ଓଡ଼ିଶାଲାଇଭ୍ ବ୍ୟୁରୋ

 ‘ମେଁ ହୁଁ ରଜନୀକାନ୍ତ’ ଚଳଚ୍ଚିତ୍ରଠାରୁ ଆରମ୍ଭ କରି ‘ପଦ୍ମାବତ୍’ ଚଳଚ୍ଚିତ୍ରର ଟାଇଟଲକୁ ନେଇ ଉପୁଜିଛି ନାନା ବିବାଦ। ଫଳରେ ବାଧ୍ୟହୋଇ ଚଳଚ୍ଚିତ୍ରର ଟାଇଟଲକୁ ବଦଳାଇ ଦିଆଯାଇଛି।

ବଲିଉଡରେ ଏମିତି କେତେକ ହିନ୍ଦୀ ସିନେମା ନିର୍ମିତ ହୋଇଛି, ଯାହା ବିଭିନ୍ନ କାରଣରୁ ବିବାଦୀୟ ହୋଇଥିଲା। ହେଲେ ଏଥିମଧ୍ୟରୁ କେତେକର ଟାଇଟଲ୍ ବି ବିବାଦୀୟ ହୋଇଥିଲା। ଆସନ୍ତୁ ଜାଣିବା ସେହି ସିନେମାଗୁଡ଼ିକ ସମ୍ପର୍କରେ….

ପଦ୍ମାବତ୍‍

ସଞ୍ଜୟ ଲୀଳା ଭଂସାଲିଙ୍କ ବହୁ ପ୍ରତୀକ୍ଷିତ ସିନେମା ‘ପଦ୍ମାବତୀ’ ଟାଇଟଲକୁ ନେଇ ଏଭଳି ବିବାଦ ଉପୁଜିଛି ଯେ, ଏହାର ଟାଇଟଲ୍ ବଦଳାଯାଇ ‘ପଦ୍ମାବତ୍‌’ କରାଯିବାରରେ ବି ପ୍ରଯୋଜକ ରାଜି ହୋଇଥିଲେ।

ମାଡ୍ରାସ୍କ୍ୟାଫେ

ଜନ୍ ଆବ୍ରାହମ୍ ଓ ନରଗୀସ୍‌ ଫାକ୍‌ରୀ ଷ୍ଟାରର୍ ଫିଲ୍ମ ‘ମାଡ୍ରାସକ୍ୟାଫେ’ର ଟାଇଟଲ୍ ପ୍ରଥମେ ଥିଲା ‘ଜାଫ୍‌ନା’ କିନ୍ତୁ ଏହା ଶ୍ରୀଲଙ୍କାର ଛବିକୁ ଖରାପ କରିବ ବୋଲି କୁହାଯିବା ପରେ ବାଧ୍ୟ ହୋଇ ଏହାର ଟାଇଟଲ୍ ବଦଳଯାଇଥିଲା।

ୟଙ୍ଗିସ୍ତାନ

ଜାକି ଭଗନାନୀ ଓ ନେହା ଶର୍ମା ଷ୍ଟାରର୍‍ ମୁଭି ‘ୟଙ୍ଗିସ୍ତାନ’ ଭାରତୀୟ ରାଜନୀତିର ପ୍ରଚ୍ଛଦପଟ୍ଟରେ ନିର୍ମିତ ଏକ ପ୍ରେମ କାହାଣୀ ଥିଲା। କିନ୍ତୁ ଏହା ଟାଇଟଲକୁ ନେଇ ପେପ୍‌ସିକୋ ପକ୍ଷରୁ ଆପତ୍ତି ହୋଇଥିଲା, କିନ୍ତୁ ପରେ ବୁଝାମଣା ହୋଇଥିଲା ଓ ଟାଇଟଲ୍ ସମାନ ରହିଥିଲା।

