ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ହେଉ କି ହଲିଉଡ ସବୁଠି ଦେଖିବା ପାଇଁ ମିଳିଛି ଦେଶୀଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଜଲୱା। ଅଭିନୟ ସହ ଗୀତ ଗାଇ ମଧ୍ୟ ସୁନାମ ଅର୍ଜନ କରିଛନ୍ତି ସେ। ତାଙ୍କର ହଟ୍ ଲୁକ୍ ଓ ନିଆରା ଅନ୍ଦାଜ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ଅଛନ୍ତି। 

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ହଲିଉଡରେ ବର୍ଣ୍ଣବୈଷମ୍ୟତାର ଶିକାର ହେବାକୁ ପଡ଼ିଛି। ଶ୍ୟାମଳ ବର୍ଣ୍ଣ ପାଇଁ ତାଙ୍କୁ ଅନେକ ଚଳଚ୍ଚିତ୍ରକୁ ହାତଛଡ଼ା କରିବା ପାଇଁ ପଡ଼ିଛି।  ପ୍ରିୟଙ୍କା ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି।

“ଗତବର୍ଷ ସେ ଏକ ଚଳଚ୍ଚିତ୍ରର ସୁଟିଂ ପାଇଁ ବାହାରେ ଥିଲେ। ଏହି ସମୟରେ ଜଣେ ଚଳଚ୍ଚିତ୍ର ଷ୍ଟୁଡ଼ିଓ ପରିଚାଳକ ଆସି ତାଙ୍କ ମ୍ୟାନେଜରଙ୍କ ସହିତ କଥା ହୋଇଥିଲେ। ସେ କହିଥିଲେ ପ୍ରିୟଙ୍କାଙ୍କୁ ଚଳଚ୍ଚିତ୍ର ନ ମିଳିବାର କାରଣ ହେଉଛି ତାଙ୍କ ରଙ୍ଗ। ଏହି କଥା ଶୁଣିବା ପରେ ମୋତେ ଯେତିକି ଆଶ୍ଚର୍ଯ୍ୟ ଲାଗିଥିଲା ସେତିକି ଦୁଃଖ ମଧ୍ୟ ହୋଇଥିଲା।

ବର୍ତ୍ତମାନ ସମୟରେ ଚଳଚ୍ଚିତ୍ର ଜଗତରେ ରଙ୍ଗ ଭେଦଭାବ ଦେଖି ବହୁତ ଦୁଃଖୀ ହୋଇଥିଲି। ଏଥିପାଇଁ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅନ୍ୟ କଳାକାରଙ୍କ ଅପେକ୍ଷା ବହୁତ କମ ପାରିଶ୍ରମିକ ମିଳିଥିଲା। ହଲିଉଡରେ ମଧ୍ୟ ଅଭିନେତାମାନଙ୍କୁ ଅଧିକ ପାରିଶ୍ରମିକ ମିଳୁଥିବାବେଳେ ଅଭିନେତ୍ରୀମାନଙ୍କୁ ଅପେକ୍ଷାକୃତ କମ ପାରିଶ୍ରମିକ ମିଳିଥାଏ। ବର୍ତ୍ତମାନ ମଧ୍ୟ ଚଳଚ୍ଚିତ୍ର ଜଗତରେ ଅନେକ ପ୍ରକାର ପରିବର୍ତ୍ତନର ଆବଶ୍ୟକତା ରହିଛି”, କହିଛନ୍ତି ପ୍ରିୟଙ୍କା।

କେବଳ ପ୍ରିୟଙ୍କା ନୁହଁନ୍ତି ଏହାପୂର୍ବରୁ ହଲିଉଡ ଫେରନ୍ତା ଶିଳ୍ପା ସେଟ୍ଟି ମଧ୍ୟ ଏହି ବିଷୟ ମିଡ଼ିଆରେ ସୂଚନା ଦେଇଛନ୍ତି।

ପ୍ରିୟଙ୍କା ବିଶ୍ୱସୁନ୍ଦରୀ ଟାଇଟଲ ହାସଲକରି ବଲିଉଡରେ ପାଦ ଥାପିଥିବା ପ୍ରିୟଙ୍କା ନାରୀମାନଙ୍କ ପାଇଁ ଏକ ଉଦାହରଣ ସାଜିଛନ୍ତି।

ସାମାଜିକ ନ୍ୟାୟ କ୍ଷେତ୍ରରେ ଅବଦାନ ପାଇଁ ତାଙ୍କୁ ମଦର ଟେରେସା ମେମୋରିଆଲ ପୁରସ୍କାର ପ୍ରଦାନ କରାଯାଇଛି।

ପ୍ରିୟଙ୍କା ଏବେ ୟୁନିସେଫର ଗୁଡୱିଲ ଆମ୍ବାସାଡାର (ସଦିଚ୍ଛା ରାଷ୍ଟ୍ରଦୂତ) ଅଛନ୍ତି। ଦେଶର ବିଭିନ୍ନ ଭାଗରେ ସଙ୍କଟରେ ଥିବା ଶରଣାର୍ଥୀଙ୍କ ମାନବାଧିକାର ପାଇଁ ସେ ସ୍ୱର ଉଠାଇଛନ୍ତି। ନିକଟରେ ସେ ସିରିଆ ଗସ୍ତ କରି ସେଠାରେ ଶରଣାର୍ଥୀ ଶିଶୁଙ୍କ ସହ କିଛି ସମୟ ବିତାଇଥିଲେ।

Comment