ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫୁସଫୁସ୍ ଶରୀରର ଖାସ୍ ଅଂଶ। ଏଥିରେ କୌଣସି ପ୍ରକାର ସମସ୍ୟା ଉତ୍ପନ ହେଲେ ନିଃଶ୍ଵାସ ନେବାରେ କଷ୍ଟ ଅନୁଭୁତ ହୁଏ। ଯଦ୍ଵାରା ଆଜ୍ମା ଏବଂ କ୍ୟାନସର ଆଶଙ୍କା ବଢ଼ିଥାଏ। ତେଣୁ ଫୁସଫୁସକୁ ସର୍ବଦା ସୁସ୍ଥ ରଖିବା ଜରୁରୀ।

ଫୁସଫୁସ କ୍ୟାନସରର ଲକ୍ଷଣ ଓ କାରଣ

  • ବର୍ତ୍ତମାନ ପ୍ରଦୂଷଣ ବୃଦ୍ଧି ଯୋଗୁ ଦିନକୁ ଦିନ ସମସ୍ୟ ବଢ଼ିବାରେ ଲାଗିଛି । ଏହା ଦ୍ଵାରା ଆଜ୍ମା,କ୍ୟାନସର ଭଳି ରୋଗ ବଢ଼ୁଛି। ଧୂଆଁ, ନିଶାଦ୍ରବ୍ୟ ସେବନ ଫୁସଫୁସ୍ ଖରାପ ହେବାର ମୁଖ୍ୟ କାରଣ।
  • ଘରେ ଚୁଲିରୁ ବାହାରୁ ଥିବା ଧୂଆଁ , ବାଣ ଫୁଟିବା ବେଳେ ବାହାରୁ ଥିବା ଧୂଆଁ,ଏପରିକି  ଯାନବାହାନରୁ ନିର୍ଗତ ଧୂଆଁ  ବି ଫୁସଫୁସର କ୍ୟାନସରର ଅନ୍ୟତମ କାରଣ।
  • ଏହାଛଡ଼ା ପୋଷା କୁକୁରଙ୍କ ଆଲାର୍ଜି ଯୋଗୁ ଫୁସଫୁସ ଉପରେ ପ୍ରଭାବ ପକାଇଥାଏ। କେବଳ ସେତିକି ନୁହେଁ ଗୁଟୁଖା ସେବନ ଦ୍ଵାରା ଫୁସଫସ କ୍ୟାନସର ବୃଦ୍ଧି ପାଏ।
  • ମୁଣ୍ଡବିନ୍ଧା ଅନେକ କାରଣରୁ ହୋଇଥାଏ। ଏଥିରୁ ସବୁଠୁ ଗୁରୁତ୍ଵପୁର୍ଣ୍ଣ କାରଣ ହେଉଛି ଫୁସଫୁସ କ୍ୟାନସର। ଲଗାତାର ଭାବେ ମୁଣ୍ଡ ବିନ୍ଧୁଥିଲେ ଫୁସଫୁସଜନିତ ରୋଗର ଅନ୍ୟତମ ଲକ୍ଷଣ ବୋଲି ରୋଗ ବିଶେଷଜ୍ଞମାନେ କହିଛନ୍ତି। ଧୁମ୍ରପାନ କରୁଥିବା ବ୍ୟକ୍ତିଙ୍କଠାରେ ଏହା ଅଧିକ ପରିମାଣରେ ଦେଖାଯାଇଥାଏ। ଫୁସଫୁସ କ୍ୟାନସର ହେଲେ ନିଃଶ୍ଵାସ ନେବାରେ କଷ୍ଟ ଅନୁଭୁତ ହୁଏ। ମୁଣ୍ଡବିନ୍ଧା ହେବା ସହ ଛିପରେ ରକ୍ତ ପଡ଼ିଥାଏ।
  • ଫୁସଫୁସ୍ କ୍ୟାନସର ହେବାର ଆଉ ଏକ ଲକ୍ଷଣ ହେଉଛି ଛାତି ବିନ୍ଧା। ପିଞ୍ଜରା ହାଡ଼ ସାମାନ୍ୟ ଦରଜ ଲାଗିଥାଏ। ଆରମ୍ଭରୁ ଚିକିତ୍ସା ନକଲେ ଧିରେ ଧିରେ ଏହା କ୍ୟାନସର ଆଡ଼କୁ ଗତି କରେ।

Comment