ଉଡ୍ତା ପଞ୍ଜାବ

ଅଭିଷେକ ଚୌବେଙ୍କ ନିର୍ଦ୍ଦେଶିତ ତଥା ଶାହିଦ୍ କପୁର୍, ଆଲିଆ ଭଟ୍ଟ ଓ କରିନା କପୁରଙ୍କ ଅଭିନୀତ ‘ଉଡ୍‌ତା ପଞ୍ଜାବ’ ୨୦୧୬ର ଏକ ବିବାଦୀୟ ସିନେମା ଥିଲା। ଏହାର କାହାଣୀ ଓ ଶୀର୍ଷକକୁ ନେଇ ବିବାଦ ଉପୁଜିଥିଲା।

ଗୋଲିଓଁ କି ରାସ୍ଲୀଳା ରାମଲୀଳା

୨୦୧୩ରେ ମୁକ୍ତିଲାଭ କରିଥିବା ରଣବୀର ସିଂ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମର ପ୍ରଥମେ ଟାଇଟଲ୍‌ ରଖାଯାଇଥିଲା ‘ରାମଲୀଳା’। କିନ୍ତୁ ଏହା ହିନ୍ଦୁମାନଙ୍କର ସମ୍ବେଦନାକୁ ଆଘାତ କରିଛି ବୋଲି ୬ଟି ପିଟିସନ୍ ଦାଖଲ ହେବା ପରେ ଫିଲ୍ମର ନୂଆ ଟାଇଟଲରେ ‘ଗୋଲିଓଁ କି ରାସଲୀଳା’ ଏଥିରେ ଯୋଡା ଯାଇଥିଲା।

ଆର୍ରାଜକୁମାର

୨୦୧୩ରେ ଆକ୍‌ସନ ମୁଭି ‘ଆର୍‌ …ରାଜକୁମାର’ର ଟାଇଟଲ୍ ପ୍ରଥମେ ଥିଲା ‘ରାମ୍ବୋ ରାଜ୍‌କୁମାର’, କିନ୍ତୁ ଏହା ଏକ ବଲିଉଡ୍ ଫିଲ୍ମର ଟାଇଟଲ୍ ହୋଇଥିବା ଓ କପିରାଇଟ୍ ପ୍ରସଙ୍ଗ ହେବା ପରେ ଟାଇଟଲ୍ ବଦଳାଯାଇଥିଲା। ଏଥିରେ ଶାହିଦ୍ କପୁର୍ ଓ ସୋନାକ୍ଷୀ ସିହ୍ନା ଲିଡରୋଲ୍‌ରେ ଥିଲେ।

ମେଁ ସନ୍ନି ଲିଓନ୍ ବନ୍ନା ଚାହତି ହୁଁ

‘ମେଁ ମାଧୁରୀ ଦୀକ୍ଷିତ ବନ୍‌ନା ଚାହଁତି ହୁଁ’ ଟାଇଟଲରେ ପ୍ରଭାବିତ ହୋଇ ପ୍ରଖ୍ୟାତ ନିର୍ମାତା ନିର୍ଦ୍ଦେଶକ କାନ୍ତି ଶାହା ‘ମେଁ ସନ୍ନି ଲିଓନ୍ ବନ୍‌ନା ଚାହତି ହୁଁ’ ଟାଇଟଲରେ ଏକ ସିନେମା ନିର୍ମାଣ କରିବାକୁ ଯୋଜନା କରିଥିଲେ। କିନ୍ତୁ ଏହା ବିରୋଧରେ ସନ୍ନି ଲିଓନ୍ ଓ ତାଙ୍କ ସ୍ୱାମୀ ଡାନିଏଲ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ।

