ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ ବ୍ୟୁରୋ

ରିଅଲ୍ ଲାଇଫ୍‌ ପାର୍ଟନର୍ ବାଛିବା ପାଇଁ ଆଜିକାଲି ସେଲିବ୍ରିଟିମାନେ ରିଆଲିଟି ସୋ’ର ସାହାରା ନେଉଛନ୍ତି। ସେକ୍ସି ହିରୋଇନ୍ ମଲ୍ଲିକା ଶେରାୱଙ୍କଠାରୁ ଆରମ୍ଭ କରି ନାୟିକା ରତନ୍ ରାଜପୁତଙ୍କ ପର୍ଯ୍ୟନ୍ତ ସେଲିବ୍ରିଟି ରିଆଲିଟି ସୋ ଜରିଆରେ ନିଜ ମନ ପସନ୍ଦର ଜୀବନସାଥୀ ବାଛିଛନ୍ତି। କିନ୍ତୁ ଏହି ସମ୍ପର୍କ ବେଶୀଦିନ ତିଷ୍ଠି ପାରି ନାହିଁ।

ବଲିଉଡର କେତେକ ସେଲିବ୍ରିଟି ରିଆଲିଟି ସୋ’ରୁ ଜୀବନସାଥୀ ବାଛିଥିଲେ। ବଲିଉଡର ସେକ୍ସି ହିରୋଇନ୍ ମଲ୍ଲିକା ଶେରାୱତ୍ ଏକ ଟେଲିଭିଜନ୍ ଚାନେଲରେ ପ୍ରସାରିତ ରିଆଲିଟି ସୋ’ ଜରିଆରେ ନିଜର ପାର୍ଟନରଙ୍କୁ ବାଛିଥିଲେ। ଏହି ସୋ’ ହେଲା- ‘ଦ ବ୍ୟାଚଲରେଟ୍ ଇଣ୍ଡିଆ ମେରେ ଖୟାଲୋଁ କି ମଲ୍ଲିକା’। ମଲ୍ଲିକା ତାଙ୍କର ପାର୍ଟନରଙ୍କ ସହିତ ଏନଗେଜମେଣ୍ଟ ବି  କରିଥିଲେ। ହେଲେ ବର୍ଷକ ପରେ ତାଙ୍କ ସହ ସମ୍ପର୍କ ଛିନ୍ନ କରିଥିଲେ।

ଏ ସମ୍ପର୍କରେ ମଲ୍ଲିକା ଶେରାୱତ ତାଙ୍କର ଏହି ପାର୍ଟନର ବିଜୟ ସିଂ ଥରେ ସାକ୍ଷାତକାରରେ କହିଥିଲେ ଯେ ଏହା ଏକ କଣ୍ଟ୍ରାକ୍ଟ ଥିଲା। ଯେଉଁଥିରେ  ଉଲ୍ଲେଖ ଥିଲା କି ଏକ ବର୍ଷ ଭିତରେ ମଲ୍ଲିକା ବିବାହ କରିପାରିବେ। ଏହାପରେ ସେ ଚାହିଁଲେ ମନା କରିପାରିବେ।

ବିଜୟଙ୍କ ଅନୁଯାୟୀ ମଲ୍ଲିକା ତାଙ୍କୁ ଏକ ବର୍ଷ ପାଇଁ ଲସ୍ ଏଞ୍ଜେଲ  ସରେ ରହିବା ପାଇଁ ଡାକିଥିଲେ, କିନ୍ତୁ ସେ ଯାଇପାରିନଥିଲେ। ବର୍ଷକ ପରେ ମଲ୍ଲିକା ବିଜୟଙ୍କୁ କହିଥିଲେ ଯେ, ବିଜୟ ବୟସରେ ତାଙ୍କଠାରୁ ୧୨ ବର୍ଷ ସାନ। ଏତେ ବଡ଼ ଗ୍ୟାପ୍ ଥିଲେ ବାହାଘର ସଫଳ ହୁଏ ନାହିଁ।

ଏଣୁ ବିବାହ ଠିକ୍ ନୁହେଁ। ଏହାପରେ ମଲ୍ଲିକା ଶେରାୱତ୍ ବିଜୟଙ୍କୁ ଫୋନ୍ କରିଲେ ବି କଲ୍ ରିସିଭ୍ କରିନଥିଲେ। ଏହି ରିଆଲିଟି ସୋ’ ଫେକ୍ ଥିଲା ବୋଲି ତାଙ୍କର ଧାରଣା ହେଲା। ମଲ୍ଲିକା ଓ ବିଜୟ ପରସ୍ପରଠୁଁ ଦୂରେଇ ଯାଇଥିଲେ।

୨୦୦୯ରେ ଟେଲିଭିଜନରେ ‘ରାଖି କା ସ୍ୱୟଂବର’ ନାଁରେ ଏକ ରିଆଲିଟି ସୋ’ର ହୋଷ୍ଟ କରିଥିଲେ ବଲିଉଡର ହଟେଷ୍ଟ ଆଇଟମ୍ ଗାର୍ଲ ରାଖି ସାୱନ୍ତ। ଏହି ସୋ’ରେ ରାଖିଙ୍କ ବିବାହ କରିବା ଉଦ୍ଦେଶ୍ୟ ନେଇ ୧୬ଜଣ ଯୁବକ ଯୋଗ ଦେଇଥିଲେ। ଏମାନଙ୍କ ଭିତରୁ ଯାହାକୁ ରାଖି ପସନ୍ଦ କରିବେ, ସେ ତାଙ୍କର ଜୀବନସାଥୀ ହେବେ ବୋଲି ସୋ’ ପକ୍ଷରୁ ଦାବି କରାଯାଇଥିଲା।

ଶେଷରେ ସୋ’ର ବିଜେତା ହୋଇଥିଲେ ଇଲେଶ, ଯାହାଙ୍କ ସହିତ ରାଖି ସାୱନ୍ତ ଏନଗେଜମେଣ୍ଟ କରିଥିଲେ। କିନ୍ତୁ ପରେ ଏହାକୁ ଭାଙ୍ଗି ଦେଇଥିଲେ। ପରେ ରାଖି କହିଥିଲେ ଯେ ସେ କେବଳ ଅର୍ଥ ପାଇଁ ଏନଆରଆଇ ବିଜନେସମ୍ୟାନ୍ ଇଲେଶ ପରୁଜନୱାଲାଙ୍କ ସହିତ ଏନଗେଜମେଣ୍ଟ କରିଥିଲେ।

ଟେଲି ଦୁନିଆଁର ନାଁ କରା ନାୟିକା ରତନ୍ ରାଜପୁତ୍ ବି ରିଆଲିଟି ସୋ’ ଜରିଆରେ ନିଜର ପାର୍ଟନରଙ୍କର ସନ୍ଧାନ କରିଥିଲେ। ତାଙ୍କର ଏହି ସୋ’ର ନାମ ହେଲା ‘ରତନ କା ରିସ୍ତା’। ଏହି ସୋ’ର ପ୍ରତିଯୋଗୀ ଅଭିନବ ଶର୍ମାଙ୍କୁ ମନୋନୀତ କରିଥିଲେ। ସେ ଅଭିନବଙ୍କୁ ବିବାହ କରିବା ପାଇଁ ଦୁଇ ବର୍ଷ ସମୟ ନେଇଥିଲେ। ଅଭିନବଙ୍କ ଘର ଉତ୍ତରାଞ୍ଚଳରେ। କିନ୍ତୁ ଏ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇନଥିଲେ।

Comment