ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ୍ ଫିଲ୍ମଗୁଡ଼ିକର ସୁଟିଂ କେବଳ ଯେ ଷ୍ଟୁଡିଓ ଭିତରେ ହୋଇଥାଏ ତା’ ନୁହେଁ, ବରଂ ଅନେକ ସମୟରେ ୟୁନିଟ୍ ଅନ୍ୟାନ୍ୟ ଲୋକେସନରେ ବି ସୁଟ୍ କରିଥାନ୍ତି। ବେଳେବେଳେ ଅନେକ ଭୟାନକ ଅଞ୍ଚଳରେ ବି ସୁଟିଂ କରିଥାନ୍ତି ଫିଲ୍ମ ଷ୍ଟାରମାନେ। କେଉଁଠି ତାପମାତ୍ରା ଶୂନ୍ ଡିଗ୍ରୀ ତଳେ ଥାଏ ତ ପୁଣି କେଉଁଠି ଥାଏ ଆତଙ୍କବାଦୀଙ୍କ ଆଡ୍ଡା। ଏମିତି କିଛି ସ୍ଥାନରେ ସୁଟିଂ କରିଛନ୍ତି କରିନା କପୁର ଓ ସଲମାନ୍‌ ଖାନଙ୍କ ଭଳି ଷ୍ଟାରମାନେ।

ଜଣାଶୁଣା ନିର୍ଦ୍ଦେଶକ ଇମିତିଆଜ୍ ଅଲ୍ଲୀ ଫିଲ୍ମ ‘ଜବ୍ ଇଉ ମେଟ୍’ର ଏକ ଗୀତ ‘ୟେ ଇସ୍କ ହାୟ..’ର ସୁଟିଂ ଅତ୍ୟନ୍ତ ବିପଜ୍ଜନକ ସ୍ଥାନରେ କରିଥିଲେ। ଏହାର ସୁଟିଂ ହିମାଳୟର ରୋହତାଙ୍ଗଠାରେ କରାଯାଇଥିଲା। ଏହି ଗୀତର ସୁଟିଂ ଏକ ନଦୀର ପ୍ରାୟ ୩୯୭୮ ମିଟର ଉଚ୍ଚରେ କରାଯାଇଥିଲା। ଯେଉଁଠି ତାପମାତ୍ରା ଥିଲା ବହୁତ କମ୍। ଏଠାକାର ରାସ୍ତା ବି ଥିଲା ଖୁବ୍ ବିପଜ୍ଜନକ। ରାସ୍ତାରେ ଏତେ ବରଫ ଥିଲା ଯେ ଗାଡ଼ି ଚଳାଇବା ବି କାଠିକର ପାଠ ଥିଲା। ଏହି ଗୀତ ଦୃଶ୍ୟରେ କେବଳ କରିନା କପୁର ହିଁ ସେଠାରେ କାମ କରିଥିଲେ। ତେବେ ଏଥିରେ ଶାହିଦ୍ କପୁର ବି ନଜର ଆସିଥିଲେ।

ନିର୍ଦ୍ଦେଶକ କବୀର ଖାନ୍ ତାଙ୍କର ହିଟ୍ ଫିଲ୍ମ ‘କାବୁଲ ଏକ୍ସପ୍ରେସର’ ସୁଟିଂ ଆଫଗାନିସ୍ତାନର କାନ୍ଧାରରେ କରିଥିଲେ। ସେ ଏକ ସାକ୍ଷାତକାରରେ କହିଥିଲେ ଯେ ଫିଲ୍ମର ସୁଟିଂ ସମୟରେ ଅଭିନେତା ଜନ୍ ଆବ୍ରାହମ୍ ଓ ଅରସାଦ୍ ଔରସୀଙ୍କୁ ଆତଙ୍କବାଦୀଙ୍କଠାରୁ ଧମକପୂର୍ଣ୍ଣ ଫୋନ୍ କଲ୍ ଆସୁଥିଲା। କାରଣ ଏହା ଥିଲା ଆତଙ୍କବାଦୀ ଆଡ୍ଡା।

ଠିକ୍ ସେହିପରି ସଲମାନଖାନ୍ ଓ ସ୍ନେହା ଉଲାଲ୍ ଷ୍ଟାରର ମୁଭି ‘ଲକି ନୋ ଟାଇମ୍ ଫର୍ ଲଭ୍‌’ର ସୁଟିଂ ଖୁବ୍ ନିମ୍ନ ତାପମାତ୍ରାରେ କରାଯାଇଥିଲା। ଏହାର ଅଧିକାଂଶ ସୁଟିଂ ରୁଷିଆର ଏକ ଦୁର୍ଗମ ଅଞ୍ଚଳରେ ହୋଇଥିଲା। ଏହି ଅଞ୍ଚଳ ସମ୍ପୂର୍ଣ୍ଣ ବରଫରେ ଆଚ୍ଛାଦିତ ଥିଲା। ଏଭଳି ପରିବେଶରେ ସଲମାନ୍ ଖାନ୍ ଓ ସ୍ନେହା ଉଲାଲ କାମ କରିଥିଲେ।

ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ଜେ.ପି ଦତ୍ତାଙ୍କ ଫିଲ୍ମ ‘ଏଲ୍ଓସି କାରଗିଲ’ର ସୁଟିଂ ଇଣ୍ଟରନ୍ୟାସନାଲ୍ ବର୍ଡରରେ କରାଯାଇଥିଲା। ଏଠାକାର ପରିବେଶ ଏତେ ଥଣ୍ଡା ଥିଲା ଯେ ସେହି ସୁଟିଂ ସମୟରେ ଦୁଇଜଣ ୟୁନିଟ୍ ସଦସ୍ୟାଙ୍କର ମୃତ୍ୟୁ ଘଟିଥିଲା। ଏହି ଫିଲ୍ମରେ ଅଜୟ ଦେବଗନ୍, ସୈଫ୍ ଅଲ୍ଲୀ ଖାନ୍, ଅଭିଷେକ ବଚ୍ଚନ, ରାଣୀ ମୁଖାର୍ଜୀ ଓ ଇଷା ଦେଓଲ ପ୍ରମୁଖ ଅଭିନୟ କରିଥିଲେ।

ଠିକ ସେହିପରି ଲୋକପ୍ରିୟ ନିର୍ଦ୍ଦେଶକ ତିଗମାଂଶୁ ଧୂଲିଆଙ୍କ ଫିଲ୍ମ ‘ପାନ ସିଂହ ତୋମାର’ର ସୁଟିଂ କୁଖ୍ୟାତ ଅଞ୍ଚଳ ଚମ୍ବଲର ଜଙ୍ଗଲରେ କରାଯାଇଥିଲରା। ଏଠାରେ ଡକାୟତମାନଙ୍କର ଆଡ୍ଡାସ୍ଥଳୀ ରହିଛି। ଏହି ଫିଲ୍ମର ସୁଟିଂ ସମୟରେ ଅଧିକାଂଶ ୟୁନିଟ୍ ସଦସ୍ୟ ଡାକୁମାନଙ୍କ ଭୟରେ ଶୋଉ ନଥିଲେ। ଏଥିରେ ଇରଫାନ୍ ଖାନ୍ ଲିଡ ରୋଲରେ ଥିଲେ।

ସନ୍ନି ଦେଓଲ, ପ୍ରିୟଙ୍କା ଚୋପ୍ରା ଓ ପ୍ରୀତି ଜିଣ୍ଟା ଷ୍ଟାରର ମୁଭି ‘ଦ ହିରୋ’ର ସୁଟିଂ ବି ଖୁବ୍ ଚ୍ୟାଲେଞ୍ଜି ଲୋକେସନରେ କରାଯାଇଥିଲା। ଏହାର ଅନେକ ଦୃଶ୍ୟର ଚିତ୍ରଗ୍ରହଣ ଜୁଙ୍ଗ ଫ୍ରା ଜୋଚ୍ ଓ ସୁଇଜରଲାଣ୍ଡରେ କରାଯାଇଥିଲା ଏଠାରେ ତାପମାତ୍ରା ଏତେ କମ୍ ଯେ ଘରୁ ବାହାରିବା କାଠିକର ପାଠ। ତଥାପି ନିର୍ଦ୍ଦେଶକ ଅନିଲ୍ ଶର୍ମା, ଅଭିନେତା ସନ୍ନି ଦେଓଲ ଓ ପ୍ରୀତିଜିଣ୍ଟାଙ୍କ ସମେତ ପୁରା ୟୁନିଟ୍ ଖୁବ୍ କଷ୍ଟରେ ସୁଟିଂ କରିଥିଲେ।

ରାକେଶ ଓମପ୍ରକାଶ ମେହେରାଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଭାଗ୍‌ ମିଲଖା ଭାଗ୍‌’ର କିଛି ସୁଟିଂ ଲଦାଖଠାରେ କରାଯାଇଥିଲା। ଏଠାରେ ଫରହାନ୍ ଅଖତାରଙ୍କ ଉପରେ ଟ୍ରେନିଂ ସିକ୍ୱେନସ ପିକଚରାଇଜ୍ ହୋଇଥିଲା। ପ୍ରାୟ ଦଶ ହଜାର ଫୁଟ୍ ଉଚ୍ଚରେ ଥିବା ନୁବ୍ରାଘାଟିରେ ଏହି ସିନ୍ ସୁଟ୍ ହୋଇଥିଲା। ଏଠାକାର ତାପମାତ୍ରା ବି ଖୁବ୍ କମ୍ ଥିଲା ଓ ଅମ୍ଳଜାନର ତାପମାତ୍ରା ବି ସ୍ୱଳ୍ପ ଥିବା ହେତୁ ଶ୍ୱାସ ପ୍ରକ୍ରିୟା କଷ୍ଟଦାୟକ ଥିଲା।

Comment