ଓଡ଼ିଶାଲାଇଭ୍‌ ବ୍ୟୁରୋ

କୃଷ୍ଣସାର ମୃଗ ଶିକାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଯୋଧପୁର ସେଣ୍ଟ୍ରାଲ ଜେଲ୍‌ରେ ଅଛନ୍ତି ବଲିଉଡ ଷ୍ଟାର ସଲମାନ୍ ଖାନ୍‌। ଶୁକ୍ରବାର ସଲମାନ୍‌ଙ୍କ ଜାମିନ ଆବେଦନ ଶୁଣାଣି ହୋଇ ନପାରିବାରୁ ତାଙ୍କୁ ଜେଲ୍‌ରେ ରହିବାକୁ ପଡ଼ିଛି। ହେଲେ ସଲମାନ୍‌ ଆଜି ଦିନସାରା ଜେଲ୍‌ରେ କ’ଣ କଲେ ଏବଂ କ’ଣ ଖାଇଲେ ଜାଣନ୍ତୁ।

-ଶୁକ୍ରବାର ସକାଳେ ସଲମାନ୍ ଜଳଖିଆ ଖାଇ ନଥିଲେ। ତାଙ୍କୁ ସକାଳେ ହାଲୱା ଏବଂ ଚା’ ଦିଆଯାଇଥିଲା। ହେଲେ ଖାଇବାକୁ ମନା କରିଦେଇଥିଲେ ସଲମାନ୍।

ହେଲେ ଦିନ ୧ଟା ବେଳକୁ ସେ ରୁଟି, ଚଣା ଡାଲି ଏବଂ ବନ୍ଧାକୋବି ତରକାରି ଖାଇଥିଲେ।

-ଖାଇବା ପରେ ସଲମାନ୍‌ ସେଲ୍‌ରେ ଶୋଇଯାଇଥିଲେ। ଉଠିବା ପରେ କିଛି ସମୟ ବ୍ୟାୟାମ କରିବା ସହ ସନ୍ଧ୍ୟାରେ ଚା’ ପିଇଥିଲେ।

-ରାତିରେ ରୁଟି, ଡାଲି ଏବଂ ତରକାରି ଖାଇଛନ୍ତି।

-ସାଧାରଣ କଏଦୀ ଜେଲ୍‌ରେ ଯାହା ଖାଉଛନ୍ତି ସଲମାନ୍‌ଙ୍କୁ ତାହା ହିଁ ଦିଆଯାଉଛି।

-ଗୁରୁବାର ସନ୍ଧ୍ୟାରେ ଯୋଧପୁର ଜେଲ୍‌ରେ ପହଞ୍ଚଥିଲେ ସଲମାନ୍‌।

-ଗୁରୁବାର ରାତିରେ ବି ସେ ରୁଟି, ଡାଲି ଏବଂ ବନ୍ଧାକୋବି ଖାଇଥିଲେ।

-ଜେଲ୍‌ରେ ସଲମାନ୍‌ କୌଣସି ସ୍ପେଶାଲ ଡିମାଣ୍ଡ କରୁ ନାହାନ୍ତି। ସେ ଅନ୍ୟମାନଙ୍କ ଭଳି ସପ୍ଲାଇ ପାଣି ପିଉଛନ୍ତି।

Comment