରା ଖୁବ୍ ଆଦୃତ ହୋଇଛି, ଆଉ କେତେକ ପସନ୍ଦ ଆସିନାହିଁ ଦର୍ଶକଙ୍କର।

   ଆସନ୍ତୁ ଜାଣିବା କେଉଁ ହଲିଉଡ଼୍ ମୁଭିର ରିମେକ୍‌କୁ ଦର୍ଶକ ପସନ୍ଦ କରିନାହାନ୍ତି।

ତିସ୍‌ମାର ଖାନ୍‌

୨୦୧୨ରେ ରିଲିଜ୍ ହୋଇଥିବା ଅକ୍ଷୟ କୁମାର-କାଟ୍ରିନା କୈଫ୍ ଷ୍ଟାରର “ଡିସମାର୍ ଖାନ୍’ ସୁପରଫ୍ଲପ୍ ହୋଇଥିଲା। ଏହା ହେଲା ହଲିଉଡ଼ ମୁଭି “ଆଫ୍‌ଟର ଦ ଫକ୍ସ’ର ରିମେକ୍। ତେବେ ଏହା ଦର୍ଶକଙ୍କ ଦ୍ଵାରା ଆଦୃତ ହୋଇନଥିଲା, କିନ୍ତୁ ଏଥିରେ ଥିବା କାଟ୍ରିନାଙ୍କ ଆଇଟମ୍ ନମ୍ବର ‘ଶିଲାକି ଜବାନି…’ ଖୁବ୍ ହିଟ୍ ହୋଇଥିଲା।

ଆକ୍ସନ୍ ରିପ୍ଲେ

ପ୍ରଖ୍ୟାତ ନିର୍ମାତା- ନିର୍ଦ୍ଦେଶକ ବିପୁଲ ଶାହା ରବନି ଜେମେକ୍ସଙ୍କ କ୍ଲାସିକ୍ ହଲିଉଡ଼ ସିନେମା। ବ୍ୟାକ୍ ଟୁ ଦ ଫ୍ୟୁଚର୍’ର କାହାଣୀକୁ ନେଇ ହିନ୍ଦୀରେ ତିଆରି କରିଥିଲେ “ଆକ୍ସନ୍ ରିପ୍ଲେ’’। ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ବିପକ୍ଷରେ ନଜର ଆସିଥିଲେ ଐଶ୍ଚର୍ଯ୍ୟା ରାୟ ବଚ୍ଚନ। କିନ୍ତୁ “ଆକ୍ସନ୍ ରିପ୍ଲେ’’ ଦର୍ଶକ ବା ସମର୍ଥକଙ୍କୁ ପ୍ରଭାବିତ କରିନଥିଲା।

ଏକ୍ ଅଜନବୀ

ହଲିଉଡ଼ ମୁଭି (ମ୍ୟାନ୍ ଅନ୍ ଫାୟାର’ର ହିମେକ୍ ହେଲା ୨୦୦୫ରେ ରିଲିଜ୍ ହୋଇଥିବା ହିନ୍ଦୀ ଫିଲ୍ମ ‘ଏକ୍ ଅଜନବୀ’। ଏହି ସିନେମାରେ ଅମିତାଭ ବଚ୍ଚନ, ଅର୍ଜୁନ ରାମପାଲ ଓ ପେରିଜାଦ୍ ଜୋର ବିଅନ୍ ପ୍ରମୁଖ ମୁଖ୍ୟ ଭୂମିକାରେ ଥିଲେ। ବିଗ୍ ବିଙ୍କ ଏହି ଫିଲ୍ମ କିନ୍ତୁ ଫ୍ଲପ୍ ହୋଇଥିଲା।

ଗଡ୍ ତୁସି ଗ୍ରେଟ୍ ହୋ

ଆଫଜଲ୍ ଖାନଙ୍କ ପ୍ରଯୋଜିତ ତଥା ରୁମି ଜାଫ୍ରିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଗଡ୍ ତୁସି ଗ୍ରେଟ୍ ହୋ’ ହେଉଛନ୍ତି ଅମିତାଭ ବଚ୍ଚନ, ସଲମାନ୍ ଖାନ୍ ଓ ପ୍ରିୟଙ୍କା ଚୋପ୍ରାଙ୍କ କ୍ୟାରିଅର୍ ଏକ ବଡ଼ ଫ୍ଲପ୍ ସିନେମା। ଏହା ହେଲା ଜିମ୍ କେଭିଙ୍କ ହଲିଉଡ଼ ମୁଭି ‘ବ୍ରୁସ୍ ଅଲମାଇଟି’ର ରିମେକ୍।

