ଓଡ଼ିଶାଲାଇଭ୍ ବ୍ୟୁରୋ 

ଟାଇଗର ଶ୍ରଫ୍ ଓ ଦିଶା ପଟାନୀଙ୍କ ଅଭିନୀତ ‘ବାଗୀ-୨’ ରିଲିଜ୍ ହେବାର ୪ଦିନ ମଧ୍ୟରେ ସିନେମା ଘର ଗୁଡ଼ିକରେ ଧୁମ୍ ମଚାଇଛି।

ଟାଇଗର ଶ୍ରଫ୍‍ ଓ ଦିଶା ପଟାନୀଙ୍କ ଅଭିନୀତ ଆକ୍‍ସନ୍‍ ଥ୍ରିଲର ସିନେମା ‘ବାଗୀ-୨’। ଏଥିରେ ରହିଛି ଜଣେ ସୈନିକର ନିଶା ମାଫିଆଙ୍କ ସହ ସଂଘର୍ଷ। ରହସ୍ୟଜନକ ଭାବେ ଅପହୃତା ନିଜ ପୂର୍ବ ପ୍ରେମିକାଙ୍କ କନ୍ୟାକୁ ନିଶା-ମାଫିଆଙ୍କ କବଳରୁ ଉଦ୍ଧାର କରୁଛନ୍ତି ସୈନିକ ରଣବୀର ପ୍ରତାପ ସିଂ। ଏହି ଚରିତ୍ରରେ ରହିଛନ୍ତି ଟାଇଗର ଶ୍ରଫ୍‍।

ସାଜିଦ ନାଡିୟାୱାଲାଙ୍କ ଦ୍ୱାରା ପ୍ରଯୋଜିତ ଓ ଅହମଦ ଖାନ୍‍ଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ସିନେମାଟି ୨୦୧୬ରେ ଆସିଥିବା ଟାଇଗର-ଶ୍ରଦ୍ଧା ଅଭିନୀତ ‘ବାଗୀ’ର ସିକ୍ୱେଲ। ଏହି ଫିଲ୍ମରେ ଟାଇଗରଙ୍କ ସହ ପ୍ରମୁଖ ଭୂମିକାରେ ଅଭିନେତ୍ରୀ ଶ୍ରଦ୍ଧା କପୁର ନଜର ଆସିଥିଲେ। ଏହି ଯୋଡିଙ୍କୁ ଦର୍ଶକ ବେଶ ପସନ୍ଦ କରିଥିଲେ ଏବଂ ଫିଲ୍ମ ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହୋଇଥିଲା।

ବାଗୀ-୨ରେ ଟାଇଗରଙ୍କ ସହ ଅଭିନେତ୍ରୀ ଦିଶା ପଟାନୀ ଅଭିନୟ କରିଛନ୍ତି। ଏଥିରେ ଟାଇଗର ଓ ଦିଶାଙ୍କ ସହିତ ମନୋଜ ବାଜପେୟୀ, ଟମ୍‍ ଅଲଟର, ରଣବୀର ହୁଦା, ଶ୍ରଦ୍ଧା କପୁର ଓ ପ୍ରତୀକ ବବ୍ର ପ୍ରମୁଖ ବିଭିନ୍ନ ଚରିତ୍ରରେ ଅଛନ୍ତି।

ମୋହିନୀ ଚରିତ୍ରରେ ଆସି ଜ୍ୟାକଲିନ୍‍ ଫର୍ଣ୍ଣାଡିସ୍‍ ‘ଏକ୍‍ ଦୋ ତିନ୍‍..’ ଆଇଟମ୍‍ ଗୀତରେ କମାଲ କରିଛନ୍ତି। ରିଲିଜ୍‍ର ଦୁଇଦିନରେ ସିନେମାଟି ଦର୍ଶକ ଗହଳି ଜୁଟାଇ ପାରିଛି।

କଲେଜରେ ପାଠପଢ଼ା ସମୟରେ ରଣବୀର ଓ ନେହାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଲା, ମାତ୍ର ନେହାଙ୍କ ବାପା ଏହାକୁ ବିରୋଧ କଲେ। ପରେ ଦୁହିଁଙ୍କ ମଧ୍ୟରେ ଏମିତି କିଛି ଘଟିଲା ଯେ, ରଣବୀର ଓ ନେହା ଅଲଗା ହୋଇଯାଇଛନ୍ତି। ନେହାଙ୍କ ବିବାହ ଆଉ କାହା ସହ ହୋଇଯାଇଛି।

୪ ବର୍ଷ ପରେ ପୁଣି ଦୁଇ ପ୍ରେମୀଙ୍କ ଭେଟ ହୋଇଛି। ସେତେବେଳକୁ ରଣବୀର ଜଣେ ଆର୍ମି କମାଣ୍ଡୋ। ଏହି ସମୟରେ ନେହା ତାଙ୍କୁ ନିଜ ଝିଅ ଅପହରଣ ଲାଗି ସାହାଯ୍ୟ ମାଗନ୍ତି। ରଣବୀର ଏଥିରେ ତାଙ୍କୁ ସାହାଯ୍ୟ ମଧ୍ୟ କରିଛନ୍ତି। ଫିଲ୍ମରେ ଟାଇଗର କେତେକ ବିପଜ୍ଜନକ ଷ୍ଟଣ୍ଟ ପ୍ରଦର୍ଶନ କରିଛନ୍ତି। ଫିଲ୍ମ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଟାଇଗରଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି।

ଭାରତରେ ୩୫୦୦ଟି ସିନେମା ଘର ଓ ବିଦେଶରେ ୬୨୫ଟି ହଲରେ ବାଗୀ-୨ ମୁକ୍ତିଲାଭ କରିଛି। ୭୫ କୋଟି ବ୍ୟୟରେ ଏହି ଫିଲ୍ମ ନିର୍ମାଣ ହୋଇଛି।

Comment