ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏସ୍‌ସି, ଏସ୍‌ଟି ଆକ୍ଟରେ ପୁନର୍ବିଚାର ପାଇଁ କେନ୍ଦ୍ର ସରକାର ସୁପ୍ରିମକୋର୍ଟକୁ ନିବେଦନ କରିଥିଲେ। ଏନେଇ ରିଭ୍ୟୁ ପିଟିସନ ଦାଖଲ କରିଥିଲେ ସରକାର। ହେଲେ ଏହି ଆବେଦନକୁ ଆଜି ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ।

ନିଜ ରାୟରେ ଅଟଳ ରହିଲେ ସୁପ୍ରିମକୋର୍ଟ। ଏସ୍‌ସି/ଏସ୍‌ଟି ଆଇନ୍ ଉପରେ ଦିଆଯାଇଥିବା ରାୟ ଉପରେ ରୋକ୍ ଲଗାଇବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ। ଏହି ଆଇନ୍ ଉପରେ ପୁନଃବିଚାର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବେଦନ କରାଯାଇଥିଲା। ହେଲେ ସର୍ବୋଚ୍ଚ ନ୍ୟାୟାଳୟ ପୂର୍ବ ରାୟକୁ କାଏମ ରଖିଛନ୍ତି। ଜଷ୍ଟିସ ଏ କେ ଗୋଏଲ ଓ ଜଷ୍ଟିସ ୟୁ ୟୁ ଲଳିତଙ୍କ ଦୁଇ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି।

୨ ଦିନ ଭିତରେ ସମସ୍ତ ପ୍ରତିପକ୍ଷଙ୍କୁ ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ଜବାବ ଦାଖଲ କରିବାର ୧୦ ଦିନ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

୨୦୦୯ ମସିହାରେ ମହାରାଷ୍ଟ୍ରର ଏକ ସରକାରୀ ଫାର୍ମାସୀ କଲେଜରେ ଜଣେ ଦଳିତ କର୍ମଚାରୀ ତାଙ୍କ ଉପର ଅଧିକାରୀଙ୍କ ବିରୋଧରେ ଏହି ଆପ୍ ଅନୁଯାୟୀ ଅଭିଯୋଗ ଆଣିଥିଲେ। ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବାକୁ ଖୋଜୁଥିବା ବେଳେ ସେ ବମ୍ବେ ହାଇକୋର୍ଟର ଦ୍ଵାରସ୍ଥ ହୋଇ ଜାମିନ୍ ପାଇଁ ଆବେଦନ କରିଥିଲେ।  ଏହି ଆଇନର ଦୁରୁପଯୋଗ ଅଭିଯୋଗକୁ ବିଚାରକରି ବମ୍ବେ ହାଇକୋର୍ଟ ତାଙ୍କୁ ଜାମିନ୍ ଲାଗି ନିର୍ଦ୍ଦେଶ ଦେଇଥିଲେ। ମାର୍ଚ୍ଚ ୨୦ରେ ଏହି ମାମଲାର ପୁନଃବିଚାର ବେଳେ ମାର୍ଚ୍ଚ ୨୦ ତାରିଖରେ ସୁପ୍ରିମକୋର୍ଟ ନିର୍ଦ୍ଦେଶକ୍ରମେ ଅନୁସୂଚିତ ଜାତି ଓ ଜନଜାତି ନିୟମରେ ସଂଶୋଧନ କରି କିଛିଟା ପରିବର୍ତ୍ତନ କରିଥିଲେ। ଏହି ଆଇନର ବାରମ୍ବାର ଦୁରୁପଯୋଗ ହେଉଥିବା ସୁପ୍ରିମକୋର୍ଟ ହୃଦୟଙ୍ଗମ କରିଥିଲେ।

ସୁପ୍ରିମକୋର୍ଟଙ୍କ ଏହି ରାୟକୁ ବିରୋଧ କରିଥିଲେ ଦେଶର ୧୧ଟି ଦଳିତ ସଙ୍ଗଠନ। ଏପ୍ରିଲ ୨ ତାରିଖରେ ଭାରତ ବନ୍ଦ ଡାକରା ଦେଇ ନିଷ୍ପତ୍ତିର ପୁନଃ ବିଚାର ପାଇଁ ଦାବି କରିଥିଲେ। ଭାରତ ବନ୍ଦ ବେଳେ ବିଭିନ୍ନ ରାଜ୍ୟରେ ହିଂସାକାଣ୍ଡ ଦେଖାଦେଇଥିଲା। ୯ ଜଣ ଲୋକଙ୍କର ପ୍ରାଣ ଯାଇଥିବା ବେଳେ ବହୁ ଲୋକ ଆହତ ହୋଇଥିଲେ। ବିଭିନ୍ନ ସ୍ଥାନରେ ବ୍ୟାପକ ପୋଡ଼ାଜଳା ହୋଇଥିଲା।

ଦେଶରେ ବ୍ୟାପ କପୋଡ଼ା ଜଳା ହେବା ପରେ କେନ୍ଦ୍ର ସରକାର ଏହି ରାୟର ପୁନଃ ବିଚାର କରିବା ପାଇଁ ରିଭ୍ୟୁ ପିଟିସନ ଦାଖଲ କରିଥିଲେ। ହେଲେ ସୁପ୍ରିମକୋର୍ଟ ଆଜିୀ ଏହାକୁ କାଏମ ରଖିଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି, “ଆମେ ଏହି ଆକ୍ଟ ବିରୋଧରେ ନାହୁଁ। କିନ୍ତୁ ନିର୍ଦ୍ଦୋଷ ଯେପରି ଦଣ୍ଡ ନପାଇବ ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବା ଆବଶ୍ୟକ।”

ଏସ୍‌/ଏସ୍‌ଟି ଆକ୍ଟ ଅନୁସାରେ ଯଦି କୌଣସି ବ୍ୟକ୍ତି ବିରୋଧରେ ଅଭିଯୋଗ ଆସେ ତେବେ ବିନା ତଦନ୍ତରେ ତୁରନ୍ତ ଗିରଫ କରାଯାଉଥିଲା। ଫଳରେ ଅନେକ ନିର୍ଦ୍ଦୋଷ ବ୍ୟକ୍ତି ବିନା ଦୋଷରେ ଦଣ୍ଡ ପାଉଥିଲେ।

Comment