ବିଛୁ

ବବି ଦେଓଲ୍ ଓ ରାଣୀ ମୁଖାର୍ଜୀ ଷ୍ଟାରର୍ ବଲିଉଡ଼ ମୁଭି ‘ବିଛୁ’ ହେଉଛି ୧୯୯୪ରେ ରିଲିଜ୍ ହୋଇଥିବା ବଲିଉଡ଼ ଫିଲ୍ମ ‘ଲିଓନ୍ ଦ ପ୍ରଫେସନାଲ୍’ର ରିମେକ୍। ଗୁଡୁ ଧାନୋଆଙ୍କ ନିର୍ଦ୍ଦେଶିତ ‘ବିଛୁ’ ଏକ କ୍ରାଇମ୍ ଥ୍ରିଲର୍। ହେଲେ ଏହା ଦର୍ଶକଙ୍କ ଦ୍ବାରା ଆଦୃତ ହୋଇନଥିଲା।

ଗେମ୍

ଫରହବ୍ ଆଖତର ଓ ରିତେଶ ସିଧଓ୍ବାନୀଙ୍କ ପ୍ରଯୋଜିତ ତଥା ଅଭିନୟ ଦେଓଙ୍କ ନିର୍ଦ୍ଦେଶଇଥ ଫିଲ୍ମ ‘ଗେମ୍’ (୨୦୧୧) ସୁପରଫ୍ଲପ୍ ହୋଇଥିଲା। ଏଥିରେ ଅଭିଷେକ ବଚ୍ଚନ, କଙ୍ଗନା ରାନାଓ୍ବତ୍, ସାରାଜେନ୍ ଦିଆସ୍ ଓ ସାଇନା ଗୋସ୍ଵାମୀ ପ୍ରମୁଖ ଲିଡ୍ ରୋଲ୍‌ରେ ଥିଲେ, ଏହା ଥିଲା ହଲିଉଡ଼ର ସୁପରହିଟ୍ ମୁଭି ‘ଆଣ୍ଡ୍ ଦେଆର୍ ଓୟାର୍ ନନ୍’ର ରିମେକ୍।

ପ୍ଲେଆରସ୍

ସୁପରହିଟ୍ ହଲିଉଡ଼୍ ମୁଭି ‘ଦ ଇଟାଲିଆନ୍ ଜବ୍’ର ବଲିଉଡ଼ ରିମେକ୍ ହେଲା “ପ୍ଲେଆର୍‌ସ’। ଏହି ମଲ୍ଟି  ଷ୍ଟାରର ଫିଲ୍ମରେ ବବି ଦେଓଲ୍, ଅଭିଷେକ ବଚ୍ଚନ, ବିପାସା ବାସୁ, ନାଲି ନିତିନ୍ ମୁକେଶ, ସୋନମ କପୁର ଓ ସିକନ୍ଦର ଖେର୍ ପ୍ରମୁଖ ଲିଡ୍ ରୋଲ୍‌ରେ ଥିଲେ। କିନ୍ତୁ “ପ୍ଲେଆର୍‌ସ’ ଫ୍ଲପ୍ ହୋଇଥିଲା।

ସଲାମ୍-ଏ-ଇଶ୍କ୍

ସଲମାନ୍ ଖାନ୍, ଅନୀଲ କପୁର, ଜନ୍ ଆବ୍ରାହମ୍, ଅକ୍ଷୟ ଖାନ୍ନା, ଗୋବିନ୍ଦା, ବିଦ୍ୟାବାଲାନ୍, ଜୁହି ଚାଓ୍ବଲା, ପ୍ରିୟଙ୍କା ଚୋପ୍ରା, ଆୟେଶା ଟାକିଆ, ସୋହେଲ୍ ଖାନ୍ ଓ ଇଶା କୋପିକର୍‌ଙ୍କ ଭଳି ନାମୀ କଳାକାର ଅଭିନୟ କରିଥିବା ମଲ୍ଟି ଷ୍ଟାରର୍ ମୁଭି (ସଲାମ୍-ଏ-ଇଶ୍କ’ ହେଲା ହଲିଉଡ଼ର ମୁଭି (ଲଭ୍-ଆକ୍‌ଚୁଆଲି’ର ରିମେକ୍‌। ତେବେ ଏହା ଦର୍ଶକଙ୍କୁ ପସନ୍ଦ ଆସିନଥିଲା।

ଫୁଲ୍ ଏନ୍ ଫାଇନାଲ୍

ଲୋକପ୍ରିୟ ହଲିଉଡ଼ ମୁଭି ‘ସ୍ନାଚ୍’ର ରିମେକ୍ ଥିଲା ଶାହିଦ୍ କପୁର, ସନ୍ନି ଦେଓଲ୍, ଆୟେଶା ଟାକିଆ, ସମୀଲା ରେଡି ଓ ବିବେକ ଓବେରଏ ଷ୍ଟାରର ହିନ୍ଦୀ ସିନେମା ‘ଫୁଲ୍ ଏନ୍ ଫାଇନାଲ୍’ କିନ୍ତୁ ଦର୍ଶକମାନେ ଏହାକୁ ଏକ ଭଲ କମେଡ଼ି ଫିଲ୍ମ ଭାବେ ଗ୍ରହଣ କରିନଥିଲେ।

Comment