ଓଡ଼ିଶାଲାଇଭ୍‌ ବ୍ୟୁରୋ

-ଆଇପିଏଲର ମ୍ୟାଚରେ ସୋମବାର ସନ୍‌ରାଇଜର୍ସ ହାଇଦ୍ରାବାଦ ୯ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ରାଜସ୍ଥାନ ୧୨୬ ରନ୍‌ର ବିଜୟ ଲକ୍ଷ୍ୟକୁ ସନ୍‌ରାଇଜର୍ସ ଗୋଟିଏ ୱିକେଟ ହରାଇ ହାସଲ କରିଥିଲା। ହାଇଦ୍ରାବାଦ ପକ୍ଷରୁ ଶେଖର ଧାବନ ୭୭ ରନ୍‌ର ଇନିଂସ ଖେଳିଥିଲେ।

-ହିମାଚଳ ପ୍ରଦେଶରେ ସୋମବାର ଏକ ବଡ଼ ଦୁର୍ଘଟଣା ଘଟିଛି। ୨୦୦ ଫୁଟ ଗଭୀରକୁ ସ୍କୁଲ୍ ବସ୍ ଖସିପଡ଼ିବାରୁ ୨୯ ଜଣକର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨୭ ଜଣ ସ୍କୁଲ ଛାତ୍ରଛାତ୍ରୀ ଥିବା ବେଳେ ଜଣେ ଶିକ୍ଷକ ଏବଂ ବସ୍ ଡ୍ରାଇଭର ଅଛନ୍ତି।

-ମହାନଦୀକୁ ନେଇ ପୁଣି ମହାସଂଗ୍ରାମ ଡାକରା ଦେଇଛି ବିଜେଡି। ୧୫ଟି ଜିଲ୍ଲାର ଲୋକ ପ୍ରତିନିଧିଙ୍କୁ ନେଇ ବିଜେଡି ଏପ୍ରିଲ ୧୫ରେ ଭୁବନେଶ୍ୱରରେ ମହାସମ୍ମିଳନୀ କରିବା ପାଇଁ ନିଷ୍ପତ୍ତି ନେଇଛି। ବିଜେଡି ପାର୍ଟି ଅଫିସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଏହି ସୂଚନା ଦେଇଛନ୍ତି।

-କନ୍ଧମାଳ ଜିଲ୍ଲାର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ପୂରିଛି ତିନି ବର୍ଷ। ଏଥିପାଇଁ ଦିଲ୍ଲୀ ଏମ୍ସରେ ପାଳନ କରାଯାଇଛି ଜନ୍ମଦିନ। ଜଗା-କାଳିଆ ରହୁଥିବା ୱାର୍ଡକୁ ବେଲୁନ ଲଗାଇ ସଜା ଯାଇଥିବା ବେଳେ ଉଭୟ ଶିଶୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏମ୍ସର ଡାକ୍ତର ଏବଂ କର୍ମଚାରୀ।

-ଷଷ୍ଠ ଦିନରେ ପହଞ୍ଚିଲା ବ୍ଲକଗ୍ରାଣ୍ଟ୍ ଶିକ୍ଷକ ଓ ଅଧ୍ୟାପକ ଆନ୍ଦୋଳନ। ସୋମବାରଦିନ ଶିକ୍ଷକଙ୍କ ଦାବିକୁ ସମର୍ଥନ କରି ଧାରଣାରେ ସାମିଲ ହୋଇଛନ୍ତି ଛାତ୍ରଛାତ୍ର। ୬ଦଫା ଦାବି ନେଇ ଯୁକ୍ତ ଦୁଇ ଖାତା ଦେଖାକୁ ବର୍ଜନ କରି ମୂଲ୍ୟାୟନ କେନ୍ଦ୍ର ସମ୍ମୁଖରେ ଧାରଣା ଜାରି ରଖିଛି ଶିକ୍ଷକ ଓ ଅଧ୍ୟାପକ ମିଳିତ ମଞ୍ଚ।

-ଦେଶରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଓ ଦଳିତଙ୍କ ବିରୋଧରେ ଅତ୍ୟାଚାର ପ୍ରସଙ୍ଗକୁ ନେଇ ସୋମବାରଦିନ କଂଗ୍ରେସ ଦେଶବ୍ୟାପି ଗୋଟିଏ ଦିନ ପାଇଁ ଉପବାସ ଓ ଧାରଣାରେ ବସିଛି।

Comment