ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡରେ ବାପା ନାୟକ ଭୂମିକାରେ ଅଭିନୟ କରି ଚର୍ଚ୍ଚିତ ହୋଇଥିଲେ। ତା’ପରେ ସେହି ଅଭିନେତାଙ୍କ ପୁଅ ମଧ୍ୟ ନାୟକ ଭାବେ ବେଶ୍ ଲୋକପ୍ରିୟତା ସାଉଁଟିଛନ୍ତି। ଆଉ କିଛି ନାୟିକା ବି ଅଛନ୍ତି, ଯେଉଁମାନେ ପରଦାରେ ଉଭୟ ପିତା ଓ ପୁତ୍ରଙ୍କ ସହିତ ରୋମାନ୍ସ କରିବାର ସୁଯୋଗ ପାଇଛନ୍ତି।

ଆସନ୍ତୁ ନଜର ପକାଇବା ସେଭଳି ବଲିଉଡ୍ ହିରୋଇନଙ୍କ ଉପରେ…

ଧର୍ମେନ୍ଦ୍ର-ଶ୍ରୀଦେବୀ-ସନ୍ନି ଦେଓଲ: ବଲିଉଡର ହିଟ୍ ମ୍ୟାନ୍ ଧର୍ମେନ୍ଦ୍ର ପ୍ରଥମ ଫିମେଲ୍ ସୁପରଷ୍ଟାର ଶ୍ରୀଦେବୀଙ୍କ ସହିତ ଅନସ୍କ୍ରିନ୍ ରୋମାନ୍ସ କରିଛନ୍ତି। ଠିକ ସେହିପରି ତାଙ୍କ ପୁଅ ସନ୍ନି ଦେଓଲ ବି ଶ୍ରୀଦେବୀଙ୍କ ବିପକ୍ଷରେ ନାୟକ ସାଜିଛନ୍ତି। ଧର୍ମେନ୍ଦ୍ର ‘ଫରିସ୍ତେ’ରେ ଏବଂ ସନ୍ନି ଦେଓଲ ‘ରାମ୍ ଅବତାର’ ଓ ‘ନିଗାହେଁ’ ଆଦି ସିନେମାରେ ଶ୍ରୀଦେବୀଙ୍କ ସହ କାମ କରିଛନ୍ତି।

ବିନୋଦ ଖାନ୍ନା-ମାଧୁରୀ ଦୀକ୍ଷିତ-ଅକ୍ଷୟ ଖାନ୍ନା:

ହ୍ୟାଣ୍ଡସମ୍ ହିରୋ ବିନୋଦ ଖାନ୍ନା ଓ ତାଙ୍କ ପୁଅ ଅକ୍ଷୟ ଖାନ୍ନା ମନମୟୁରୀ ମାଧୁରୀ ଦୀକ୍ଷିତଙ୍କ ସହିତ ଅନସ୍କ୍ରିନ୍ ରୋମାନ୍ସ କରିଛନ୍ତି। ବିନୋଦ ମାଧୁରୀଙ୍କ ସହିତ ଫିରୋଜ୍ ଖାନଙ୍କ ଫିଲ୍ମ ‘ଦୟାବାନ୍‌’ ଓ ଅକ୍ଷୟ ରିମା ରାକେଶନାଥଙ୍କ ‘ମୋହବତ୍‌’ରେ ରୋମାନ୍ସ କରିଥିଲେ।

ଧର୍ମେନ୍ଦ୍ର-ଡିମ୍ପଲ କାପାଡିଆ-ସନ୍ନି ଦେଓଲ୍:

ଡିମ୍ପଲ କାପାଡିଆ ଏଭଳି ଜଣେ ନାୟିକା ଯିଏ କି ଧର୍ମେନ୍ଦ୍ରଙ୍କ ବିପକ୍ଷରେ ରାଜ କୁମାର କୋହଲିଙ୍କ ସୁପରହିଟ୍ ଫିଲ୍ମ ’ଇନ୍ ସାନିୟତ୍ କେ ‘ଦୁଷ୍ମନ୍’ ଓ ସନ୍ନି ଦେଓଲଙ୍କ ବିପକ୍ଷରେ ଅର୍ଜୁନ୍ ଓ ମଞ୍ଜଲ ମଞ୍ଜଲ ଆଦି ସିନେମାରେ କାମ କରିଛନ୍ତି। ସେ ବିନୋଦ ଖାନ୍ନା ଓ ଅକ୍ଷୟ ଖାନ୍ନାଙ୍କ ପ୍ରେମିକା ଭାବେ ବି ପରଦାରେ ନଜର ଆସିଛନ୍ତି। ଡିମ୍ପଲ ବିନୋଦଙ୍କ ସହିତ ‘ଖୁନ୍ କା କର୍ଜ’ ଓ ଅକ୍ଷୟଙ୍କ ସହିତ ‘ଦିଲ୍ ଚାହତା ହେ’ରେ କାମ କରିଛନ୍ତି।

