ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୩୦ ମିନିଟ୍ ପରେ ଫେରି ଆସିଲେ ଟିମ୍‌
  • ହଠାତ୍ ଅସୁସ୍ଥ ହୋଇପଡ଼ିଲେ ଜି ସି ମିତ୍ର
  • ଶ୍ରୀମନ୍ଦିର କୋର୍ କମିଟି ସଦସ୍ୟ ହେଉଛନ୍ତି ଶ୍ରୀ ମିତ୍ର
  • ଗାମୁଛା ପିନ୍ଧି ଭଣ୍ଡାର ଭିତରକୁ ଯାଇଥିଲେ ସଦସ୍ୟ

ଅଧାରେ ଅଟକିଲା ରତ୍ନଭଣ୍ଡାର ଯାଞ୍ଚ ପ୍ରକ୍ରିୟା। ପ୍ରଥମ ଓ ଦ୍ୱିତୀୟ ଭଣ୍ଡାର ଯାଞ୍ଚ ପରେ ତୃତୀୟ ଭଣ୍ଡାର ଯାଞ୍ଚ କରିବା ପାଇଁ ଯାଞ୍ଚକାରୀ ଟିମ୍‌ ଯାଉଥିଲେ। ହେଲେ ଏହି ସମୟରେ ଯାଞ୍ଚକାରୀ ଟିମ୍‌ର ସଦସ୍ୟ ଜି ସି ମିତ୍ର ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ଗୋଡ଼ରେ ଆଘାତ ଲାଗିବାରୁ ସେ ତଳେ ପଡ଼ି ଯାଇଥିଲେ।

ପରେ ଜି ସି ମିତ୍ରଙ୍କୁ ସଙ୍ଗେସଙ୍ଗେ ବାହାରକୁ ଆଣି ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଜି ସି ମିତ୍ର ଆହତ ହେବା ପରେ ଟିମ୍‌ର ଅନ୍ୟ ସଦସ୍ୟମାନେ ତୃତୀୟ ଭଣ୍ଡାର ଖୋଲିବାକୁ ସାହସ କରି ନଥିଲେ।

ଜି ସି ମିତ୍ରଙ୍କ ପରେ ଅନ୍ୟ ସଦସ୍ୟମାନେ ଜଣ ଜଣ କରି ବାହାରକୁ ଚାଲି ଆସିଥିଲେ। ଫଳରେ ରତ୍ନଭଣ୍ଡାର ଯାଞ୍ଚ ଅଧାରେ ଅଟକି ରହିଲା।

୨ ଘଣ୍ଟା ଧରି ରତ୍ନଭଣ୍ଡାର ଯାଞ୍ଚ ହେବ ବୋଲି ଧାର୍ଯ୍ୟ କରାଯାଇଥିଲା। ମାତ୍ର ୩୦ ମିନିଟ୍ ଯାଞ୍ଚ ହେବା ପରେ ଅଘଟଣ ଘଟିବାରୁ ଯାଞ୍ଚ ପ୍ରକ୍ରିୟାକୁ ଶେଷ କରାଯାଇଥିଲା।

ରତ୍ନଭଣ୍ଡାର ଯାଞ୍ଚ ପାଇଁ ୧୬ ଜଣ ଯାଞ୍ଚକାରୀ ଗାମୁଛା ପିନ୍ଧି ଭଣ୍ଡାର ଭିତରେ ପ୍ରବେଶ କରିଥିଲେ। ପୁରୀ ଏସ୍‌ପି ସାର୍ଥକ ଷଡ଼ଙ୍ଗୀଙ୍କ ତତ୍ତ୍ୱାବଧାନରେ ସମସ୍ତ ଯାଞ୍ଚକାରୀ ରତ୍ନଭଣ୍ଡାର ଭିତରେ ପ୍ରବେଶ କରିଥିଲେ।

ରତ୍ନଭଣ୍ଡାରରେ ପ୍ରବେଶ ପୂର୍ବରୁ ସମସ୍ତ ଯାଞ୍ଚକାରୀଙ୍କୁ ତନ୍ନ ତନ୍ନ କରି ଯାଞ୍ଚ୍ କରାଯାଇଥିଲା। ପୁରୀ ଏସ୍‌ପି ରତ୍ନଭଣ୍ଡାର ଭିତରକୁ ଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ହେଲେ ସେ ଗାମୁଛା ନପିନ୍ଧିବାରୁ ରତ୍ନଭଣ୍ଡାରକୁ ଯାଇ ନଥିବା ସୂଚନା ମିଳିଛି।

ଯାଞ୍ଚ ପାଇଁ ଆଜି ୨ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିଛି। ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିରର ଚାରିପଟ ଦ୍ୱାର ଏବଂ ଭିତର ଗୁମୁଟ ନିକଟରେ ପୋଲିସ ମୁତୟନ କରାଯାଇଛି। ଭଣ୍ଡାର ଘର ନିକଟରେ ଓସ୍‌ଡମା, ଅଗ୍ନିଶମ କର୍ମଚାରୀ ଏବଂ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ଉପସ୍ଥିତ ଥିଲେ।

ରତ୍ନଭଣ୍ଡାରକୁ କିଏ ଯାଇଥିଲେ:-

. ତପନ କୁମାର ଭଟ୍ଟାଚାର୍ଯ୍ୟ (ପ୍ରତ୍ନତତ୍ତ୍ୱବିତ୍‌)
. ଚିତ୍ତରଂଜନ ଦାସ (ପ୍ରତ୍ନତତ୍ତ୍ୱବିତ୍‌)
. ଏଚ୍‌. . ନାୟକ (ପ୍ରତ୍ନତତ୍ତ୍ୱବିତ୍‌)
. ଜି.ସି. ମିତ୍ର( କୋର କମିଟି ସଦସ୍ୟ)
. ଏନ୍‌.ସି ପାଲ(କୋର କମିଟି ସଦସ୍ୟ)
. ଅମିୟ ମହାନ୍ତି (ଗଜପତିଙ୍କ ପ୍ରତିନିଧି)
. ଭଣ୍ଡାର ମେକାପ: ଗଣେଶ ମେକାପ
. ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର (ଛତିଶା ନିଯୋଗ ମହାନାୟକ)
. ପ୍ରଦୀପ କୁମାର ଜେନା(ମୁଖ୍ୟ ପ୍ରଶାସକ)
୧୦. ଏନ୍‌.କେ ମହାନ୍ତି (ହାଇକୋର୍ଟଙ୍କ ପ୍ରତିନିଧି ଆମିକସ୍‌କ୍ୟୁରି)
୧୧. ଅରବିନ୍ଦ ଅଗ୍ରୱାଲ (ଜିଲ୍ଲାପାଳ, ଉପମୁଖ୍ୟ ପ୍ରଶାସକ)
୧୨. ରାମଚନ୍ଦ୍ର ଦାସମହାପାତ୍ର (ରତ୍ନଭଣ୍ଡାର ସବ୍‌ କମିଟି ସଦସ୍ୟ)
୧୩. ଅନନ୍ତ ତିଆଡ଼ି (ରତ୍ନଭଣ୍ଡାର ସବ୍‌ କମିଟି ସଦସ୍ୟ)
୧୪. ପ୍ରଦୀପ ଦାଶ ( ନୀତି ପ୍ରଶାସକ)
୧୫. ଦେଉଳକରଣ (ଚନ୍ଦ୍ରଶେଖର ମଙ୍ଗରାଜ)
୧୬. ହିମାଂଶୁ ପଟ୍ଟନାୟକ (ତଡ଼ଉକରଣ)

Comment