ବିଲ୍ଲୁ

ଶାହାରୁଖ୍‌ ଖାନଙ୍କ ପ୍ରଯୋଜିତ ତଥା ଇରଫାନ୍ ଖାନ ଓ ଲାରା ଦତ୍ତଙ୍କ ଅଭିନୀତ ଫିଲ୍ମ ‘ବିଲ୍ଲୁ’ର ଟାଇଟଲ୍ ପ୍ରଥମେ ଥିଲା ‘ବିଲ୍ଲୁ ବାର୍ବର୍’। ଏହି ଫିଲ୍ମରେ ଶାହାରୁଖ୍ ଖାନ୍ ଜଣେ ସୁପରଷ୍ଟାର ଭୂମିକାରେ ଅଭିନୟ କରିଥିଲେ। ଅପର ପକ୍ଷରେ ଇରଫାନ୍ ଏଥିରେ ଜଣେ ବାରିକ ଭୂମିକାରେ ଅଭିନୟ କରିଥିଲେ, ଯାହାଙ୍କ ନାମ ଥିଲା ବିଲ୍ଲୁ। ତେବେ ସେଲୁନ୍ ଓ ହେୟାର ଡ୍ରେସରମାନଙ୍କ ସଙ୍ଗଠନ ପକ୍ଷରୁ ଏହି ଟାଇଟଲ୍ କଳାକାରଙ୍କୁ ଦାବି ହୋଇଥିଲା। ଏହି ସଙ୍ଗଠନର ବିରୋଧ ପରେ ଫିଲ୍ମରୁ ‘ବାର୍ବର୍‌’ ଶବ୍ଦକୁ ବାଦ୍ ଦିଆଯାଇ କେବଳ ‘ବିଲ୍ଲୁ’ ନାଆଁରେ ଏହା ରିଲିଜ୍ ହୋଇଥିଲା।

ଆକସନ୍ ଜାକସନ୍

ପ୍ରଖ୍ୟାତ ପ୍ରଯୋଜକ ଗୋର୍ଦ୍ଧନ ତନୱାନୀଙ୍କ ପ୍ରଯୋଜିତ ଓ ନିର୍ଦ୍ଦେଶକ ପ୍ରଭୁ ଦେବାଙ୍କ ନିର୍ଦ୍ଦେଶିତ ‘ଆକସନ୍ ଜାକସନ୍’ର ଟାଇଟଲ୍ ବିବାଦରେ ମଧ୍ୟ ଫସିଥିଲା। ହଲିଉଡ୍ ଷ୍ଟୁଡିଓ ୱାର୍ଣ୍ଣର ବ୍ରଦର୍ସ ୧୯୯୮ରେ ସେହି ଟାଇଟଲରେ ଏକ ହଲିଉଡ୍ ଫିଲ୍ମ ନିର୍ମାଣ କରିଥିଲେ। ସେମାନେ ଏହି ଟାଇଟଲ୍ ବଦଳାଇବାକୁ ଦାବି କରିଥିଲେ, ମାତ୍ର ତାହା ବଦଳାଯାଇନଥିଲା। ଏହି ଫିଲ୍ମରେ ଅଜୟ ଦେବଗନ ଓ ସୋନାକ୍ଷୀ ସିହ୍ନା ଲିଡରୋଲରେ ନଜର ଆସିଥିଲେ।

ମେଁ ହୁଁ ରଜନୀକାନ୍ତ

ନିର୍ଦ୍ଦେଶକ ଫୈଜଲ୍ ସୈଫ୍ ତାଙ୍କର ଏକ ଫିଲ୍ମର ଟାଇଟଲ ରଖିଥିଲେ ‘ମେଁ ହୁଁ ରଜନୀକାନ୍ତ’। କିନ୍ତୁ ଏହାକୁ ବଦଳାଇବା ଲାଗି ସାଉଥ ସୁପରଷ୍ଟାର ରଜନୀକାନ୍ତ ଓ ତାଙ୍କ ଓକିଲ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ଏହାପରେ ଏହା ଟାଇଟଲରେ ପରିବର୍ତ୍ତନ କରାଯାଇ ରଖାଗଲା ‘ମେଁ ହୁଁ ରଜନୀ’।

Comment