ଅମିତାଭ-ଐଶ୍ୱର୍ଯ୍ୟା-ଅଭିଷେକ ବଚ୍ଚନ

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କ କ୍ୟାରିଅରରେ କେବଳ ଗୋଟିଏ ସିନେମାରେ ଅମିତାଭ ବଚ୍ଚନଙ୍କ ସହିତ ଏକ ଆଇଟମ୍ ନମ୍ବରରେ ନଜର ଆସିଛନ୍ତି। ଏହା ହେଲା ‘ବଣ୍ଟି ଔର୍ ବବଲି’ର ହଟ୍ ନମ୍ବର-କଜରାରେ କଜରାରେ, ତେରେ କାରେ କାରେ ନୈନା। ଅପର ପକ୍ଷରେ ସେ ଅଭିଷେକ ବଚ୍ଚନଙ୍କ ସହିତ ‘ଗୁରୁ’, ‘ଢାଇ ଅକ୍ଷର ପ୍ରେମକେ’, ‘ଉମରାଓ ଜାନ’ ଭଳି ସିନେମାରେ ପରଦାରେ ରୋମାନ୍ସ କରିଛନ୍ତି।

ଅମିତାଭ-ରାଣୀ-ଅଭିଷେକ:

ରାଣୀ ମୁଖାର୍ଜୀ ଏପରି ଜଣେ ନାୟିକା ଯିଏ କି ଅମିତାଭ ବଚ୍ଚନଙ୍କ ସହିତ ସଞ୍ଜୟ ଲୀଳା ଭଂସାଲୀଙ୍କ ଫିଲ୍ମ ‘ବ୍ଲାକ’ରେ ରୋମାନ୍ସ କରିଥିଲେ। ଏପରିକି ଉଭୟଙ୍କର ଏଖ କିସ ସିନ୍ ବି ଥିଲା। ଠିକ ସେହିପରି ରାଣୀ ଅମିତାଭଙ୍କ ପୁଅ ଅଭିଷେକଙ୍କ ସହିତ ବାସ୍ ‘ଇତନା ସା ଖ୍ୱାବ ହେ’, ‘ଯୁବା’, ‘ବଣ୍ଟି ଔର୍ ବବଲି’ ଓ ‘କଭି ଆଲବିଦା ନା କେହେନା୩ ଆଦି ସିନେମାରେ ସ୍କ୍ରିନ୍ ସେଆର୍ କରିଥିଲେ।

ଧର୍ମେନ୍ଦ୍ର-ଅମ୍ରିତା-ସନ୍ନି ଦେଓଲ:

ଅମ୍ରିତା ସିଂହ ୧୯୮୩ରେ ‘ବେତାବ୍’ରେ ସନ୍ନି ଦେଓଲଙ୍କ ଅପୋଜିଟରେ ପ୍ରଥମେ ଆସିଥିଲେ। ଏହାର ପ୍ରାୟ ଛଅ ବର୍ଷ ପରେ ସେ ସନ୍ନିଙ୍କ ପିତା ଧର୍ମେନ୍ଦ୍ରଙ୍କ ପତ୍ନୀ ଭୂମିକାରେ ଦେଖା ଦେଇଥିଲେ ‘ସଚ୍ଚାଇ କି ତାକତ୍‌’ରେ।

ଅମିତାଭ-ଶିଳ୍ପା-ଅଭିଷେକ:

ଶିଳ୍ପା ସେଟ୍ଟି ଅମିତାଭ ବଚ୍ଚନଙ୍କ ନାୟିକା ଭାବେ  ‘ଲାଲ ବାଦଶାହ’ରେ ଅଭିନୟ କରିଥିବା ବେଳେ ଅଭିଷେକ ବଚ୍ଚନଙ୍କ ସହିତ ‘ଫିର ମିଲେଙ୍ଗେ’ ଓ ‘ଦସ୍‌’ରେ ଦେଖା ଦେଇଥିଲେ।

ରାଜ କପୁର ଓ ହେମାମାଳିନୀ-ରଣଧୀର କପୁର:

ସ୍ୱପ୍ନ ସୁନ୍ଦରୀ ହେମାମାଳିନୀ ରାଜ କପୁରଙ୍କ ବିପକ୍ଷରେ  ନାୟିକା ସାଜି ‘ସପନୋଁ କା ସୌଦାଗର’ରେ ଡେବ୍ୟୁ କରିଥିଲେ। ସେ ରାଜଙ୍କ ପୁଅ ରଣଧୀର କପୁରଙ୍କ ସହିତ ‘ହାଥ୍‌ କି ସଫାଇ’ରେ ରୋମାନ୍ସ କରିଥିଲେ।

ଋଷି କପୁର-ମାଧୁରୀ-ରଣବୀର କପୁର:

ଧକ୍ ଧକ୍ ଗର୍ଲ ମାଧୁରୀ ଋଷି କପୁରଙ୍କ ସହ ‘ପ୍ରେମ ଗ୍ରନ୍ଥ’, ‘ୟାରାନା’, ‘ସାହିବା’ରେ ରୋମାନ୍ସ କରିଥିଲେ। ଋଷିଙ୍କ ପୁଅ ରଣବୀରଙ୍କ ସହ ମାଧୁରୀ ‘ୟେ ଜୱାନି ହେ ଦିୱାନୀ’ରେ ଆଇଟମ୍ ଗୀତରେ ନଜର ଆସିଥିଲେ।

Comment