ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏପ୍ରିଲ ପହିଲାରୁ ଆରମ୍ଭ ହେଉଛି ୨୦୧୮-୧୯ ଆର୍ଥିକ ବର୍ଷ। ବର୍ଷ ଆରମ୍ଭରୁ କ’ଣ ଶସ୍ତା ଏବଂ କ’ଣ ମହଙ୍ଗା ହେବ ଜାଣନ୍ତୁ ଏହି ରିପୋର୍ଟରୁ।

୨୦୧୮-୧୯ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ଫେବ୍ରୁଆରି ମାସରେ ଆଗତ କରିଥିଲେ ବଜେଟ। ଏହି ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କ’ଣ ଶସ୍ତା ହେବ ଏବଂ କ’ଣ ମହଙ୍ଗା ହେବ ସେନେଇ ଘୋଷଣା କରିଥିଲେ। ଏହି ଘୋଷଣା ରବିବାରଠାରୁ ଲାଗୁ ହେବାକୁ ଯାଉଛି।

ମହଙ୍ଗା

ମୋବାଇଲ ଫୋନ୍ ଉପରେ ସୀମା ଶୁଳ୍କ ବୃଦ୍ଧି କରାଯାଇଥିବାରୁ ବ୍ରାଣ୍ଡେଡ ମୋବାଇଲ ଫୋନ ମହଙ୍ଗା ହୋଇଛି। ଏହାସହ ଏଲଇଡି ଟିଭି, ସ୍ମାର୍ଟ ୱାଚ ଏବଂ ସନ୍ ଗ୍ଲାସ ବି ମହଙ୍ଗା ହେବ। ହୀରା, ରତ୍ନପଥର ସହ ସୁନା ଅଳଙ୍କାର ମଧ୍ୟ ମହଙ୍ଗା ହେବ। ସିଗାରେଟ୍ ଓ ଲାଇଟର ମୂଲ୍ୟ ବି ଆଜିଠାରୁ ବଢ଼ିବ। ଇଲେକ୍ଟ୍ରୋନିକ୍ସ ଏବଂ ଫୁଡ୍‌ ପ୍ରୋସେସର୍‌ ଉପରେ ୫ ପ୍ରତିଶତ କଷ୍ଟମ ଡ୍ୟୁଟି ବୃଦ୍ଧି କରାଯାଇଛି।

ଶସ୍ତା

କାଜୁ ଉପରେ ସୀମା ଶୁଳ୍କ ୫ ପ୍ରତିଶତରୁ ୨.୫ ପ୍ରତିଶତକୁ ହ୍ରାସ କରାଯାଇଛି। ଏଣୁ ଇମ୍ପୋଟେଡ୍ କାଜୁବାଦାମ ଶସ୍ତା ହେବ। ସୌରଶକ୍ତି ଉତ୍ପାଦନ ପାଇଁ ବ୍ୟବହୃତ ସାମଗ୍ରୀ ବି ଶସ୍ତା ହେବ। ଏଲ୍‌ଏନ୍‌ଜି ଗ୍ୟାସ୍‌ ଶସ୍ତା ହୋଇଥିବା ବେଳେ ଲେଦର, ଲୁଣ, ସୋଲାର ୟୁନିଟ୍, ଜୀବନରକ୍ଷକ ଔଷଧ, ଦିଆସିଲି, ଏଲ୍‌ଇଡି, ଏଚ୍‌ଆଇଭି ଔଷଧ, ଫିଙ୍ଗର ସ୍କାନର୍, ମାଇକ୍ରୋ ଏଟିଏମ୍‌, ଆଇରିସ୍ ସ୍କାନର୍‌, ଭାରତରେ ତିଆରି ହେଉଥିବା ହୀରା ଶସ୍ତା ହୋଇଛି। ଇ-ଟିକେଟରୁ ସର୍ଭିସ ଟ୍ୟାକ୍ସ ହ୍ରାସ କରାଯାଇଛି।

Comment